କରୋନାରେ ବାପା ଛାଡି ଚାଲିଗଲେ, ଚାକିରି ବି ଚାଲିଗଲା,ସବୁ ସାହସକୁ ଯୋଡିକି କାମ ଆରମ୍ଭ କଲେ,କିନ୍ତୁ ବର୍ତ୍ତମାନ ଏହି ଯୁବକ ପାଇଁ କାନ୍ଦୁଛି ଦିଲ୍ଲୀ !

ନୂଆଦିଲ୍ଲୀ – ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଶନିବାରଦିନ ବିଳମ୍ବିତ ରାତିରେ ଦିଲ୍ଲୀର ଜଣେ ପୋଲିସ ମଦ୍ୟ ନିଶାରେ ଦ୍ରୁତ ଗତିରେ ଗାଡି ଚଳାଉଥିବା ବେଳେ ଜଣେ ଯୁବକଙ୍କୁ ଧକ୍କା ମାରିଦେଇଥିଲେ,ମୃତକଙ୍କ ନାମ ସାଲିଲ ତ୍ରିପାଠୀ ବୋଲି ଜଣାପଡିଛି,ଗତ ଏକ ବର୍ଷ ମଧ୍ୟରେ ବୁଦ୍ଧ ବିହାରରେ ରହୁଥିବା ତ୍ରିପାଠୀ ପରିବାର ଉପରେ ଏକ ବହୁତ ବଡ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଥିଲା ଯେ ଆଜି କେବ ତାଙ୍କ ପଡ଼ୋଶୀ ହିଁ ନୁହଁନ୍ତି ପରନ୍ତୁ ସମଗ୍ର ଅଞ୍ଚଳ ଶୋକରେ ଅଛନ୍ତି |

9 ମାସ ମଧ୍ୟରେ ବନ୍ଧୁ ବି ଗଲେ ଆଉ ତାଙ୍କ ପୁଅ ବି:-

38 ବର୍ଷୀୟ ସାଲିଲ ତ୍ରିପାଠୀ ଙ୍କୁ ତାଙ୍କ ଆଖି ସାମ୍ନାରେ ବଡ ହେବାର ଦେଖିସାରିଥିବା ପଡ଼ୋଶୀ କମଲେଶ ଗୁପ୍ତାଙ୍କୁ ବିଶ୍ୱାସ କରିବା କଷ୍ଟକର ହୋଇପଡୁଛି ଯେ ମାତ୍ର 9 ମାସ ମଧ୍ୟରେ ତାଙ୍କ ବନ୍ଧୁ ତଥା ପଡ଼ୋଶୀ ଜଙ୍ଗବାହାଦୁର ତ୍ରିପାଠୀ ଆଉ ତାଙ୍କ ପୁଅ ସାଲିଲ ତ୍ରିପାଠୀ ଦୁହେଁ ଏହି ଦୁନିଆ ଛାଡି ଚାଲିଗଲେ, ମାଷ୍ଟର ଜୀ କହିଛନ୍ତି ଯେ ଶନିବାରଦିନ ରାତିରେ ଦୁର୍ଘଟଣାର 10 ମିନିଟ୍ ପୂର୍ବରୁ ସାଲିଲ ତାଙ୍କ ପତ୍ନୀ ମମତାଙ୍କୁ ଫୋନ କରି କହିଥିଲେ ଯେ ସେ ଘର ପାଖରେ ଅଛନ୍ତି ଆଉ କିଛି ସମୟ ପରେ ଘରକୁ ଆସିବେ,କିନ୍ତୁ ତା’ପରେ ସେ ଆଉ ଫେରି ନଥିଲେ ଆଉ କିଛି ସମୟ ପରେ ହିଁ ଜଣାପଡିଲା କି ସଡ଼କ-ଦୁର୍ଘଟଣାରେ ତାଙ୍କର ମୁର୍ତ୍ୟୁ ହୋଇସାରିଛି, ଏହି କଥାକୁ ବିଶ୍ୱାସ କରିବା ଆମ ପାଇଁ କଷ୍ଟକର ହେଉଥିଲା |

