ଏଠି ଡ୍ରାମା କରୁଛନ୍ତି ଶ୍ଵଶୁର ବୋହୁ ଦୁଇ ଜଣ…’ ତପସ୍ୱିନୀ ଓ ଶ୍ଵଶୁର ଘର କଳହକୁ ନେଇ ସୁର ଭାଇ ଦେଲେ ଏମିତି ବୟାନ,ଦେଖନ୍ତୁ ଭିଡ଼ିଓ

ତପସ୍ଵିନୀ ନିଜ ଜିଦରେ ଅଟଳ ରହି ଅନଶନରେ ଜିତିଯାଇଥିଲେ । ସେ ନିଜ ସ୍ବାମୀଙ୍କୁ ହିଁ ପାଖରେ ରହିବେ ବୋଲି କହିଛନ୍ତି । ହେଲେ ତପସ୍ଵିନୀ ତା ପରେ ପରେ ଆସି ନିଜ ଶ୍ଵଶୁର ଘର ସାମ୍ନାରେ ବସିଥିଲେ ନ୍ୟାୟ ଭିକ୍ଷା ପାଇଁ । କି ତାଙ୍କ ଶ୍ବଶୁର ଘରଲୋକ ଓ ତାଙ୍କ ସ୍ଵାମୀ ତାଙ୍କୁ ଘରକୁ ଖୁସି ଖୁସି ରେ ଆପଣାଇ ନିଅନ୍ତୁ ।

ଶେଷରେ ଆସିଥିଲା କୋର୍ଟ ରାୟ ଯେ ତପସ୍ଵିନୀ ରହିବେ ସୁମିତଙ୍କ ଘରେ , ସୁମିତ ପାଖରେ । ତେବେ ସୁମିତ, ତପସ୍ଵିନୀଙ୍କୁ ମାସକୁ ୧୭୦୦୦ ଟଙ୍କା ଦେବାକୁ ପଡିବ । ତପସ୍ଵିନୀଙ୍କୁ ଖର୍ଚ୍ଚ ଆଦି ବାବଦକୁ । ଏହି ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ତେବେ ଏହି ରାୟ ରହିଛି ନିଶ୍ଚୟ ତପସ୍ଵିନୀ ଙ୍କ ସହିତ । କାରଣ ଏତେ ଦିନ ତପସ୍ୟା କରି , ଆସ୍କା ଜଙ୍ଗଲରେ ମଧ୍ୟ ସାତ ଦିନ କାଟି ଆସିଲା ପରେ ମଧ୍ୟ ଅସୁବିଧାରେ ପଡ଼ିଲେ ଓ ପୁଣି ବସିଲେ ଧାରଣାରେ ।

ତେବେ ଗଣମାଧ୍ୟମ ଗୁଡ଼ିକ ମଧ୍ୟ ଯାଇ ଭିଡିଓ ଭିଜୁଆଲ ଦେଖାଇଛି ଯେ ଉପରେ ଯେଉଁ ଘରେ ସ୍ବାମୀ ସ୍ତ୍ରୀଙ୍କୁ ରହିବାକୁ ଶଶୁର ଅନୁମତି ଦେଇଛନ୍ତି , ତାହା ଶଶୁର କହୁଛନ୍ତି ଯେ ସେ ସଫା କରିଦେଇଛନ୍ତି । କିନ୍ତୁ ବାସ୍ତବରେ ତାହା ସଫା ହୋଇନାହିଁ । ଡାଇନିଂରେ ଖଟ ଓ ଆସବାବପତ୍ର ଅସଜଡ଼ା ଭାବେ ପଡିଛି । ରୋଷେଇ ଘର ଏକ ଷ୍ଟୋର ରୁମ ଭାବେ ହୋଇ ପଡିଛି । ନାନା ଅଳିଆଠୁ ଆରମ୍ଭ କରି ଖଟର ଗଦି ଇତ୍ୟାଦି ରହିଛି ରୋଷେଇ ଘରେ ।

ତେବେ ଏପରି ଅବସ୍ଥାରେ ଜଣେ କିପରି ବା ରହିପାରିବେ । ତେଣୁ ଏପର୍ଯ୍ୟନ୍ତ ମଧ୍ୟ ତପସ୍ଵିନୀ ନିଜ ଶଶୁର ଘରେ ରହି ପାରିନାହାନ୍ତି । ଏକଥା ମଧ୍ୟ ତପସ୍ଵିନୀ କହିଛନ୍ତି ଯେ ଯେତେ ଶୀଘ୍ର ଏହା ସଫା କରା ହୋଇଯିବ , ସେ ଘରେ ରହିବାକୁ ଚାଲି ଆସିବେ ବୋଲି । ତେବେ ଶଶୁର ଏହାକୁ ସଫାକରି ତପସ୍ଵିନୀକୁ ନିଜ ଘରକୁ ଫେରାଇନେଇଥିଲେ ।

ତେବେ ଯେଉଁଦିନ ତପସ୍ଵିନୀ ଗୃହ ପ୍ରବେଶ କରିଥିଲେ , ସେହିଦିନ ରାତିରେ ଶଶୁର ଘର ଛାଡ଼ି ପଳାଇଥିଲେ । ଏ ନେଇ ଶଶୁର ଏକ ଭିଡିଓ ମଧ୍ୟ ଛାଡ଼ିଥିଲେ । ତେବେ ଏ ଘଟଣାରେ ପୁଣି ଥରେ ସୁର ରାଉତରାୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି ଯେ ସମସ୍ତେ ଏଠି କଣ ପ୍ରହସନ ଚଲେଇଛନ୍ତି । ଶଶୁର ବୋହୂ ମିଶି ଏଥି ଯାତ୍ରା ଆରମ୍ଭ କରିଛନ୍ତି ।

ବୋହୂ ଘରକୁ ଆସିବା ବେଳକୁ ଶଶୁର ଘର ଛାଡ଼ି ଦେଉଚି । ଏସବୁ ଗୋଟେ ଗୋଟେ ପ୍ରହସନ ନୁହେଁ ତ ଆଉ କଣ । ସୁରଭାଇ ଆହୁରି କହିଛନ୍ତି ଆରେ ଶଶୁର ତମେ ଶଶୁର ଭଳିଆ ରୁହ ବୋହୁକୁ ବୋହୁ ସମ୍ମାନ ଦିଅ ଆଉ ବୋହୁ ବି ଯିଏ ଶଶୁରକୁ ସମ୍ମାନ ଦେ । ଏ ପରିବାର ଗୋଟେ ଡ୍ରାମା ଚଲେଇଛନ୍ତି ।

Leave a Reply

Your email address will not be published. Required fields are marked *