ଗତ ବର୍ଷ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଲୋକମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ରଖି ଦେଇଥିଲା।ବର୍ଷ ଆରମ୍ଭରୁ ହିଁ ଗୋଟିଏ ପରେ ଗୋଟିଏ ବାତ୍ୟା ଏବଂ ଲଘୁଚାପ ଦେଖିବାକୁ ମିଳୁଛି। ଅଦିନରେ ବର୍ଷା ଏବଂ ଅତି ପ୍ରବଳ ବର୍ଷା କାରଣରୁ ଲୋକମାନେ ନାନା ବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଲଘୁଚାପ ନଜାଉଣୁ ଆଉ ଏକ ଲଘୁଚାପ ବଙ୍ଗୋପସାଗର ରେ ଦାନା ବାନ୍ଧିବାରେ ଲାଗିଥିଲା।
ଆଉ ଏବେ ପୁରୁଣା ବର୍ଷ ସରି ନୂଆ ବର୍ଷ ଆସିଲାଣି, ହେଲେ ଆଉ ଏକ ବଡ ବର୍ଷା ଲୋକଙ୍କର ମୁଣ୍ଡବଥାର କାରଣ ହେବାକୁ ଯାଉଛି। ରାଜ୍ୟରେ ଆସନ୍ତା ଜାନୁଆରୀ ୭ ତାରିଖରୁ ଆରମ୍ଭ ହେବ ବର୍ଷା । ସପ୍ତାହେ ଧରି ରାଜ୍ୟରେ ସ୍ବଳ୍ପରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୋଆର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏ ନେଇ ପୂର୍ବାନୁମାନ କରାଯାଇଛି।
ଜାନୁଆରୀ ୭ ତାରିଖରୁ ୧୪ ତାରିଖ ଯାଏଁ ଓଡିଶାରେ ବର୍ଷା ଲାଗିରହିବ । ଜାନୁଆରୀ ୮, ୯ ଏବଂ ୧୩, ୧୪ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ୯ ଏବଂ ୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି ।ପଶ୍ଚିମ ଓଡିଶାରେ ଜାନୁଆରୀ ୯ ଏବଂ ୧୨ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପଶ୍ଚିମାଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ କାଳବୈଶାଖୀ ମଧ୍ୟ ହେବାର ଆଶଙ୍କା ରହିଛି । ସେହିଭଳି ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ ଜାନୁଆରୀ ୧୦ ଏବଂ ୧୪ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବ।
ତେବେ ପୁଣି ଭିଜିବ ଓଡିଶା, ରାଜ୍ୟକୁ ଭିଜାଇବ ଘୂର୍ଣ୍ଣିବଳୟ, ଉପାନ୍ତର ଉପକୂଳ ସବୁଠି ହେବ ବର୍ଷା। ଏକ ଘନୀଭୂତ ପଶ୍ଚିମା ଝଡ ଆଜିଠୁ ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ରାଜସ୍ଥାନ ତଥା ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟର ରୂପ ନେବ। ତେବେ ଏହା ପ୍ରଭାବରେ ଓଡିଶାରେ ଆସନ୍ତା ୧୦ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି, ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଉପକୂଳ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।