ରୋହିଣୀରେ ମଦୁଆ ପୋଲିସ୍ ଡେଲିଭରି ବଏକୁ ଚକଟି ଦେଲେ ଆଉ ହେଲେଗଲା ମୃତ୍ୟୁ :-

ୟୁପି ର ଆମ୍ବେଦକର ନାଗର ରେ ରହୁଥିବା ଲୋକମାନଙ୍କ ପାଇଁ ତ୍ରିପାଠୀ ପରିବାର କୌଣସି ନୂଆ କି ଅଜଣା ପରିବାର ନଥିଲେ,ବରଂ, ଆଖପାଖର ସମସ୍ତ ଲୋକ ଏହି ପରିବାରର ସଦସ୍ୟମାନଙ୍କୁ ଭଲ ଭାବରେ ଜାଣିଥିଲେ,ମୂଳ UP ଆମ୍ବେଦକର ନାଗର ଜିଲ୍ଲାର କମଲପୁର ଗାଁରୁ ଜାଙ୍ଗବାହାଦୁର ତ୍ରିପାଠୀ ଚାରି ଦଶନ୍ଧି ପୂର୍ବରୁ ଦିଲ୍ଲୀକୁ ଆସିଥିଲେ,ସେ ଏହି ଅଞ୍ଚଳରେ ଏକ ଛୋଟ କାରଖାନା ଖୋଲିଥିଲେ, ଯେଉଁଠାରେ ବାକ୍ସରେ କମ୍ପାନୀ କିମ୍ବା ବ୍ରାଣ୍ଡର ନାମ ଛାପିବା କାମ କରାଯାଇଥିଲା |

10 ବର୍ଷର ପୁଅ ଆଉ ସ୍ତ୍ରୀ ହେଇଗଲେ ବେ-ସାହାରା :-

ଜଙ୍ଗବାହାଦୂରଙ୍କ ସାନଭାଇ ଶ୍ୟାମ ବାହାଦୂର ତ୍ରିପାଠୀ ବାୟୁସେନାରୁ ଅବସର ନେଇଛନ୍ତି,ଦୁଇ ଭାଇ ନିଜ ପୁରା ପରିବାରଙ୍କ ସହିତ ବୁଦ୍ଧ ବିହାରର ବୁଦ୍ଧ ବିହାର ଚରଣ -2 ର ଶ୍ୟାମ କଲୋନୀର 16 ନମ୍ବର ରାସ୍ତାରେ ଥିବା ଏକ ଘରେ ରହୁଥିଲେ,ଜଙ୍ଗବାହାଦୁରଙ୍କ ବଡ ପୁଅ ମନୋଜ ଗାଁରେ କୃଷି-କାମ କରନ୍ତି ଆଉ ସେ ସେଠାରେ ତାଙ୍କ ପତ୍ନୀଙ୍କ ସହ ରୁହନ୍ତି, ଆଉ ତାଙ୍କ ପୁଅ ଗୋଲୁ ଦିଲ୍ଲୀରେ ରୁହନ୍ତି ଆଉ ପାଠ ପଢ଼ନ୍ତି,ସାନପୁଅ ସାଲିଲ ବନାରସ ରେ ରହୁଥିବା ମମତାଙ୍କୁ ବିବାହ କରିଥିଲେ,ସେମାନଙ୍କର ଏକ 10 ବର୍ଷର ପୁଅ ଦିବ୍ୟାନ୍ ମଧ୍ୟ ଅଛି , ଯିଏ କି ସେହି ଅଞ୍ଚଳରେ ଏକ ଘରୋଇ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢେ |

