ସୁମିତକୁ ନେଇ ଘରକୁ ଫେରିବେ ପ୍ରମୋଦ ନା ପୁରା ପରିବାର ଘର ଛାଡ଼ିଦେବେ ?

କୋର୍ଟ ସୁମିତ ଓ ତପସ୍ଵିନୀଙ୍କ ଘଟଣାରେ ଏପରି ବିଚାର କରିଥିଲେ ଯେଉଁଥିରେ ସୁମିତ ତପସ୍ଵିନୀଙ୍କୁ ନିଜ ମାସିକ ଦରମା ରୁ କିଛି ଟଙ୍କା ଦେବେ ଓ ତା ପରେ ପରେ ତପସ୍ଵିନୀ ସୁମିତଙ୍କ ଘରେ ରହିବେ ବୋଲି କୋର୍ଟ ଅର୍ଡର୍ ମଧ୍ୟ ଦେଇଛନ୍ତି । କୋର୍ଟ ଅର୍ଡର୍ ପରେ ସୁମିତଙ୍କ ବାପା ତପସ୍ଵିନୀଙ୍କୁ ନିଜ ଘରର ତଳ ରୁମ୍ ଦେଇ ନଥିବାରୁ ସେ ଘରେ ରହିବେ ନାହିଁ ବୋଲି ଓଡି ବସିଥିଲେ ।

କିନ୍ତୁ ଏବେ ତପସ୍ଵିନୀ ଶଶୁର ଘରେ ଥିବା ଉପର ରୁମରେ ରହିବା ପାଇଁ ରାଜି ହୋଇ ଯାଇଛନ୍ତି । ଉପର ଘରେ ଥିବା ରୁମକୁ ସୁମିତଙ୍କ ବାପା ୫ ଟି ମୂଲିଆ ଲଗାଇ ସଫା ସୁତୁରା କରିଛନ୍ତି। ଉଭୟଙ୍କ ସମ୍ପର୍କ କେଉଁ ମୋଡରେ ଠିଆ ହୋଇଛି ତାକୁ କେହି ବୁଝି ପାରୁନାହାନ୍ତି । ତାହା ଆଗକୁ ଜଣା ପଡ଼ିବ ।

ଆମେ ସମସ୍ତେ ଏହି ଖବର ଶୁଣିବା ପରେ ଖୁବ୍ ଖୁସି ହୋଇ ଯାଇଥିଲୁ କି ଯାହା ହେଉ ଶେଷରେ ଧର୍ମରେ ଜୟ ହେଲା ବୋଲି । ସେ ମଧ୍ୟ ନିଜେ ଖୁସି ହୋଇ ଯାଇଥିଲେ ହେଲେ ଶେଷରେ ଏମିତି ଦୁଃଖ ଖବର ମିଳିବା ବୋଲି ଆମେ କେବେ ଭି ଆଶା କରିଥିଲେ ।

ବାସ୍ତବରେ ତପସ୍ଵିନୀଙ୍କ ଶ୍ବଶୁର କୋର୍ଟ ଅର୍ଡର୍ ଅନୁସାରେ ତପସ୍ଵିନୀକୁ ନିଜ ଘରେ ରଖିବା ପାଇଁ ରାଜି ହେଲେ ଭି ତାଙ୍କୁ ନିଜ ସହିତ ଅର୍ଥାତ୍ ତଳ ଘରେ ରଖିବେ ନାହିଁ ବୋଲି ଏମିତି କହିଥିଲେ ଯାହା ପାଇଁ ତାଙ୍କୁ ଉପର ଘର ଦେଇଥିଲେ । ହେଲେ ତପସ୍ଵିନୀ ଉପର ଘରେ ରହିବା ପରେ ପରେ ତାଙ୍କ ଶ୍ବଶୁର ଅଧ ରାତି ରେ ତାଙ୍କ ଘର ଛାଡ଼ି ଅନ୍ୟତ୍ର ଆଉ କେଉଁଠାକୁ ଚାଲି ଯାଇଛନ୍ତି ।

ସେହି ଅଧା ରାସ୍ତା ରେ କହିଛନ୍ତି କି ମୁଁ ଡର ଅନୁଭବ କରୁଥିଲି ତପସ୍ଵିନୀ ପାଇଁ । ବାସ୍ତବ ରେ ଏବେ ସମସ୍ତଙ୍କର ଗୋଟିଏ ପ୍ରଶ୍ନ ସୁମିତ ଙ୍କୁ ନେଇ ପ୍ରମୋଦ ତାଙ୍କ ଘରକୁ ଫେରିବେ ନା ସେ ସଦା ସର୍ବଦା ପାଇଁ ଘର ଛାଡିଛନ୍ତି । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ହେବ ଏହା ପରେ।

Leave a Reply

Your email address will not be published. Required fields are marked *