ନ୍ୟୁୟର୍କରେ ନିଜର ମିସ୍ ୟୁନିଭର୍ସ ଆପାର୍ଟମେଣ୍ଟରେ ପହଞ୍ଚିଲେ Harnaaz,ବର୍ଷେ ପାଇଁ ମିଳିବ ଏସବୁ ଜିନିଷ ମାଗଣାରେ !

ଚଣ୍ଡିଗଡ଼ର ବାସିନ୍ଦା ହର୍ନାଜ୍ ସନ୍ଧୁ ଡିସେମ୍ବର 2021 ରେ ମିସ୍ ୟୁନିଭର୍ସ ଟାଇଟଲ୍ ନିଜ ନା ରେ କରିଛନ୍ତି,21 ବର୍ଷ ପରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତିବା ରେ ହର୍ନାଜ ତୃତୀୟ ଭାରତୀୟ ମହିଳା ହୋଇପାରିଛନ୍ତି,ଆପଣଙ୍କୁ କହିରଖୁଛୁ କି, ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିବା ପ୍ରତିଯୋଗୀଙ୍କୁ ନ୍ୟୁୟର୍କର ମିସ୍ ୟୁନିଭର୍ସ ଆପାର୍ଟମେଣ୍ଟରେ ଏକ ବର୍ଷ ମାଗଣାରେ ରହିବାକୁ ଦିଆଯାଏ |

ହର୍ନାଜ୍ ଜାନୁଆରୀ 4 ରେ ତାଙ୍କ ନୂତନ ଘରେ ପହଞ୍ଚିଛନ୍ତି,କିନ୍ତୁ କରୋନା ଗାଇଡଲାଇନ ପାଇଁ ସେଈଠାରେ କରେଣ୍ଟଟାଇନ କରାଯାଇଛି,ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଳାସପୂର୍ଣ୍ଣ ଘରେ ହର୍ନାଜ ଏକୁଟିଆ ରହିବେନାହିଁ,ତାଙ୍କୁ ଏହି ଆପାର୍ଟମେଣ୍ଟକୁ ମିସ୍ ୟୁଏସ୍ ସହିତ ସେୟାର କରିବାକୁ ପଡିବ |

ହର୍ନାଜ ମିଳିବାକୁ ଯାଉଛି ସବୁକିଛି ମାଗଣା ରେ :-

ମିସ୍ ୟୁନିଭର୍ସ ଆପାର୍ଟମେଣ୍ଟର ମେକ୍-ଓଭର କରାଯାଇଛି,ଏହା ପରେ 2020 ମସିହାରେ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିବା ମେକ୍ସିକୋର ଆଣ୍ଡ୍ରେୟା ମେଜା ଆଉ ମିସ୍ ୟୁଏସ୍ ଅସ୍ୟା ବ୍ରଞ୍ଚ ଏଠାରେ ରହୁଥିଲେ,ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖାଇବା ସାମଗ୍ରୀ ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ,ପୁରା ଆପାର୍ଟମେଣ୍ଟର ପ୍ରତ୍ୟେକ ଆଇଟମ୍ ହର୍ଣ୍ଣାଜ୍ ପାଇଁ ସମ୍ପୂର୍ଣ୍ଣ ମାଗଣା ଅଟେ |

ମିସ୍ ୟୁନିଭର୍ସ ଅର୍ଗାନାଇଜେସନ୍ ହିଁ ଏହାକୁ ସଂପୂର୍ଣ୍ଣ ଭାବେ ପରିଚାଳିତ କରିଥାଏ, ହର୍ନାଜ୍ ତାଙ୍କ ନୂଆ ଘର ମିସ୍ ୟୁନିଭର୍ସ ଆପାର୍ଟମେଣ୍ଟରେ ପ୍ରବେଶ କରିବାର ଭିଡିଓ ସୋସିଆଲ ମେଡ଼ିଆରେ ବି ସେୟାର କରିଛନ୍ତି |

ପୂର୍ବତନ ମିସ୍ ୟୁନିଭର୍ସ ଆଣ୍ଡ୍ରେୟା ଏକ ଚିଠି ମଧ୍ୟ ଲେଖିଥିଲେ:-

2020 ଆଣ୍ଡ୍ରିଆର ମିସ୍ ୟୁନିଭର୍ସ ମଧ୍ୟ ତାଙ୍କ ଉତ୍ତରାଧିକାରୀ ହର୍ନାଜଙ୍କ ପାଇଁ ଏକ ଚିଠି ଛାଡିଯାଇଥିଲେ,ଏବଂ ସେହି ଚିଠିରେ ଲେଖାଥିଲା, “ନୂଆ ମିସ୍ ୟୁନିଭର୍ସକୁ ସିଷ୍ଟର-ହୁଡ ଏବଂ ତୁମର ନୂଆ ଘରକୁ ତୁମକୁ ସ୍ୱାଗତ,ମୋର ଆଜିବି ମାନେ ଅଛି ଆପାର୍ଟମେଣ୍ଟରେ ମୋର ପ୍ରଥମ ଦିନ, ମୁଁ ଏହି କ୍ରେଜି ଆଉ ସୁନ୍ଦର ସହରରେ ଏକ ନୂଆ ଜୀବନର ଆରମ୍ଭ କରିବାକୁ ବହୁତ ଉତ୍ସାହିତ ଥିଲି |

