ତିନି ମାସର ଛୁଆକୁ ମା ଏକ ବନ୍ଦ ଘରେ ଲୁଚାଇ ରଖିଥିଲା,ଆଉ ୧୦ ବର୍ଷ ପରେ କବାଟ ଖୋଲିଲା ବେଳକୁ ସମସ୍ତଙ୍କର ଉଡ଼ିଗଲା ହୋସ !

ବେଳେବେଳେ ସୋସିଆଲ ମିଡ଼ିଆରେ କିଛି ଏପରି କଥା ସାମ୍ନାକୁ ଆସିଥାଏ ଯାହା ଆପଣ ଆଗକୁ କେବେବି ଦେଖିନଥିବେ।ଏବଂ ଏହାକୁ ବିଶ୍ବାସ କରିବା ମଧ୍ୟ ଆଦୌ ସହଜ ନୁହେଁ।ତେବେ ବନ୍ଧୁଗଣ କଣ ଆପଣ ଗୋଟିଏ ବନ୍ଦ ଘର ମଧ୍ୟରେ କିଛି ନଖାଇ ନପିଇ ୧୨ ଦିନ ପର୍ଯ୍ୟନ୍ତ ରହିପାରିବେ, ନିହାତି ଭାବରେ ନୁହେଁ। ତେବେ ଭାବନ୍ତୁ ଗୋଟିଏ ତିନି ମାସର ପିଲା ବନ୍ଦ ଘର ମଧ୍ୟରେ ୧୨ ଦିନ ବିନା ଖାଦ୍ୟର ରହିବ ତାର କଣ ଅବସ୍ଥା ହେବ।

ତେବେ ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଯେଉଁ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ସେ ବିଷୟରେ ଆପଣ ଜାଣିଲେ ଆପଣଙ୍କର ହୃଦୟ କାନ୍ଦି ଉଠିବ ଏବଂ ଆପଣ ଚକିତ ହୋଇଯିବେ।

ତେବେ ଘଟଣାଟି କିଛି ଏହିପରି ଥିଲାକି ଜଣେ ଯୁବତୀ ନିଜର ୩ ମାସର ପିଲା ସହିତ ଏକୁଟିଆ ରହୁଥିଲେ। ସେ ପିଲାର ବାପାଙ୍କର କୌଣସି ପରିଚୟ ନଥିଲା, ଏ ନେଇ ଯୁବତୀଙ୍କୁ ଅନେକ କଥା ଶୁଣିବାକୁ ମଧ୍ୟ ପଡୁଥିଲା। ଆଉ ପିଲାକୁ ଖାଦ୍ୟ ଦେଇ ବଞ୍ଚାଇବାର ସାମର୍ଥ୍ୟ ତାଙ୍କ ପାଖରେ ନଥିଲା।

ତେଣୁ ସେ ଗୋଟେ ଦିନ ନିଜର ୩ ମାସର କୁନି ଝିଅଟିକୁ ନେଇ ଘର ଭିତରେ ରଖିଦେଇ ବାହାରେ ତାଲା ପକାଇ ସେଠାରୁ କୁଆଡ଼େ ଚାଲିଗଲା। ତେବେ ସେହି ବାଟ ଦେଇ ଅଲ୍ଲୀ ନାମକ ଜଣେ ଯୁବକ ପ୍ରାୟ ଯିବା ଆସିବା କରନ୍ତି ଆଉ ସେଦିନ ସେ ଯିବା ବେଳେ ସେ ସେହି ଘର ମଧ୍ୟରୁ ଗୋଟିଏ କୁନି ପିଲାର କାନ୍ଦ ଶୁଣିବାକୁ ପାଇଲେ। ମାତ୍ର ପାଖକୁ ଆସି ଦେଖିଲେକି ଘରେ ତାଲା ଲାଗିଛି। ତେଣୁ ସେ ଏହିପରି ଭ୍ରମରେ ଶୁଣିଲେ ଭାବି ସେଠାରୁ ଚାଲିଗଲେ। କିନ୍ତୁ ପର ଦିନ ପୁଣି ସେମିତି ପିଲାଟିର କନ୍ଦିବା ସେ ଶୁଣିବାକୁ ପାଇଲେ।

ତେବେ ତାଙ୍କୁ ଏ ବିଷୟରେ ସଂଦେହ ହେବାରୁ ସେ ଘରର ତାଲା ଖୋଲିଲେ ଆଉ ଯାହା ଦେଖିଲେ ତାହାକୁ ସେ ବିଶ୍ବାସ କରି ପାରିଲେନାହିଁ। ସେ ଦେଖିଲେକି ୩ ମାସର ପିଲାଟି ଘର ମଧ୍ୟରେ ନଖାଇ ନପିଇ ଅସୁସ୍ଥ ହୋଇ ପଡିରହିଛି। ଆଉ ସେ ସଙ୍ଗେ ସଙ୍ଗେ ପିଲାଟିକୁ ଧରି ହସ୍ପିଟାଲ ଗଲେ। ତେବେ ହସ୍ପିଟାଲରେ ପିଲାଟିର କାହାଣୀ ଶୁଣି ହିନା ନାମକ ଜଣେ ନର୍ସ ତାକୁ ନିଜର ସଂତାନ ପରି ଯତ୍ନ ନେଲେ ଆଉ ତାକୁ ଅନାଥ ଆଶ୍ରମକୁ ନଛାଡି ନିଜ ପାଖରେ ନିଜର ଝିଅ କରି ରଖିଲେ। କିନ୍ତୁ ସେ ସବୁବେଳେ ସେ ବନ୍ଦ ଘର ଉପରେ ନଜର ରଖୁଥିଲେ।

ତେବେ ଏହି ଘଟଣାର ୧୦ ବର୍ଷ ପରେ ପିଲାଟିକୁ ବନ୍ଦ ଘରେ ପକାଇ ପଳେଇଥିବା ମହିଳା ଜଣଙ୍କ ସେଠାକୁ ଆସିଥିଲେ। ଆଉ ହୀନା ତାଙ୍କୁ ଅଟକାଇ ପଚାରିଲେକି ତୁମେ ପିଲାଟି ସହ ଏହିପରି କାହିଁକି କରିଲ। ତେବେ ଯୁବତୀ ଜଣଙ୍କ ଉତ୍ତର ଦେଇଥିଲେକି ସେ ପିଲାର ବାପାର ପରିଚୟ ତା ପାଖରେ ନଥିଲା ଆଉ ସେ ତାକ ବଡ଼ କରିବାର କ୍ଷମତା ନଥିଲା ,ତେଣୁ ସେ ଏମିତି କରିଲେ।

Leave a Reply

Your email address will not be published. Required fields are marked *