ହଠାତ ସମୁଦ୍ରରେ ବୁଡ଼ିଗଲେ ୩ ମହିଳା….ଦେଖନ୍ତୁ ମୃତ୍ୟୁର ଲାଇଭ ଭିଡ଼ିଓ

ଆମେ ଯେତେବେଳେ ଜୀବନ ପାଇଛୁ ସେତେବେଳେ ମୃତ୍ୟୁ ମଧ୍ୟ ନିଶ୍ଚିତ ଅଟେ, ଯାହାକୁ କେହି କେବେ ଅଟକାଇ ପାରିବେ ନାହିଁ। କାରଣ ଏହା ହେଉଛି ବିଧିର ବିଧାନ। ଏବଂ କଥାରେ ମଧ୍ୟ ରହିଛିଯେ ଜନ୍ମ ବିନା ମୃତ୍ୟୁ ଅସମ୍ଭବ ଓ ମୃତ୍ୟୁ ବିନା ଜନ୍ମ ଅସମ୍ଭବ। କିନ୍ତୁ ଏହା ମଧ୍ୟ ସତ ଅଟେକି ବିଧାତା ଯାହାକୁ ନେବ, ସେ ଯେକୌଣସି ଉପାୟରେ ମଧ୍ଯ ନେଇଯିବ। ଏବଂ ଯାହାର ଜୀବନ ରଖିବ, ତାହାର ଜୀବନକୁ ଯେକୌଣସି ଉପାୟରେ ମଧ୍ୟ ରଖିନେବ।

ସେଥିପାଇଁ କଥାରେ ଅଛି ରଖିଲେ ଶିବ ମାରିବ କିଏ। ତେବେ ସେଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖୁବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କର ରୁମ ମଧ୍ୟ ଟାଙ୍କୁରୀ ଉଠିବ। ତେବେ ଆସନ୍ତୁ ସମ୍ପୂର୍ଣ ଘଟଣା ସମ୍ପର୍କରେ ଜାଣିବା।

ଘଟଣାଟି ହେଉଛି ଏକ ମହିଳା ପାଣିରେ ବୁଡି ଯାଇଥିଲେ ଆଉ ଯାହାଙ୍କୁ ଅନେକ ଚେଷ୍ଟା ପରେ ତାଙ୍କର ପ୍ରାଣକୁ ରକ୍ଷା କରାଯାଇଛି। ତେବେ ଏଭଳି ଏକ ଭୟଙ୍କର ଘଟଣା ମୁମ୍ବାଇର ଗେଟୱେ ଅଫ ଇଣ୍ଡିଆ ପାଖରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ହଠାତ ଦେଖୁବାକୁ ମିଳି ଥିଲାକି ଏକ ମହିଳା ପାଣିରେ ବୁଡି ଯାଉଥିଲେ ଆଉ ଯାହାକୁ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ କିଛି କରି ପାରିନଥିଲେ।

ଏଣୁ ଜଣେ ପୋଲିସ ଅଫିସର ଏହାକୁ ଦେଖି ପାଣିକୁ ଏକ ବୋଟ ନେଇ ଯାଇଥିଲେ ଆଉ ପହଁରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ। ମହିଳା ଜଣକ ବୋଟ ପାଖକୁ ପହଞ୍ଚି ଯାଇଥିଲେ କିନ୍ତୁ ଆଉ ଥରେ ପାଣି ଭିତରକୁ ବୁଡି ଯାଇଥିଲେ।

ଏହାକୁ ଦେଖି ପୋଲିସ ବାବୁ ଜଣଙ୍କ ଏକ ଦଉଡି ମହିଳାଙ୍କ ନିକଟକୁ ପକାଇଥିଲେ ଆଉ ଯାହା ସାହାଯ୍ୟରେ ମହିଳା ଜଣଙ୍କ ଦଉଡିକୁ ଧରି ବୋଟ ଉପରକୁ ଆସିବାରେ ସକ୍ଷମ ହୋଇ ପାରିଥିଲେ। ଆଉ ଏହାପରେ ବହୁ କଷ୍ଟରେ ମହିଳାଙ୍କର ଜୀବନ ରକ୍ଷା ପାଇଥିଲା। ତେବେ ପୋଲିସ ଅଫିସର ଜଣଙ୍କର ଏଭଳି କାର୍ଯ୍ୟ ସିସିଟିଭିରେ ରେକର୍ଡ ହୋଇ ଯାଇଥିଲା ଯାହାକୁ ବହୁତ ଚର୍ଚ୍ଚାର ବିଷୟ ହୋଇଥିଲା। ଏହାକୁ ଦେଖୁ ପୋଲିସ ଅଫିସରଙ୍କର ସମସ୍ତେ ପ୍ରଶଂସା କରିଥିଲେ। ତେବେ ଯାହାର ଜୀବନ ରହିବାର ଥିବା ତାକୁ ଭଗବାନ ଯେକୌଣସି ଉପାୟରେ ମଧ୍ୟ ମୃତ୍ୟୁ ମୁଖରୁ ଫେରାଇ ଆଣିବେ।

Leave a Reply

Your email address will not be published. Required fields are marked *