OYO ରୁ ବୁକ କଲେ ରୁମ,ହୋଟେଲରେ ପହଁଚି ଆଶ୍ଚର୍ଯ୍ୟ ହୋଇଗଲେ ପର୍ଯ୍ୟଟକ,ଜାଣନ୍ତୁ ପୁରା ଘଟଣା ନହେଲେ ଆପଣଙ୍କ ସହ ମଧ୍ୟ ହୋଇପାରେ ଏମିତି ଧୋକା !

9 ଜଣ ସାଙ୍ଗଙ୍କର ଏକ ଗ୍ରୁପ ପୁଦୁଚେରୀରେ ଅଟକି ଯାଇଥିଲେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ସେମାନେ ବୁକ କରିଥିବା ରୁମ ଉପଲବ୍ଧ ନାହିଁ। ଗ୍ରୁପ ର ଜଣେ ସଦସ୍ୟ ଅଭିଷନ୍ତ ପନ୍ତ ଲିଙ୍କଡଇନ(Linkedin) ରେ ଏହି ଖରାପ ଅନୁଭୂତି ବିଷୟରେ ସେୟାର କରିଥିଲେ ।

ସେ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଆତିଥ୍ୟରେ ଆମର ଏକ ଖରାପ ଅଭିଜ୍ଞତା ଥିଲା । ତାଙ୍କ ପୋଷ୍ଟ ଅନୁଯାୟୀ ଅଭିଷନ୍ତ ପନ୍ତ ପୁଦୁଚେରୀରେ OYO 74612 ରୟାଲ ପ୍ଲାଜା ବୋର୍ଡିଂ ଆଣ୍ଡ ଲଜିଂ ବୁକ୍ କରିଥିଲେ । 9 ଜଣିଆ ଗ୍ରୁପ 24 ଡିସେମ୍ବର ରାତିରେ ହୋଟେଲରେ ପହଞ୍ଚିବାକୁ ଥିଲା ।

ତେବେ ସେମାନେ ସେହି ସ୍ଥାନରେ ପହଞ୍ଚିବା ପରେ ହୋଟେଲ ପାଇଲେ ନାହିଁ। ସେମାନେ କିଛି ସମୟ ଖୋଜିବାକୁ ଲାଗିଲେ ଏବଂ ରାତି ପ୍ରାୟ 11 ଟା ବେଳେ ସେମାନେ ଦେଖିଲେ ଯେ ଏପରି ହୋଟେଲ ନାହିଁ । ଏହି ଗୋଷ୍ଠୀରେ ଦୁଇଜଣ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ।

ସେମାନେ ସମସ୍ତେ ରାତି ଅଧରେ ଏକ ଭୟାନକ ଏବଂ ନିଛାଟିଆ ରାସ୍ତାରେ ଫସି ରହିଥିବାର ଦେଖିଲେ । ତାପରେ ସେମାନେ କଷ୍ଟମର କେୟାରକୁ ଫୋନ କରିବାକୁ ସ୍ଥିର କଲେ। କିନ୍ତୁ ସେମାନଙ୍କୁ କୁହାଗଲା ଯେ ସେପରି କୌଣସି ସ୍ଥାନ ନାହିଁ ଏବଂ ଏହା ଅନ୍ୟ କେଉଁଠାରେ ମଧ୍ୟ ଉପଲବ୍ଧ ନାହିଁ ।

ପନ୍ତ ଏହି ପୋଷ୍ଟରେ ଲେଖିଛନ୍ତି, ‘ ଗତ ଡିସେମ୍ବର 24 ରେ ଆତିଥ୍ୟରେ ମୋର ସବୁଠାରୁ ଖରାପ ଅନୁଭୂତି ଥିଲା, ଆମେ ପୁଦୁଚେରୀରେ OYO 74612 ରୟାଲ ପ୍ଲାଜା ବୋର୍ଡିଂ ଆଣ୍ଡ ଲଜିଂ ବୁକ୍ କରିଥିଲୁ ଏବଂ ବିଳମ୍ବିତ ରାତିରେ ଜାଣିବାକୁ ପାଇଲୁ ଯେ ହୋଟେଲହିଁ ସେଠାରେ ନାହିଁ। ଏହି ସ୍ଥାନଟି କେତେ ଭୟାନକ ଏବଂ ନିଛାଟିଆ ଅଟେ ତାହା ଜାଣିବା ପାଇଁ ଭିଡିଓ ଦେଖନ୍ତୁ ।

ଏହି ହୋଟେଲ ଏଠାରେ ପ୍ରକୃତ ରେ ଅଛି କି ନାହିଁ ଜାଣିବା ପାଇଁ ଆମେ ରାତି 9 ରୁ 11 ଟା ଯାଏଁ ଠିଆ ହେଲୁ । ସେ ସ୍ଥାନର ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ଗୋଲମାଲ ହେ ଭାଇ ସବ ଗୋଲମାଲ ହେ’ ।

Leave a Reply

Your email address will not be published. Required fields are marked *