ପୋଲିସ FIR ନ ରଖିଲେ କଣ କରିବେ ? କେମିତି ଦେବେ FIR ?

ଲୋକମାନଙ୍କ ସହ କିଛି ବି ଅଘଟଣ, ବା କିଛିବି ଖରାପ କାମ ହେଲେ ସେମାନେ ପ୍ରଥମେ ପୋଲିସ ପାଖକୁ ଯାଇଥାଆନ୍ତି, ଏବଂ ପୋଲିସର ସାହାର୍ଯ୍ୟ ଲୋଡି ଥାଆନ୍ତି। ଆଉ ପୋଲିସ ସେମାନଙ୍କ ଘଟଣା ସମ୍ପର୍କରେ ଜାଣିବା ପରେ ଆଇନ ଅନୁସାରେ ଯାହା କାର୍ଯ୍ୟ କରିବା କଥା କରିଥାଏ। ସେଥିପାଇଁ ପୋଲିସକୁ ସମାଜର ରକ୍ଷକ ବୋଲି ମଧ୍ୟ କୁହାଯାଏ। ଆଉ ପୋଲିସ ସହାୟତା କରିବା ସହ ଏକ ଏଫଆଇଆର ଲେଖିଥାଏ । ତେବେ ଜାଣିଛନ୍ତି କି, ଏଫ୍ଆଇଆର କଣ? ତଦନ୍ତ ପୂର୍ବରୁ କାହିଁକି ପୋଲିସ ଏଫଆଇଆର କରିଥାଏ ? ଆମେ ଆଜି ଆପଣମାନଙ୍କୁ ଏହି ସବୀ ସମ୍ପର୍କରେ ଜଣାଇବୁ।

*ପ୍ରଥମେ ଜାଣିବା ଏଫଆଇଆର କଣ?

ଏଫଆଇଆରର ଅର୍ଥ ହେଉଛି ପ୍ରଥମ ସୂଚନା ରିପୋର୍ଟ । ଏଫଆଇଆର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯାହାକୁ ପୋଲିସ ପ୍ରସ୍ତୁତ କରିଥାଏ । ଏହାଦ୍ୱାରା ତଦନ୍ତ ପ୍ରକ୍ରିୟା ତ୍ୱରାନିତ୍ୱ ହୋଇଥାଏ ।ଜାଣିବା ଏଫଆଇଆର ବା ପ୍ରଥମ ସୂଚନା ରିପୋର୍ଟ ସେହି ଥାନାରେ ହୋଇଥାଏ, ଯେଉଁ ଥାନା ଅନ୍ତର୍ଗତ ଅପରାଧ ଘଟିଥାଏ । ଏହି ପ୍ରାଥମିକ ସୂଚନା ରିପୋର୍ଟରେ ଅପରାଧ ଘଟିଥିବା ତାରିଖ, ସମୟ ଏବଂ ଅପରାଧୀର ପରିଚୟ ସଠିକ୍ ଭାବରେ ଦେବାକୁ ପଡିଥାଏ । ଏହାସହିତ ଯିଏ ଏହି ଘଟଣାରେ ସାମିଲ ଅଛନ୍ତି ଏବଂ ଅଭିଯୋଗକାରୀଙ୍କ ବାବଦରେ ଏଫଆଇଆରରେ ସଠିକ୍ ଭାବେ ଲେଖି ଏଫଆଇଆର ପ୍ରସ୍ତୁତ ହୋଇଥାଏ।

ଏଫଆଇଆର ଦେଲେ ସବୁଦିନ ପୋଲିସ ଷ୍ଟେସନ୍ ଯିବା ଜରୁରୀ କି?

ଥାନାରେ ଏଫଆଇଆର ହେବାପରେ ପ୍ରଥମେ ପୋଲିସ ଆପଣଙ୍କୁ ଏଫଆଇଆର କପି ଦେଇଥାଏ । ଏଫଆଇଆର ହେବା ପରେ ତଦନ୍ତ ପ୍ରକ୍ରିୟା ଆଗତକୁ ବଢିଥାଏ । କିନ୍ତୁ ଅଭିଯୋଗକାରୀଙ୍କୁ ସବୁବେଳେ ପୋଲିଷ୍ଟେସନ୍ ଯିବାରୁ ପଡିନଥାଏ । ମାତ୍ର, କେତେକ ଅପରାଧିକ ମାମଲାରେ ଅଭିଯୋଗକାରୀଙ୍କୁ ଥାନାକୁ ଯିବାକୁ ପଡିଥାଏ ।

*ମିଛ ମାମଲା ରିପୋର୍ଟ କରନ୍ତୁ ନାହିଁ

ଥାନାରେ କେବେ ବି ମିଛ ଅଭିଯୋଗ କରନ୍ତୁ ନାହିଁ । ଯଦି ଥାନାରେ କୌଣସି ମିଛ ଅଭିଯୋଗ ହୁଏ ତେବେ ଅଭିଯୋଗକାରୀ ବିରୋଧରେ ଆପିସି ଧାରା ୧୮୨ ଆଧାରରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

*ପୋଲିସ ଏଫଆଇଆର ନରଖିଲେ କଣ କରିବେ?

ଯଦି କୌଣସି ପୋଲିସଷ୍ଟେସନରେ ଆପଣଙ୍କ ଅଭିଯୋଗ ନରଖାଯାଏ ତେବେ ସେହିଭଳି ପରିସ୍ଥିତିରେ ଅଭିଯୋଗକାରୀ, ଏସପି କିମ୍ବା ତାଙ୍କ ଉପର ଅଧିକାରୀଙ୍କ ନିକଟକୁ ପୋଷ୍ଟ କିମ୍ବା ମେଲ ସାହାଯ୍ୟରେ ଅଭିଯୋଗ ପଠାଇପାରିବେ । ତଥାବି ଯଦି କୌଣସି ପୋଲିସ ଅଧିକାରୀ ଏଫଆଇଆରକୁ ଗ୍ରହଣ ନକରନ୍ତି ତେବେ ଓକିଲଙ୍କ ମାଧ୍ୟମରେ ଧାରା ୨୦୦ ଆଧାରରେ ମାଜିଷ୍ଟେଟଙ୍କ ନିକଟରେ ସୁପାରିସ୍ କରିପାରିବେ ।

Leave a Reply

Your email address will not be published. Required fields are marked *