କୁକୁରର ମାନବିକତା ଦେଖିଲେ ଖୁସିରେ ଆଖିରୁ ଲୁହ ଝରି ଆସିବ ! ଦେଖନ୍ତୁ ଭିଡ଼ିଓ

ଯେତେବେଳେ ଦୁନିଆର ବିଶ୍ୱସ୍ତ ପ୍ରାଣୀମାନଙ୍କ କଥା ଆସେ, ପ୍ରଥମ ନାମ ହେଉଛି କୁକୁରର । ଯଦି କୁକୁର ବିଶ୍ୱସ୍ତତାର କାହାଣୀ କୁହାଯାଏ, ତେବେ ଏହା ସେମାନଙ୍କ ମାଲିକଙ୍କ ପ୍ରତି ଥିବା ପ୍ରେମ ଓ ନିଜ ଜୀବନକୁ ବାଜି ଲଗାଇ ଦେଲା ଭଳି କାମ କରନ୍ତି । ମାଲିକ ପ୍ରତି କୁକୁରର ବିଶ୍ବସ୍ତତା ସର୍ବଜନବିଦିତ । କୁକୁର ସବୁଠାରୁ ବିଶ୍ଵସ୍ତ ଓ ସଚ୍ଚୋଟ । କୁକୁର ମଣିଷର ସବୁଠାରୁ ଭଲ ବନ୍ଧୁ । ବିଶ୍ବରେ ଏ ନେଇ ଅନେକ କାହାଣୀ ରହିଛି, ଉଦାହରଣ ବି ଅନେକ । କୁକୁରର ବିବେକ ସମ୍ପର୍କିତ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

କୁକୁର କିପରି ମଣିଷ ଭଳି ମାନବିକତା ଗୁଣର ଉଦାହରଣ  ସୃଷ୍ଟି କରୁଛି ତାହା ଏହି ସବୁ ଭିଡ଼ିଓରେ ଦେଖିବାକୁ ମିଳୁଛି । ଏହା ବହୁ ଦର୍ଶକ ମାନଙ୍କୁ ମଧ୍ୟ ଭାବପ୍ରବଣ କରିଛି । କୁହାଯାଏ କି କୁକୁର ହେଉଛି ସବୁଠାରୁ ବିଶ୍ୱସ୍ତ ପ୍ରାଣୀ । ସେଥିପାଇଁ କିଛି ଲୋକ ସେମାନଙ୍କର ପୋଷା କୁକୁରକୁ ପରିବାରର ସଦସ୍ୟ ଭାବରେ ରଖନ୍ତି ।  କୁକୁର ଏବଂ ମଣିଷ ମଧ୍ୟରେ ବନ୍ଧୁତ୍ୱର କିଛି କାହାଣୀ ସମ୍ବନ୍ଧରେ ଆସନ୍ତୁ ଜାଣିବା ।

ଲଣ୍ଡନ ସହରର ରୋସେଲ୍ ଜୋନ୍ସ ନାମକ ଜଣେ ଲୋକର କୁକୁର କିଛି ଦିନ ହେବ ଛୋଟେଇ ଚାଲୁଥିଲା । ତୋ ମାଲିକ ତାର ଗୋଡ଼ କେଉଁଠି ମାଡ଼ ହେଇ ଯାଇଛି ଭାବି ଡାକ୍ତରଙ୍କୁ ଦେଖାଇଲେ ଏବଂ ଏକ୍ସ୍ରେ କଲେ । କିନ୍ତୁ ସବୁ କିଛି ନର୍ମାଲ ଆସିଲା । ଅସଲରେ ମାଲିକ ଜୋନ୍ସଙ୍କର କିଛି ଦିନ ପୂର୍ବରୁ ଗାଡିରୁ ପଡି ଗୋଡ଼ ଭାଙ୍ଗି ଯାଇଥିଲା । ସେ ଯେତେବେଳେ ଚାଲୁଥିଲେ ତୋ ଛୁଟେଇ ଚାଲୁଥିଲେ । ତା କୁକୁର ମଧ୍ୟ ନିଜ ମାଲିକକୁ ସିମ୍ପାଥି ଦେବା ପାଇଁ ନିଜେ ଛୋଟେଇ ଚାଲୁଥିଲା । ତେବେ ଏହି କୁକୁରର ନିଜ ମାଲିକ ପାଇଁ ଭଲ ପାଇବା ଏବଂ ସମ୍ମାନ ସମସ୍ତଙ୍କୁ ଭାବୁକ କରିଦେଲା ।