ନାମୀ ହୋଟେଲ ରେ କରୁଥିଲେ ମ୍ୟାନେଜର ର ଚାକିରୀ :-

କମଲେଶ କହିଛନ୍ତି ଯେ ତାଙ୍କ ପୁରା ପରିବାର କୁ କେତେବେଳ କେଜାଣି କାହାର ଖରାପ ଦୃଷ୍ଟି ଲାଗିଗଲା ,କାରଣ ଏହାପୂର୍ବରୁ ଗତ ବର୍ଷ ଫେବୃଆରୀରେ ହୃଦଘାତ ହେବାରୁ ସାଲିଲଙ୍କ ଖୁସୀଙ୍କର ଦେହାନ୍ତ ହୋଇଥିଲା,କୋଭିଡ଼ ରେ ସଂକ୍ରମିତ ହୋଇ ସାଲିଲଙ୍କ ବାପାଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା, ଏଭଳି ପରିସ୍ଥିତି ରେ ଘରର ସବୁ ଦାୟିତ୍ୱ ସାଲିଲଙ୍କ କାନ୍ଧରେ ପଡ଼ିଲା,ସାଲିଲ ପୂର୍ବରୁ ନୂଆଦିଲ୍ଲୀର ଏକ ଜଣାଶୁଣା ହୋଟେଲରେ ମ୍ୟାନେଜର ଭାବରେ କାମ କରୁଥିଲେ, କିନ୍ତୁ କରୋନାର ପୂର୍ବ ଲହରୀ ତାଙ୍କ ପିତାଙ୍କ ସହ ଚାକିରିକୁ ମଧ୍ୟ ଛଡ଼ାଇ ନେଇଥିଲା |

ଚାକିରି ପଳେଇବାପରେ ମଧ୍ୟ ହରାଇଲେ ନଥିଲେ ସେ ନିଜ ସାହସ :-

ଚାକିରି ଛାଡିବା ପରେ ମଧ୍ୟ ସାଲିଲ ନିଜ ସାହସ କୁ ନହରାଇ, ନିଜପାଇଁ ସେ କିଛି ନା କିଛି କାମ ଖୋଜୁଥିଲେ ଏବଂ ଏହି ପରିସ୍ଥିତିକୁ ଦୂର କରିବାକୁ ଚେଷ୍ଟା ମଦ୍ଧ ଜାରି ରଖିଥିଲେ,ତିନି-ଚାରି ମାସ ପୂର୍ବରୁ ଜଣେ ବନ୍ଧୁଙ୍କ ପରାମର୍ଶରେ ସେ ଖାଦ୍ୟ ଡେଲିଭରି କାମ ଆରମ୍ଭ କରିଥିଲେ, ଆଉ କାମ କରିବା ମଧ୍ୟରେ ହିଁ,ସେ ନିଜପାଇଁ ମଧ୍ୟ ଏକ ଭଲ ଚାକିରି ଖୋଜୁଥିଲେ, କିନ୍ତୁ ହୋଟେଲ ରେଷ୍ଟୁରାଣ୍ଟଗୁଡିକ ବାରମ୍ବାର ବନ୍ଦ ହେବା କାରଣରୁ ସେ ଚାହୁଁଥିବା ଚାକିରି ପାଇପାରିଲେ ନାହିଁ |

ଦୁର୍ଘଟଣାର ସୂଚନା ପରେ ଘରେ ଶୋକ :-

କମଲେଶ କହିଛନ୍ତି ଯେ ଯେତେବେଳେ ଶନିବାରଦିନ ରାତିରେ ସଲିଲ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ, ସେତେବେଳେ ତାଙ୍କ ଦାଦା ତାଙ୍କ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ କିଛି ରୀତିନୀତି ପାଳନ କରିବାକୁ ଗାଁ ଯାଇଥିଲେ,ଘରେ କେବଳ ସାଲିଲଙ୍କ ମା କଲ୍ୟାଣୀ, ପତ୍ନୀ ମମତା, ପୁଅ ଦିବ୍ୟାନଶ ଆଉ ସମ୍ପର୍କୀୟ ଆଦି ହିଁ ଥିଲେ, ଦୁର୍ଘଟଣାର ଖବର ପାଇବା ମାତ୍ରେ ପୁରା ଘରେ ପୁଣି ଶୋକ ଖେଳିଯାଇଥିଲା,ରବିବାରଦିନ ସକାଳେ ପୋଷ୍ଟମର୍ଟମ ପରେ ମୃତଦେହ ମିଳିବା ପରେ ସମଗ୍ର ପରିବାର ଶେଷ ରୀତିନୀତି ପାଇଁ ଶବ କୁ ନେଇ ଗାଁକୁ ଯାଇଥିଲେ।

Leave a Reply

Your email address will not be published. Required fields are marked *