ଛାଟିପିଟି ହେଉଥିଲା ଛୁଆ ତଣ୍ଟି ଚିପିଦେଲା ମାରିଦେଲା ମା’ ,ଆଉ କେମିତି ମାରିଲା ତାର ମଧ୍ୟ ଡେମୋ ଦେଖାଇଲା,ଦେଖନ୍ତୁ ଭିଡ଼ିଓ

ଯଦି ଦୁନିଆରେ କିଛି ମଧୁର ଶବ୍ଦ ଅଛି, ତେବେ ତାହା ହେଉଛି ମାଆ ଶବ୍ଦ। ମାଆ ହେଉଛି ଏକ ନିଆରା ଶବ୍ଦ। ମାଆ ନିଜର ପିଲାର କୌଣସି ଦୁଃଖ ଓ କଷ୍ଟକୁ ଆଦୌ ସହିପାରେ ନାହିଁ ଓ ନିଜର ପିଲା ପ୍ରତି ଯଦି କୌଣସି ପ୍ରକାର ବିପଦ ମାଡି ଆସେ, ତେବେ ସେହି ବିପଦକୁ ମାଆ ନିଜେ ସମ୍ନା କରେ। ମାଆ ତାର ଛୁଆ ପାଇଁ କିଛି ବି କରିପାରେ, ଏମିତିକି ଯମ ସହିତ ମଧ୍ୟ ଲଢ଼ିପାରେ। ତେବେ ନିକଟରେ ଏଭଳି କିଛି ଘଟଣା ଘଟିଳିଛି, ଯାହାକୁ ଶୁଣିଲେ ମାଆ ଭଳି ଶବ୍ଦ ଉପରେ କଳଙ୍କର ଦାଗ ଲାଗିଯିବ। ଏଭଳି ଏକ ଖବର ଟିଭି, ସମ୍ବାଦ ଓ ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଛି।

ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, ଆମେ ଆପଣମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି ମାଆ ନିଜର ଛୁଆର ତଣ୍ଟି ଚିପି ହତ୍ୟା କରି ଦେଇଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା।

ଏଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା କାନପୁର ଗାଁରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାତିରେ ଖାଇ ସାରିବା ପରେ ସମସ୍ତେ ଘରେ ଶୋଇଥିଲେ ଓ ଲକ୍ଷ୍ମୀପ୍ରିୟା ନାମକ ଜଣେ ମହିଳା ମଧ୍ୟ ନିଜର ଛୁଆକୁ ଧରି ସେ ଶୋଇଥିଲେ। ଏହା ପରେ ମହିଳା ଜଣଙ୍କ ୨ ମାସ ଛୁଆକୁ ମଶାରୀ ଭିତରୁ ଟାଣି ଆଣି ନିଜ ଛୁଆକୁ ତଣ୍ଟି ଚିପି ମାରି ଦେଇଥିଲେ।

ଏହା ପରେ ତାଙ୍କର ପରିବାର ଲୋକମାନେ ସନ୍ଦେହ କରିବେ ଭାବି ମହିଳାଜଣକ ଛୁଆକୁ ଗୋଟିଏ ଅଖାରେ ଭର୍ତ୍ତି କରି ପଥର ଭିତରେ ବାନ୍ଧି ପାଖରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରକୁ ଫିଙ୍ଗି ଦେଇଥିଲେ। ଓ ଏହା ଉପରେ ଏକ ଘୋଡାଣି ଘୋରାଇ ଦେଇଥିଲେ।

ତେବେ ଏହା ଜାଣି ପରିବାରର ଲୋକମାନେ ଏହି ବାବଦରେ ପୋଲିସକୁ ଜଣାଇଥିଲେ। ଏହା ଜାଣିବା ପରେ ପୋଲିସ ଘଟଣା ସ୍ଥଳରେ ଆସି ପହଞ୍ଚିଥିଲେ। ପୋଲିସ ଘଟଣା ସ୍ଥଳରେ ଆସି ପହଁଚିବା ପରେ ଅଗ୍ନିଶମ ବାହିନୀକୁ ଡକାଇଥିଲେ। ଅଗ୍ନିଶମ ବାହିନୀ ଆସି କୂଅ ଭିତରୁ ମୃତ ଶିଶୁଟିକୁ ଉଦ୍ଧାର କରିଥିଲେ।

ଏହି ଦୃଶ୍ୟକୁ ଦେଖି ସେଠାକାର ଅଞ୍ଚଳର ଲୋକମାନେ ଆସି ଭିଡ଼ ଜମାଇ ଦେଇଥିଲେ ଓ ଏହି ବାବଦରେ ଲୋକମାନେ ମଧ୍ୟ ଅନେକ କଥା କହୁଛନ୍ତି। ମୃତ ଦେହକୁ ବ୍ୟବଚ୍ଛେଦ କରି କେନ୍ଦ୍ରାପଡା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣାଟି ସାରା ଅଞ୍ଚଳରେ ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି।

Leave a Reply

Your email address will not be published. Required fields are marked *