ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚିତ ଭାବରେ ଏକରୁ ଅଧିକ ଶକ୍ତିଶାଳୀ ଏବଂ ବୁଦ୍ଧିଶାଳୀ ପିଲାଙ୍କୁ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏପରି ଏକ ଝିଅ ବିଷୟରେ ଯିଏ ଗୋଟିଏ ମୁଥା ରେ ଗଛ ଭାଙ୍ଗିଦେଉଛି। ଆମେ 12 ବର୍ଷର ଝିଅ ଇଭନିକା ସାଦଭାକାସଙ୍କ (Evnika Saadvakass ) ବିଷୟରେ କହୁଛୁ, ଯାହାର ଶକ୍ତିକୁ ଆପ ତାର ନିରୀହ ଚେହେରାକୁ ଦେଖି ଜାଣିପାରିବେ ନାହିଁ।
ଏଭିନିକା ଏପରି ଏକ ଶକ୍ତିଶାଳୀ ଗଛକୁ ଗୋଟିଏ ପଞ୍ଚ ଅର୍ଥାତ ମୁଥାରେ ଭାଙ୍ଗି ଦିଅନ୍ତି। ଆଜିକାଲି ଏଭିନିକା ଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ ଭିଡିଓରେ ସେ ଏକ ଗଛକୁ ପିଟିବାରେ ଲାଗିଛନ୍ତି ।
View this post on Instagram
କିନ୍ତୁ ସେ ଗଛକୁ ଏତେଗୁଡ଼ିଏ ପଞ୍ଚ ମାରିଥିଲେ ଯେ ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।
ଏଭିନିକା ଋଷ ର ଅଟନ୍ତି। ସେ ପିଲାଦିନରୁ ବକ୍ସିଂ କରିଆସୁଛନ୍ତି। ଏଭିନିକାଙ୍କୁ ତାଙ୍କ ପିତା ରୁଷ୍ଟ୍ରମ ବକ୍ସିଂ ପାଇଁ ସଜାଇଛନ୍ତି। ବାସ୍ତବରେ ରୁଷ୍ଟ୍ରମ ନିଜେ ମଧ୍ୟ ଜଣେ ବକ୍ସିଂ କୋଚ୍।
Watch Little Evnika Saadvakass also known as the 'World's Strongest Girl' punching down a tree using her Amazing boxing skills.
Shes has been training hard since she was three and dreams of becoming a professional boxer one day. pic.twitter.com/A4ERWjB57b
— Quarantine Traders (@QuarantineTrad1) January 8, 2022
ସୂଚନାନୁସାରେ ଏଭିନିକା ପଂଚ (Punch) ମାମଲାରେ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି। ତା’ର ପଂଚ ଏତେ ଦ୍ରୁତ ଯେ ସେ 1 ମିନିଟରେ 654 ଥର ପଂଚ କରେ । ଏଭିନିକା ଏପର୍ଯ୍ୟନ୍ତ କବାଟ ରୁ ଆରମ୍ଭ କରି ଅନେକ ଶକ୍ତିଶାଳୀ ଜିନିଷ ତାଙ୍କ ପଂଚ ରେ ଭାଙ୍ଗି ଦେଇଛନ୍ତି ।
ଏଭିନିକା ଙ୍କ 7 ଭାଇଭଉଣୀ ଅଛନ୍ତି । ସମସ୍ତ ପିଲାମାନେ ବକ୍ସିଂ ପ୍ରତି ଆଗ୍ରହୀ ଏବଂ ସେମାନଙ୍କ ପିତାଙ୍କଠାରୁ ବକ୍ସିଂ ଶିଖୁଛନ୍ତି । ଘରେ ଏଭିନିକାଙ୍କ ମା ହିଁ ଏକମାତ୍ର ଯିଏ ବକ୍ସିଂ ସହିତ ଜଡିତ ନୁହଁନ୍ତି । ଏଭିନିକାଙ୍କ ମାତାଙ୍କ ନାମ ଅନିଆ ସାଦଭାକାସ ଏବଂ ସେ ଜଣେ ଜିମ୍ନାଷ୍ଟ ଥିଲେ।