ମୁଁ ଜାଣେ ତୁମର ପ୍ରିୟଜନଙ୍କଠାରୁ ଦୂରରେ ରହିବା ତୁମ ପାଇଁ ବହୁତ କଷ୍ଟକର ଅଟେ,କିନ୍ତୁ ମନେରଖନ୍ତୁ ଯେ ଆପଣ ଏଠାରେ ଏକା ନୁହଁନ୍ତି,ଏକ ମିସ୍ ୟୁନିଭର୍ସ ସଂସ୍ଥା ଭାବରେ ଆପଣଙ୍କର ଏକ ଅଦ୍ଭୁତ ସମର୍ଥନ ବ୍ୟବସ୍ଥା ମଧ୍ୟ ଅଛି, ମୁଁ ସର୍ବଦା ଏଠାରେ ରହିବି, ଯଦି ତୁମେ କାହା ସହିତ କଥାବାର୍ତ୍ତା କରିବାକୁ କିମ୍ବା କୌଣସି ବନ୍ଧୁ କିମ୍ବା କେବେ ଯଦି ପରାମର୍ଶ ଆବଶ୍ୟକ କର | ପ୍ରେମର ସହିତ, ଆଣ୍ଡ୍ରିଆ”|

ଏକ ବର୍ଷ ପୂର୍ବରୁ ହିଁ ମେକ୍-ଓବର କରାଯାଇଥିଲା :-

ସୂଚନାଯୋଗ୍ୟ ଯେ ମିସ୍ ୟୁନିଭର୍ସ ଆପାର୍ଟମେଣ୍ଟର ମେକ୍-ଓଭର ଏକ ବର୍ଷ ପୂର୍ବରୁ ହିଁ ହୋଇଥିଲା,ନ୍ୟୁୟର୍କର ଆକାଶ ଛୁଆ ଅଟ୍ଟାଳିକା ମଧ୍ୟ ଏହି ଆପାର୍ଟମେଣ୍ଟର ୱିଣ୍ଡୋରୁ ସ୍ପଷ୍ଟ ଦେଖାଯାଏ, ଏହାକୁ ଇଣ୍ଟେରିୟର ଡିଜାଇନର୍ ଭିଭିଆନ୍ ଟୋରେସ୍ ଡିଜାଇନ୍ କରିଛନ୍ତି |

ଏହାକୁ ନୁଡେ ଆଉ କୁଲ-କଲର ପ୍ୟାଲେଟ ର ସହିତ ସଜାଯାଇଛି,କାନ୍ଥରେ ଅଫ-ହ୍ୱାଇଟ୍ କାନ୍ଥ, ବ୍ଲୁ -ଭେଲଭେଟ ସୋଫା, ଆର୍ଟିଷ୍ଟିକ କଲର ଚିତ୍ରଗୁଡ଼ିକ ଅଛି,ଏଥିରେ ପୂର୍ବତନ ମିସ୍ ୟୁନିଭର୍ସ ବିଜେତା ମାନଙ୍କ ଫୋଟୋ ସହିତ ଏକ ସ୍ୱତନ୍ତ୍ର କାନ୍ଥ ମଧ୍ୟ ଅନ୍ତର୍ଭୁକ୍ତ ଅଟେ |

ହର୍ନାଜ଼ ହଷ୍ଟେଡ଼ ଆସ୍କ ମି ସେଶନ :-

ତାଙ୍କ ନୂଆ ଘରକୁ ଯିବା ପରେ ହିଁ ହର୍ନାଜ୍ ଏକ ଆସ୍କ୍ ମି ଏନିଥିଙ୍ଗ ର ସେସନ ହୋଷ୍ଟ କରିଥିଲେ,ଆଉ ଏହି ସମୟ ରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ତାଙ୍କର ପ୍ରିୟ ଜିନିଷ ବିଷୟରେ ପଚାରିଥିଲେ,ଏଥିରେ ହର୍ନାଜ କହିଛନ୍ତି ଯେ ତାଙ୍କର ପ୍ରିୟ ଭାରତୀୟ ଖାଦ୍ୟ ହେଉଛି ରାଜମା ଚାୱାଲ,ଅଗର ତୁମ୍ ସାଥ୍ ହୋ… ମୋର ଫେଂବେରେଟ ଗୀତ ଅଟେ,ଏବଂ ସ୍ମାଇଲ୍ ଟ୍ରେନ୍ ହେଉଛି ତାଙ୍କ ହୃଦୟର ନିକଟତର ଏକ ଅଭିଯାନ

ଏଥିପାଇଁ ସେ ଭବିଷ୍ୟତରେ କାର୍ଯ୍ୟ ଜାରି ରଖିବେ,ଆଉ ଏହା ବ୍ୟତୀତ ହର୍ନାଜ଼ ତାଙ୍କ ନୂଆ ଘରର ୱିଣ୍ଡୋରୁ ଦେଇ ନ୍ୟୁୟର୍କରେ ତୁଷାରପାତର ଦୃଶ୍ୟ ମଧ୍ୟ ସେୟାର କରିଛନ୍ତି, ଆମେ ଆପଣଙ୍କୁ କହିରଖୁଛୁ କି ମିସ୍ ୟୁନିଭର୍ସ ଟାଇଟଲ୍ ଜିତିବା ପାଇଁ ହର୍ନାଜ୍ ସନ୍ଧୁଙ୍କୁ 2,50,000 ଡଲାର ଅର୍ଥାତ୍ 1.89 କୋଟି ଟଙ୍କା ପୁରସ୍କାର ରାଶି ମିଳିଛି |

Leave a Reply

Your email address will not be published. Required fields are marked *