ତେବେ ସାଧାରଣ ଭାବରେ ଆମେ ସମସ୍ତେ ଦେଖୁଥିବା ଯେ କୁକୁର ଏବଂ ବିଲେଇଙ୍କର ପରସ୍ପର ମଧ୍ୟରେ ସାପ ନେଉଳ ଭଳି ଶତ୍ରୁତା ସମ୍ପର୍କ ଏହି ଆସିଛି । କିନ୍ତୁ ତୁର୍କୀର ଏକ ଘଟଣା ଏହି କଥାକୁ ଭୁଲ୍ ପ୍ରମାଣିତ କରିଦେଲା । ତୁର୍କୀରେ ପାଣିରେ ବୁଡି ରହିଥିବା ଏକ ବିଲେଇକୁ ଦେଖି କୁକୁରଟି ପ୍ରଥମେ ନିଜ ମୁଣ୍ଡକୁ ନୁଆଁଇ ଦିଏ । ଯେମିତି ବିଲେଇ ତା ମୁଣ୍ଡକୁ ଧରି ଉପରକୁ ଉଠି ଚାଲିଆସିବ । କିନ୍ତୁ ବିଲେଇଟି ନଆସି ପାରିବାରୁ କୁକୁରଟି ପାଣି ଭିତରକୁ ଚାଲିଯାଏ ଏବଂ ବିଲେଇକୁ ନିଜ ପିଠିରେ ବସାଇ ଧରି ଉପରକୁ ଆସିଯାଏ ।

ଚୀନରେ କୁକୁରଙ୍କ ପ୍ରଶିକ୍ଷଣକାରୀ ଝାଙ୍ଗୱେ, ଯେତେବେଳେ ନିଜ ଚାକିରୀରୁ ଅବସର ନେଇ ବାରାକ୍ ଛାଡ଼ି ଯାଉଥିଲେ ସେତେବେଳେ ବେବି ନାମକ ତାଙ୍କ ଦ୍ଵାରା ପ୍ରଶିକ୍ଷିତ ହୋଇଥିବା ଏକ କୁକୁର ତାଙ୍କ ବ୍ୟାଗକୁ ଛାଡ଼ିଲା ନାହିଁ । ତାପରେ ଟ୍ରେନର ଜଣକ ବେବିର ପିଠି ଥାପୁଡ଼ାଇ ଗୁଡବାଇ କହି ମିଲିଟାରୀ ଗାଡ଼ିରେ ବସିଲେ । କିନ୍ତୁ ଵେବି ବନ୍ଧା ହୋଇଥିବା ନିଜ ଚେନକୁ ଟାଣି ଟାଣି ଗାଡ଼ି ପାଖକୁ ଯାଏ । ଏମିତି ଗାଡ଼ି ଚାଲିଲା ପରେ ମଧ୍ୟ ବେବି ଗାଡ଼ି ପଛରେ କିଛି ବାଟ ଚାଲିଗଲା । ଏହି କୁକୁରର ନିଜ ଟ୍ରେନର ପ୍ରତି ଏପରି ଭଲ ପାଇବା ଦେଖି ସମସ୍ତେ ଆଚମ୍ବିତ ହୋଇଗଲେ ।

Leave a Reply

Your email address will not be published. Required fields are marked *