ମାସିକିଆ ପ୍ଲାନ୍ ଭ୍ୟାଲିଡିଟି ୩୦ ଦିନ ବଦଳରେ କାହିଁକି ୨୮ ଦିନ ହୋଇଥାଏ ? ଚାଲିଛି ଏଠି କୋଟି କୋଟି ଟଙ୍କାର ଖେଳ !

କଣ ଆପଣ ଜାଣିଛନ୍ତିକି ରିଲାଏନ୍ସ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ବା ଭିଆଇର ମାସିକ ପ୍ରିପେଡ୍ ପ୍ଲାନର ଭ୍ୟାଲିଡିଟିକୁ ୩୦ ଦିନ ବଦଳରେ ୨୮ ଦିନ କାହିଁକି କରଯାଇଛି? ଯଦି ଆପଣ ଏହାକୁ ହିସାବ କରିବେ ତେବେ ନିଶ୍ଚୟ ଗ୍ରାହକ ବର୍ଷକରେ ୧୨ ମାସ ପ୍ରତିବଦଳରେ ଗ୍ରାହକଙ୍କୁ ୧୩ମାସର ରିଚାର୍ଜ କରିବା ପାଇଁ ପଡୁଛି।

ବର୍ତ୍ତମାନ ଦେଶରେ ଗ୍ରାହକମାନେ ଜିଓ, ଏୟାରଟେଲ୍, ଭିଆଇକୁ ଅଧିକ ବ୍ୟବହାର କରୁଛନ୍ତି। ଏହି ତିନୋଟି ଟେଲିକମର ସୁବିଧା ମଧ୍ୟରୁ ଜିଓ ଅଧିକ ଲୋକପ୍ରିୟ ହୋଇଥିବା ସମୟରେ ହଠାତ୍ ପ୍ଲାନର ଦର ବୃଦ୍ଧି କିଛି ମାତ୍ରାରେ ଗ୍ରାହକଙ୍କୁ ଅସନ୍ତୋଷ କରିଦେଇଛି। ଆଉ ଏହାରି ମଧ୍ୟରେ ଏକ ବଡ ଖୁଲାସା ମଧ୍ୟ ହୋଇଛି। ଯଦି ଆମେ ଏହି ଟେଲିକମ କମ୍ପାନୀ ଗ୍ରାହକମାନଙ୍କୁ ଦେଉଥିବା ସୁବିଧା ବାବଦରେ କହିବା ତେବେ ମାସିକିଆ ପ୍ଲାନ ମାଧ୍ୟମରେ ଗ୍ରାହକମାନେ ଠକାମୀର ଶିକାର ହେଉଛନ୍ତି ବୋଲି ଜଣାପଡିଛି।

ଯଦି ଆମେ ପ୍ରକୃତରେ ହିସାବ କରିବା ତେବେ ଏହି ଟେଲିକମ୍ କମ୍ପାନୀଗୁଡିକ ମାସିକିଆ ପ୍ଲାନର ଭ୍ୟାଲିଡିଟିରୁ ୨ଦିନ କାଟି ପୁଳା ପୁଳା ଟଙ୍କା ସବୁ ରୋଜଗାର କରୁଛନ୍ତି। ଆସନ୍ତୁ ଥରେ ହିସାବ କରିନେବା…

ଯଦି ଆମେ ୧୨ ମାସକୁ ୨୮ ଦିନରେ ଗୁଣିବା ତେବେ ୩୩୬ଦିନ ହେଉଛି। ଅର୍ଥାତ ବର୍ଷକ ୧୨ ମାସ ୩୬୫ ଦିନ ହୋଇଥିବା ସମୟରେ ଏହି ମାସିକିଆ ପ୍ଲାନରେ ୨୯ଦିନର କମ ଭ୍ୟାଲିଡିଟି ମିଳୁଛି। ୧୨ ମାସ ବଦଳରେ ଗ୍ରାହକମାନଙ୍କୁ ୧୩ମାସ ପର୍ଯ୍ୟନ୍ତ ରିଚାର୍ଜ କରିବା ପାଇଁ ପଡୁଛି। ୧୩ ମାସର ରିଚାର୍ଜ କରିବା ପରେ ମଧ୍ୟ ଏହା ୩୬୪ଦିନ ହେଉଛି, ଆହୁରି ଗୋଟିଏ ଦିନ ବଳିପଡୁଛି।

ଆଶ୍ଚର୍ଯ୍ୟର କଥା ହେଉଛିକି, ଏହି ଦୁଇ ଦୁଇ ଦିନର ଭ୍ୟାଲିଡିଟିକୁ କମ୍ କରି ଟେଲିକମ୍ କମ୍ପାନୀ କୋଟି କୋଟି ଟଙ୍କା ଇନକମ୍ କରୁଛନ୍ତି। ଏୟାରଟେଲ୍ ୫୪୧୫ କୋଟି ଟଙ୍କା ଗ୍ରାହକଙ୍କ ନିକଟରୁ ନେଇଥିବା ସମୟରେ ଜିଓ ୬୧୬୮ କୋଟି ଏବଂ ଭିଆଇ ୨୯୩୪ କୋଟି ରୋଜଗାର କରୁଛନ୍ତି। ଏହିପରି ରିଚାର୍ଜ ପ୍ଲାନ ୩ମାସିଆ ରିଚାର୍ଜ ପ୍ଲାନରେ ମଧ୍ୟ ଲାଗୁ ହେଉଛନ୍ତି।

୩ମାସିଆ ରିଚାର୍ଜ ପ୍ଲାନର ଭ୍ୟାଲିଡିଟି ୯୦ଦିନ ବଦଳରେ ୮୪ଦିନ ରଖାଯାଉଛି। ଯଦି ଏହାକୁ ହିସାବ କରିବା ତେବେ ଗ୍ରାହକମାନେ ଟେଲିକମ କମ୍ପାନୀମାନଙ୍କୁ ଏକମାସର ଅଧିକ ଟଙ୍କା ଦେଉଛନ୍ତି ବୋଲି ଜାଣିପାରିବେ।

Leave a Reply

Your email address will not be published. Required fields are marked *