ସିଂହଟି ଛୋଟ ଝିଅକୁ ଝାମ୍ପିବା ପାଇଁ ଆସୁଥିବା ବେଳେ ହଠାତ ଛୋଟ ଛୁଆଟି କଲା ଏମିତି କିଛି,ଆଉ ତା ପରେ …ଦେଖନ୍ତୁ ଭିଡ଼ିଓ

ସ୍ମାର୍ଟ୍ ଫୋନ୍ ଯୋଗୁ ଯେ କୌଣସି ପରିସ୍ଥିତି କୋୖଣସି ସମୟରେ ଜାଣି ହେଉଛି ସମସ୍ତ ଘଟଣା । ତେବେ କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ମନୋରଞ୍ଜନ କାର୍ଯ୍ୟକ୍ରମ କହିଲେ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଥାଏ । ଛୋଟଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ବିଭିନ୍ନ କଳାକାର ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି । ବେଳେବେଳେ ଅନେକ ମଜାଦାର ଭିଡିଓ ଆସିଥାଏ ଯାହା ଦେଖି ଆମେ ଅନେକ ଆନନ୍ଦ ପାଇଥାଉ । ତେବେ ଏପରି ମଜାଦାର ଖବର ମଧ୍ୟ ଏପରି ସୋସିଆଲମିଡିଆରେ ପ୍ରସାରିତ ହୋଇଥାଏ ।

ଏବେ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ପ୍ରାୟ ଷାଠିଏ ଲକ୍ଷ୍ୟ ଲୋକରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି । ଗୋଟେ ଛୋଟ ପିଲା ଉପରେ କିପରି ସିଂହ ଟି ଆକ୍ରମଣ କରୁଚି ଓ ପିଲାଟି କିପରି ସିଂହ ପାଖରୁ ନିଜକୁ ବଞ୍ଚାଇ ସେଠାରୁ ଚାଲି ଯାଉଚି । ତେବେ ସୋସିଆଲ ମିଡିଆରେ ଅନେକ ଭିଡିଓ ଆସିଥାଏ , ଯଦି ଭିଡିଓ ଗୁଡିକ କୁନି ପିଲା ମାନଙ୍କର ଭି଼ଡିଓ ହୋଇଥାଏ ତ ଦେଖିବା ପାଇଁ ବହୁତ ମଜା ଲାଗିଥାଏ । ତେବେ ବର୍ତ୍ତମାନ ସେମିତି ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଯାହାକୁ ଦେଖି ଆପଣ ମାନେ ଆଶ୍ଚର୍ଯ୍ୟ ହେବା ସହିତ ଖୁସୀ ମଧ୍ୟ ହୋଇଯିବେ । ଛୋଟ ପିଲାମାନେ ମାଙ୍କଡ ଟିଏ ଦଖିଲେ କେମିତି ଦୌଡି ପଳାଇ ଆସନ୍ତି । କିନ୍ତୁ କିଛି କିଛି ପିଲାମାନେ ସାହସୀ ମଧ୍ୟ ହୋଇଥାନ୍ତି । ତେବେ ବର୍ତମାନ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଦେଖା ଯାଉଚି , ସେଠାରେ ମଧ୍ୟ ଏହିପରି ସମାନ ଘଟଣା ଦେଖିବାକୁ ମିଳିଛି । ଭିଡିଓରେ ଦୁଇଜଣ ଛୋଟ ପିଲା କାଚ ଘର ଭିତରେ ଛିଡା ହୋଇ ,ସେଠାରୁ କିଛି ଦୂରରେ ଥିବା ସିଂହଟିକୁ ଦେଖି ତାର ମଜା ନେଉଛନ୍ତି । ସିଂହଟି ପିଲା ଦୁଇ ଜଣଙ୍କୁ ଦେଖି ହଠାତ୍ ସେମାନଙ୍କୁ ଆକ୍ରମଣ କରିବା ଭଳି ପଳେଇ ଆସୁଛି ।

ସିଂହଟି ଆକ୍ରମଣ କରିବା ଭଳି ଦଉଡ଼ି ଆସୁଛି । ତେବେ ପିଲାଟି ଓ ସିଂହ ମଧ୍ୟରେ ଏକ କାଚର ପାଚେରୀ ରହିଛି , ସିଂହଟି ଯେତେବେଳେ ପିଲାମାନଙ୍କୁ ଦେଖି ଦୌଡି ଆସୁଛି ସେତେବେଳେ ସେ ଝାମ୍ପିବା ପାଇଁ ଚେଷ୍ଟା କରୁଛି । କିନ୍ତୁ କାଚର ଗେଟରେ ସିଂହ ଟି ଅଟକ ହୋଇ ରହିଯାଉଛି । ସେ ପିଲାମାନଙ୍କୁ ଖାଲି ଆନାଉଛି କିନ୍ତୁ କିଛି କରିପାରୁ ନାହିଁ , ତା ସମ୍ମୁଖରେ ଥିବା କାଚରେ ସେ ମୁହଁ ଘସି ହେଉଛି । ଏହାକୁ ଦେଖି କୁନି ପିଲାଟି ଡରିଯାଇ କାନ୍ଦି ତା ମାଆ ପାଖକୁ ଦୌଡି ଆସୁଛି । ଏହାପରେ ମା ପିଲାକୁ ବୁଝାଇବା ସହିତ ଏହାକୁ ଦେଖି ହସୁଛନ୍ତି । ଏହି ଭିଡିଓର ମଜା ମଧ୍ୟ ସମସ୍ତେ ନେଉଛନ୍ତି ।

Leave a Reply

Your email address will not be published. Required fields are marked *