ମୋବାଇଲ ଫୋନରେ କଥା ହୋଇ ହୋଇ ସ୍କୁଟିରେ ଯାଉଥିଲେ ଯୁବତୀ ! ଟ୍ରାଫିକ ପୋଲିସ ଅଟକାଇବାରୁ କଲେ ଏମିତି ବ୍ୟବହାର,ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ପ୍ରତ୍ୟେକ ଦିନ ଟିଭିରେ ଦେଖୁଥିବେ ଏବଂ ନ୍ୟୁଜ ପେପର୍ ରୁ ମଧ୍ୟ ପଢ଼ୁଥିବେ ରାସ୍ତା ରେ ଦୁର୍ଘଟଣା ହେବା ଘଟଣା । ଦିନକୁ ଦିନ ଆହୁରି ବଢ଼ି ବଢ଼ି ଚାଲିଛି ଏହି ସଡକ ଦୁର୍ଘଟଣା । ରାସ୍ତାରେ ବେପରୁଆ ଭାବରେ ଗାଡି ଚଲେଇ ହେଉ, ମଦ ପିଇ ଗାଡ଼ି ଚଳେଇବା ଦ୍ଵାରା ହେଉ କିମ୍ବା ସେ ଫୋନରେ କଥା ହେଇ ଗାଡ଼ି ଚଳାଇବା ହେଉ ସେଥିରେ ଚାଳକ ସହିତ ଅନ୍ୟ ଲୋକ ପାଇଁ ମଧ୍ୟ ବିପଦ ରହୁଛି ।

କେତେ ଲୋକ ଦୁର୍ଘଟଣା ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । ହେଲେ ସେସବୁ ଦେଖି ଓ ଶୁଣି ମଧ୍ୟ ଲୋକଙ୍କୁ ଚେତା ପଶୁନି । ବାରମ୍ବାର ସେଇ ଭୁଲକୁ ଦୋହରାଉଛନ୍ତି ଏବଂ ମୃତ୍ୟୁକୁ ସାମ୍ନା କରୁଛନ୍ତି । ତାଙ୍କ ଭିତରୁ କେହି କେହି ବଞ୍ଚି ଯାଉଥିଲେ ମଧ୍ୟ କାହାର ମୁଣ୍ଡ ଫାଟିଯାଉଛି ତ କାହାର ଗୋଡ଼ ହାତ ଭାଙ୍ଗି ଯାଇ ଜୀବନ ସାରା ପାଇଁ ପଙ୍ଗୁ ପାଲଟି ଯାଉଛନ୍ତି ।

ଯାହା ଫଳରେ ଜୀବନ ସାରା ପାଇଁ ତାଙ୍କୁ କେହି ଗୋଟେ ସାହାରାର ଆବଶ୍ୟକ ପଡ଼ିଥାଏ ଓ ସେ ଘର ଲୋକଙ୍କ ମୁଣ୍ଡରେ ବୋଝ ହୋଇ ରହିଯାଇ ଥାଏ । ତେବେ ରାସ୍ତା ରେ ଦୁର୍ଘଟଣାକୁ ତ ସମ୍ପୂର୍ଣ ରୂପେ ବନ୍ଦ କରି ହେବନି କିନ୍ତୁ ଯେପରି ସଡକ ଦୁର୍ଘଟଣାର ହାର ପୂର୍ବ ଅପେକ୍ଷା କମି ଯାଉ ସେ ନେଇ ସରକାର ଟ୍ରାଫିକ ନିୟମକୁ ବେଶ୍ କଡା କଡ଼ି କରି ଦେଇଛି ।

ଲୋକଙ୍କୁ ବାର୍ତ୍ତା ମାଧ୍ୟମରେ ସଚେତନ ମଧ୍ୟ କରାଉଛି । ବିନା ହେଲମେଟରେ ଗାଡ଼ି ଚଳେଇବା, ଫୋନରେ କଥା ହେବା ସମୟରେ ଗାଡ଼ି ଚଳାଇବା ତଥା ଟ୍ରାଫିକ ନିୟମ ନ ପାଳନ କଲେ ଜୋରିମାନା ବ୍ୟବସ୍ଥା କରି ଦିଆଯାଇଛି । ଭିଡ ହେଉଥିବା ପ୍ରତ୍ୟେକ ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ କରାଯାଉଛି । ରାସ୍ତାରେ ଗାଡ଼ି ଚଳେଇବା ପାଇଁ ଡ୍ରାଇଭିଂ ଲାଇସେନ୍ସକୁ ବାଧ୍ୟତାମୂଳକ କରିଦିଆଯିବା ସହିତ ଜାଗା ଜାଗା ରେ ଚେକ୍ ମଧ୍ୟ କରାଯାଉଛି । ଏତେ ସବୁ ନିୟମାବଳୀ ଗ୍ରହଣ କରିବା ସତ୍ୱେ ମଧ୍ୟ ଦୁର୍ଘଟଣା ବଢ଼ି ଚାଲିଛି ।

ତେବେ ସେଥିପାଇଁ କିଏ ଦାୟୀ? ରାସ୍ତାରେ ବିନା ହେଲମେଟ ରେ ମଦ ପିଇ ଗାଡ଼ି ଚଳେଇବା କଣ ଠିକ୍? ନିଜେ ଦୁର୍ଘଟଣା ଗ୍ରସ୍ଥ ହେବା ସହ ଆଉ କିଛି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା କେତେ ପରିମାଣରେ ଉଚିତ୍ । ସେମିତି ନିକଟରେ ଗୋଟିଏ ଲଜ୍ୟାକର ଘଟଣା ଦେଖିବାକୁ ମିଳିଛି ଜଣେ ଯୁବତୀ ରାସ୍ତାରେ ସ୍କୁଟିରେ ଯିବା ସମୟରେ ଟ୍ରାଫିକ ନିୟମକୁ ଅବମାନନା କରି ଫୋନରେ କଥା ହେଇ ଯାଉଥିଲେ

ତାଙ୍କୁ ଟ୍ରାଫିକ ପୋଲିସ୍ ଅଟକାଇ ଗାଡ଼ିର ଚାବି ଖୋଲି ନେଇ ପଚରା ଉଚରା କରିବାରୁ ସେ ଆହୁରି ପାଲଟା ଯୁକ୍ତି ତର୍କ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ତେବେ ଟ୍ରାଫିକ ପୋଲିସଙ୍କ ସୂଚନା ଅନୁସାରେ ଉକ୍ତ ଯୁବତୀ ଜଣଙ୍କର ସ୍କୁଟିରେ ନମ୍ବର ପ୍ଲେଟ୍ ଭଙ୍ଗାଥିବା ସହ ସେ ଗୋଟେ ଭଙ୍ଗା ହେଲମେଟ ମଧ୍ୟ ପିନ୍ଧିଥିଲେ ।

Leave a Reply

Your email address will not be published. Required fields are marked *