ମୁଁ ତୁମ ଫେସବୁକ୍ ସାଙ୍ଗ, ଓଡ଼ିଶା ପୋଲିସରେ କାମ କରୁଛି, ଥରୁଟେ ମୋ ସହ କାରରେ ପୁରୀ ବୁଲିବାକୁ ଆସ,ତା ପରେ ଯାଇକି ଫୋନ ଦେବି !

ତେବେ ବନ୍ଧୁଗଣ ଆଜି କାଲି ସମାଜରେ ଆମ ଚାରି ପାଖରେ ଏପରି ସବୁ ନିନ୍ଦନୀୟ ଓ ଲଜ୍ୟା ଜନକ ଘଟଣା ମାନ ଘଟି ଯାଉଛି । ଯାହାକୁ ଶୁଣିଲେ ମୁଣ୍ଡ ଖରାପ ହୋଇଯିବ । ଧୀରେ ଧୀରେ ସମାଜରେ ଦୁର୍ନୀତି ଓ ଅନୀତି କାର୍ଯ୍ୟ ସବୁ ବଢ଼ି ବଢ଼ି ଚାଲିଛି । ଚୋରି, ଡକାୟତି ହତ୍ୟା ଓ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ରହିବା ଯେମିତି ଆଜି କାଲିକା ସମୟରେ ସାଧାରଣ ହୋଇଗଲାଣି । ସେପରି ଫେସବୁକ୍ ମଧ୍ୟ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଗଲାଣି । ହେଲେ ତାଦ୍ୱରା କିଛି ଭଲ ହେବା ସହ ଖରାପ ମଧ୍ୟ ଘଟୁଛି । ବିଶେଷକରି ଝିଅ ମାନେ ଏହାର ଶିକାର ହେଉଛନ୍ତି ।

ନିକଟରେ ଭୁବନେଶ୍ୱର ରେ ଏପରି ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି । ପୁରୀ ଗଲେ ମୋବାଇଲ ଦେବି ଏମିତି କହି ଜଣେ ଯୁବତୀଙ୍କ ଠାରୁ ମଝି ରାସ୍ତାରେ ହଇରାଣ ହରକତ କରୁଥିବା ଅଭିଯୋଗ ଆସିଛି । ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ । ତେବେ ଅଭିଯୋଗ ମୁତାବକ ଜିତୁ ଦାସ ନାମକ ଜଣେ ଯୁବକ ଜାନୁଆରୀ ୧ ତାରିଖରେ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ଵେସ୍ଟ ପଠାଇ ଥିଲେ । ପରେ ଉଭୟଙ୍କ ମଧ୍ୟରେ ଚାଟିଂ ଚାଲିଥିଲା । ଆଉ ତାପରେ ଫୋନ୍ ନମ୍ୱର୍ ନେଇ କଥା ମଧ୍ୟ ହେଇଥିଲେ ।

ଗତ କାଲି ଯୁବତୀ ଜଣକ ଘରକୁ ଫେରୁଥିବା ବେଳେ ପଛ ଆଡୁ ଜିତୁ ଆସି ଫୋନ୍ ଛଡ଼ାଇ ନେଇଥିଲେ । ତେବେ ଯୁବତୀ ଜଣକ ପାଟି ଚିଲ୍ଲେଇ ଥିଲେ ମଧ୍ୟ ଜିତୁ ବାଇକ୍ ରେ ଥିବାରୁ ପଳାଇ ଯାଇଥିଲେ । ନିଜ ଫୋନ୍ କୁ କଲ୍ କରିବାରୁ ସ୍ଵିଚ୍ ଅଫ୍ ଦେଖାଇଥିଲା । ଏବଂ ତାପରେ କଲ୍ କରିବାରୁ ଯୁବକ ଜଣକ ଫୋନ୍ ଉଠାଇ ଉକ୍ତ ଯୁବତୀଙ୍କୁ ତାଙ୍କ ସହ କାର୍ ରେ ପୁରୀ ଗଲେ ମୋବାଇଲ ଦେବେ ବୋଲି କହିଥିଲେ । ଏନେଇ ଯୁବତୀ ଜଣକ ଘର ମାଲିକକୁ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ ।

ତେବେ ଯୁବତୀ ଜଣଙ୍କ ଫୋନ୍ ପାଇବା ଆଶାରେ ଜିତୁଙ୍କୁ ପଳାଶୁଣି ଛକକୁ ଡାକିଥିଲେ । ନିଜ ଘର ମାଲିକ ସହିତ ଯାଇଥିଲେ ଯୁବତୀ ହେଲେ ଜିତୁ ଉଭୟଙ୍କୁ ଜାଣିପାରି ଗାଡ଼ି ଚଢାଇ ମାରି ଦେବାକୁ ଉଦ୍ୟମ କରିବା ସହିତ ଫେରାଇ ହୋଇ ଯାଇଥିଲା । ଜିତୁ ଦାସଙ୍କ ଫେସବୁକ୍ ଆକାଉଣ୍ଟ୍ ରେ ସେ ଜଣେ ଓଡ଼ିଶା ପୋଲିସ୍ ବିଭାଗର କର୍ମଚାରୀ ବୋଲି ପରିଚୟ ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।

ନୂଆବର୍ଷ ଦିନ ହିଁ ସେ ପ୍ରଥମଥର ପାଇଁ ସେ ଯୁବକ ଜଣଙ୍କ ସହ କଥାବାର୍ତ୍ତା କରିଥିଲେ । ଯୁବତୀ ଜଣଙ୍କ ନାମ ହେଉଛି ଶୁଭଲକ୍ଷ୍ମୀ ନାୟକ । ବୟସ ମାତ୍ର ୨୧ ବର୍ଷ । ସେ ଭୁବନେଶ୍ୱରର ପଳାଶୁଣି ଅଞ୍ଚଳରେ ଏକ ଭଡ଼ା ଘରେ ରହୁଛନ୍ତି । ସେ ସନ୍ଧ୍ୟା ୭ଟା ବେଳେ ଡ୍ୟୁଟି ସାରି ରୁମକୁ ଫେରୁଥିବା ବେଳେ ତାଙ୍କ ସହ ଏଭଳି ଦୁର୍ଘଟଣା ଘଟିଥିଲା ।

Leave a Reply

Your email address will not be published. Required fields are marked *