ଆପଣଙ୍କ ମଳ ଦ୍ୱାରା ହେବ ଅନ୍ୟ ଲୋକଙ୍କ ଚିକିତ୍ସା ,ତେବେ କଣ ଆପଣ ମଳ ଦାନ କରିବାକୁ ପ୍ରସ୍ତୁତ ?

ମଳ ଦାନର ଚାହିଦା ଏଥିପାଇଁ ବଢ଼ିଲା କାରଣ ଏହା ଦ୍ୱାରା ମଣିଷର ଅନ୍ତନଳୀ ରେ ହେଉଥିବା ସମସ୍ୟାର ଚିକିତ୍ସା କରିହେବ। ଯେଉଁମାନେ ଏହି ଦାନରେ ଯୋଗ ଦେଉଛନ୍ତି ସେମାନଙ୍କୁ ‘ଗୁଡ୍ ପୁ ଡୋନର୍ସ’ କୁହାଯାଉଛି ।ଏହାର ଅର୍ଥ ହେଉଛି ଗୁଣବନ୍ତ ଵାଲା ମଳ ଦ୍ୱାରା ଆପଣଙ୍କ ପେଟ ଭିତରେ ଥିବା ଅନ୍ତନଳୀ ସମସ୍ୟା ମୁକ୍ତି ପାଇବ ।କେବଳ ଏତିକି ନୁହେଁ ଡିଜାଇନର୍ ଗଟ ବ୍ୟାକ୍ଟେରିଆ ମଳ ମାଧ୍ୟମରେ ତିଆରି ହେବ, ଯାହାଦ୍ୱାରା ଲୋକଙ୍କ ପେଟ ସମ୍ବନ୍ଧୀୟ ରୋଗ ଦୂର ହୋଇପାରିବ ।

‘ଗୁଡ଼ ପୁ ଡୋନର୍ସ’ ମାନଙ୍କୁ ୟୁନିକର୍ନ କୁହାଯାଏ । ଭଲ ମଳ ଦାନ ସହିତ ଲୋକମାନେ ଫିକାଲ୍ ଟ୍ରାନ୍ସପ୍ଲାଣ୍ଟ (Faecal Transplant) ମଧ୍ୟ କରୁଛନ୍ତି । ନୂତନ ଧାରା ହେତୁ ମାନବ ମାଇକ୍ରୋବାୟୋମ୍ ଅର୍ଥାତ୍ ଅନ୍ତସ୍ଥ ମାଇକ୍ରୋବସ୍ ଉପରେ ନୂତନ ଅଧ୍ୟୟନ କରୁଛି । ଏହା ସହିତ ଅନ୍ତସ୍ଥ ଜୀବାଣୁରେ କିଛି ପରିବର୍ତ୍ତନ କରି ଲୋକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରିବ ।

ମାଇକ୍ରୋବସ୍ ର କେବଳ ଖାଇବା, ହଜମ କରିବା କାମ ନୁହେଁ ବରଂ ଆପଣଙ୍କ ମନୋବଳକୁ ମଧ୍ୟ ଠିକ୍ ରଖେ । ଏହା ସହିତ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ମଧ୍ୟ ସାହାଯ୍ୟ କରେ । ଫାଷ୍ଟଫୁଡ୍ ପରି ଜିନିଷ ଆମ ସ୍ୱାସ୍ଥ୍ୟକୁ ନଷ୍ଟ କରୁଛି, ଯେଉଁ କାରଣରୁ ପେଟରେ ସମସ୍ୟା ବଢୁଛି।

ଅଷ୍ଟ୍ରେଲିଆର ଆଡିଲେଡରେ ଥିବା ବାୟୋମବ୍ୟାଙ୍କ ର CMO ସାମ କୋଷ୍ଟେଲୋ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଥୋମାସ ମିଚେଲ ସୁସ୍ଥ ଲୋକଙ୍କୁ ଖୋଜୁଛନ୍ତି ଯାହାର ଉଚ୍ଚମାନର ଏବଂ ଗୁଣବନ୍ତ ମଳ ଥିବ। ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯିବା ପରେ ହିଁ ଏହି ଷ୍ଟୁଲକୁ ଦାନ ପାଇଁ ଅନୁମୋଦନ କରାଯିବ । ଯେଉଁମାନେ ମଳ ଦାନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ 8ସପ୍ତାହ ର ଏକ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Leave a Reply

Your email address will not be published. Required fields are marked *