ତପସ୍ୱିନୀଙ୍କ ପରି ଆଉ ଜଣେ ରାସ୍ତାକୁ ଆସିଲେ ! ମିଡିଆ ଆଗରେ ବଖାଣିଲେ ନିଜର ଦୁଃଖ, କାନ୍ଦି କାନ୍ଦି କହିଲେ ‘ତପସ୍ଵିନୀ ଭଉଣୀ ଭଳି ମତେ ବି ସପୋର୍ଟ କର …ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଏଇ କିଛି ଦିନର ଚର୍ଚ୍ଚିତ ତପସ୍ଵିନୀ ଏବଂ ସୁମିତଙ୍କ ଘଟଣା ସମ୍ବନ୍ଧରେ ଆପଣ ଜାଣିଥିବେ । ବର୍ତ୍ତମାନ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା ସେହି ଘଟଣା ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ । ମହିଳାଙ୍କ ନାମ ଡଲି ସାହୁ । ସେ କହିଛନ୍ତି ଯେ, “ମୋ ସ୍ଵାମୀଙ୍କ ନାମ ଅକ୍ଷୟ କୁମାର ସାହୁ । ମୋ ଅସୁବିଧା ଏହା ଯେ ମୋ ସ୍ଵାମୀ ମୋତେ ରଖିବାକୁ ଚାହୁଁନାହାଁନ୍ତି । କିନ୍ତୁ ମୁଁ ତାଙ୍କ ଘରେ ହିଁ ରହିବି । ଯେହେତୁ ମୋର ବିବାହ ତାଙ୍କ ସହିତ ବୈଦିକ ରୀତିନୀତି ରେ ହେଇଛି ଏଣୁ ମୋର ଏହି ଘରେ ହିଁ ଅଧିକାର ଅଛି ।

ଯେହେତୁ ମୋ ଶାଶୁଘର ଲୋକ ଚାହୁଁ ନାହାଁନ୍ତି, ମୁଁ ଏଠି ରୁହେ ବୋଲି, ମୋ ସ୍ଵାମୀଙ୍କୁ ଶିଖେଇ ବହଲାଇ ଫୁସଲାଇ କରି ରଖିଛନ୍ତି । ମାତ୍ର ଯେତେବେଳେ ମୁଁ ଆସିଛି ଧକ୍କା ମାରି ମତେ ଘରୁ ବାହାର କରାଯାଇଛି” । ବର୍ତ୍ତମାନ ତପସ୍ଵିନୀ ଙ୍କ ପରେ ଡଲି ସାହୁ, ନ୍ୟାୟ ପାଇଁ ସ୍ଵାମୀ ଘର ଆଗରେ ଧାରଣା ଦେଲେ ସ୍ତ୍ରୀ ଡଲି ସାହୁ ।

ଡଲି ଘର ପିଣ୍ଡା ବାହାରେ ବସି ହାତରେ କିଛି ଲେଖା ଧରି, ସେ ବସି ରହିଛନ୍ତି । ଗୋଟିଏ ତାଙ୍କର ଗୋଟିଏ ଜିଦ ଯେ ସ୍ଵାମୀ ଗ୍ରହଣ କରିବେ, ମତେ ପୁଣି ଏଇ ଘରକୁ ପାଛୋଟି ନେବେ । ନା ଛାଡପତ୍ର ହୋଇଛି ଆଉ ନା ସ୍ତ୍ରୀ ନିଜ ଇଛାରେ ଘରଛାଡି ଯାଇଛନ୍ତି ।

ମାତ୍ର ବହୁ ଦିନ ହେବ ଶାଶୁଘର ଲୋକେ ତାଙ୍କୁ ବର୍ତ୍ତମାନ ନିଜଠାରୁ ଦୂରେଇ ରଖିଛନ୍ତି । ଅନେକ ବାହାନା ସହିତ ଧମକାଇ ଡଲିଙ୍କୁ ନିଜ ସ୍ଵାମୀଙ୍କ ଠାରୁ ଦୂରେଇ ରଖିଛନ୍ତି । କିନ୍ତୁ ଡଲି ବର୍ତ୍ତମାନ ଶାଶୁ ଘରେ ପହଞ୍ଚିଯାଇଛନ୍ତି । ଶାଶୁ ଘର ପିଣ୍ଡା ଉପରେ ବସି ରହିଛନ୍ତି । ତାଙ୍କ ମନରେ ଗୋଟିଏ କଥା ତାଙ୍କୁ ଗ୍ରହଣ କରାଯାଉ । ଏହି ଦୃଶ୍ୟଟି ତାଳଚେର ଅଞ୍ଚଳର ଅଟେ । ନ୍ୟାୟ ନିମନ୍ତେ ସ୍ଵାମୀ ଙ୍କ ଘର ନିକଟରେ ବର୍ତ୍ତମାନ ବସିଛନ୍ତି ସ୍ତ୍ରୀ ଡଲି ସାହୁ ।

ସୂଚନା ଅନୁଯାୟୀ ଆଜିକୁ ୩ ବର୍ଷ ହେବ ବୈଦିକ ରୀତିନୀତି ରେ ବିବାହ କରିଥିଲେ ଡଲି । ତାଙ୍କର ବାପଘର ଅନୁଗୁଳରେ । ମାତ୍ର ବାହାଘରର ୬ ମାସ ନପୁରୁଣୁ ବାପା ଭାଇ ଦୁର୍ଘଟଣାରେ ଚାଲିଗଲେ । ଆଉ ତାର କେବଳ ଏକ ବୁଢ଼ୀମା ଟିଏ ଥିବାରୁ ମୁରବୀ ନଥିବାର ସୁଯୋଗ ନେଇ ଜିନିଷପତ୍ର ସହ ବୋହୂ ଡଲିକୁ ଘରୁ କାଢି ଦିଆଯାଇଅଛି । ଆଉ ବେଶୀ ଜିଦ୍ କଲେ ମା ଝିଅଙ୍କୁ ହାଣି ଦେବାର ଧମକ ମଧ୍ୟ ଦେଇଥିଲେ । ଏହାପରେ ଶାଶୁଘର ଲୋକେ ଡଲିକୁ ବୋହୂର ମର୍ଯ୍ୟାଦା ଦେଇ ଆଉ ଘରେ ପୁରାଇ ନାହାନ୍ତି ।

ଆଉ ଏବେ ନ୍ୟାୟ ନିମନ୍ତେ ଶାଶୁଘର ନିକଟରେ ବସି ରହିଛନ୍ତି ଡଲି । ତପସ୍ୱିନୀଙ୍କ ଭଳିଆ ତାଙ୍କୁ ମଧ୍ୟ ସହଯୋଗ କରିବାକୁ ମିଡ଼ିଆରେ ଅନୁରୋଧ କରିଛନ୍ତି ଏବଂ ଅପେକ୍ଷାର ସହିତ ନିଜ ସ୍ଵାମୀକୁ ଅନାଇ ବସିଛନ୍ତି । ମାତ୍ର ବର୍ତ୍ତମାନ ଦେଖିବାକୁ ବାକି ରହିଲା ଯେ ଆଗକୁ କ’ଣ ହେଉଛି?

Leave a Reply

Your email address will not be published. Required fields are marked *