ସମାଜରେ ମଣିଷଟିଏ ମୃତବରଣ କରିବା ପରେ ଆମ୍ଭମାନଙ୍କ ଠାରୁ ସେ ସବୁଦିନ ପାଇଁ ଦୂରେଇ ଚାଲିଯାଏ। ଯଦି ଆପଣଙ୍କୁ କେହି ପ୍ରଶ୍ନ କରିବେକି କୌଣସି ମୃତ ବ୍ୟକ୍ତିଙ୍କୁ ଆପଣମାନେ ଦ୍ବିତୀୟ ଥର ଦେଖା କରିପାରିବେ। ତେବେ ନିଶ୍ଚିତ ଭାବରେ ଆପଣମାନଙ୍କର ଉତ୍ତର ନା ହିଁ ଆସିବ, କାରଣ ଏହା ସମ୍ଭବ ନୁହେଁ ବୋଲି ଆପଣମାନେ କହିବେ। କିନ୍ତୁ ବର୍ତ୍ତମାନ ବିଜ୍ଞାନ ଏହାକୁ ସମ୍ଭବ ବୋଲି ପ୍ରମାଣ କରିଦେଖାଇଛନ୍ତି। ତେବେ ନିକଟରେ ଜଣେ ମା ବିଜ୍ଞାନର ଏହି ଚମତ୍କାର ଦ୍ବାରା ନିଜର ମୃତ ଝିଅ ସହ ପୁଣିଥରେ ଦେଖା କରିପାରିଛନ୍ତି। ଯିଏକି ଏକ ଅଜଣା ରୋଗରେ ୪ ବର୍ଷ ପୂର୍ବ ମରିଯାଇଥିଲେ।
ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦକ୍ଷିଣ କୋରିଆରେ ଘଟିଛି, ଏକ କୋରିଆନ ଟିଭି ସୋ ଯାହାର ନାମ ଥିଲା ମିଟିଙ୍ଗ ୟୁ ସେଥୁରେ ହିଁ ଏହି ମା ଝିଅଙ୍କର ମିଳନ ହୋଇଥିଲା। ଏକଥା ସମ୍ଭବ ହୋଇପାରିଥିଲା ଟେକ୍ନୋଲୋଜି ପାଇଁ, ଏହି ସୋ ଜରିଆରେ ମା ଓ ଝିଅ ପରସ୍ପରକୁ ଛୁଇଁଥିଲେ। କଥା ମଧ୍ୟ ହୋଇଥିଲେ, ମୃତ ଝିଅଟି ମାଙ୍କୁ ଏହି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେଯେ ପୁଣିଥରେ ସେ ତାଙ୍କୁ ଦେଖାକରିବା ପାଇଁ ଆସିବେ। କୋରିଆ ବାସିନ୍ଦା ଏହି ମା ଙ୍କର ନାମ ହେଉଛି ଜାଙ୍କ ଜିସୁ ଏବଂ ତାଙ୍କ ଝିଅର ନାମ ହେଉଛି ନେରିଆନ। ଏମାନଙ୍କର ସାକ୍ଷାତ ଏକ ଟିଭି ସୋରେ ଭରଚୁଆଲ ରିୟାଲିଟି ସୋ ଦ୍ବାରା ହୋଇଥିଲା।
ଏହା ଏକ କୃତ୍ରିମ ବାତାବରଣ ବା ଦୃଶ୍ୟ ଅଟେ। ଯାହାକୁ କମ୍ପ୍ୟୁଟରର ହାଡୱେୟାର ଏବଂ ସଫ୍ଟୟେରକୁ ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ। ଏହା ଏଭଳି ଭାବରେ ପ୍ରସ୍ତୁତ କରାଯାଇଥାଏକି ବାସ୍ତବରେ ଲାଗିବ ଯେପରି ମଣିଷଟିଏ। ଏହି କୌଶଳ ଦ୍ବାରା ମା ତାର ମୃତ ଝିଅଙ୍କ ସହିତ କଥାବର୍ତ୍ତା ହୋଇ ପାରୁଥିଲେ।
ଭରଚୁଆଲ ରିୟାଲିଟି ସୋ ଦ୍ବାରା ଜାଙ୍କ ଜିସୁଙ୍କର ଝିଅର ଶରୀର ପୁଣିଥରେ ଗଢା ଯାଇଥିଲା।ସେଥିରେ ତାଙ୍କର ସ୍ବର ଭର୍ତ୍ତି କରି ଦିଆଯାଇଥିଲା , ସେଭେଣ୍ଡି ଟେକ୍ନୋଲୋଜି ଦ୍ବାରା ଏହା ସମ୍ଭବ ହୋଇପାରିଥିଲା। ଯେଉଁଥିରେ ଆପଣ ଏକ ପ୍ରକୃତ ମଣିଷ ପରି ଅନୁଭବ କରିପାରିବେ।
ଏହି ସୋରେ ମାଙ୍କୁ ପଚାରାଯାଇଥିଲାକି ଆପଣ ନିଜର ଝିଅଙ୍କୁ ମନେ ପକାଉଛନ୍ତି, ସେ ଉତ୍ତରରେ କହିଥିଲେକି ସବୁବେଳେ ମନେ ପକାଉଛି। ଏହା ଶୁଣି ଝିଅ ମଧ୍ୟ କହିଥିଲାଯେ ମା ମୁଁ ବି ବହୁତ ମନେ ପକାଉଛି। ତେବେ ବର୍ତ୍ତମାନ ସାରା ଦୁନିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି, ଯେ ଏସବୁ କରିବା କଣ ଠିକ ଅଟେ। କାରଣ ଏହାଦ୍ବାରା ପରିବାରର ଲୋକଙ୍କ ମାନସିକ ସ୍ଥିତି ଉପରେ ବିଭିନ୍ନ ପ୍ରାକର ପ୍ରଭାବ ପଡିବାର ଆଶଙ୍କା ରହିଛି। ଜଣେ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ଦ୍ବାରା ସେ ଖୁସି ହୋଇପାରନ୍ତି। ନଚେତ ନିଜର ମୃତ ଝିଅଙ୍କୁ ମଧ୍ୟ ସେ ଅଧିକ ମନେ ପକାଇପାରନ୍ତି।