ପ୍ରତ୍ୟେକ ପିତା ମାତାଙ୍କ ପାଇଁ ସନ୍ତାନ ହେଉଛି ଅମୂଲ୍ୟ ସମ୍ପଦ । ଖୁବ୍ ଶ୍ରଦ୍ଧାର ସହିତ ସ୍ନେହ ଓ ଭଲ ପାଇବାରେ ଶିଶୁର ଲାଳନ ପାଳନ କରିଥାନ୍ତି । ନିଜ ପିଲାର ଉତ୍ତମ ଭବିଷ୍ୟତ ପାଇଁ ବାପା ମାଆ ନିଜ ଜୀବନକୁ ଉତ୍ସର୍ଗ କରି ଦିଅନ୍ତି । ପିଲାଟିଏ ପାଇବା ପାଇଁ ବାପା ମାଆ କେତେ ବାର ବ୍ରତ ଓଷା କରୁଛନ୍ତି । ପୂଳା ପୁଲା ଟଙ୍କା ଖର୍ଚ୍ଚ କରି ପିଲାଟିଏ ଆଶା କରୁଛନ୍ତି ।
ଯେଉଁ ବାପା ମାଙ୍କ କୋଳ ଖାଲି ଥାଏ ସେମାନେ ପିଲାର ଅର୍ଥ ବୁଝି ଥାଆନ୍ତି । ମାତ୍ର ଆଜି କାଲିର ଘଟଣା ଆପଣ ଶୁଣି ପାରୁଥିବେ ଯେ ଶିଶୁକୁ ଜନ୍ମ ଦେଇ ରାସ୍ତାରେ ଫୋପାଡି ଦେଉଛନ୍ତି । ପିଲାମାନେ ମଧ୍ୟ ବଡ଼ ହୋଇ ବାପା ମାଙ୍କର ଯତ୍ନ ନେଇଥାନ୍ତି । ମାତ୍ର ଆଜିକାଲିର ଦୁନିଆରେ ଏହା ବିରଳ । ଚାକିରି ପାଇଁ ଘରୁ ବାହାରି ଯିବା ପରେ ଘରେ ଥିବା ବାପା ମାଙ୍କୁ ମଧ୍ୟ ଭୁଲି ଯାଉଛନ୍ତି । ଏହି ପରି ଯୁଗ ରେ ଶ୍ରବଣ କୁମାର ପରି ପୁଅର ଉଦାହରଣ ଆସି ପହଞ୍ଚିଛି ଆମ ନିକଟରେ ।
ଘଟଣାଟି ଗୁଜରାଟରୁ ଆସିଛି । ଜଣେ ଯୁବକ ଏକ ହାତଟଣା କାଠ ଗାଡ଼ିରେ ଏକ ଜିନିଷକୁ ଟାଣି ଟାଣି ନେଇ ଯାଉଥିବା ର ଦେଖିବାକୁ ମିଳିଥିଲା । ଭାରୋଚ ଆଙ୍କେଲ ସ୍ୱରୂପ ମଧ୍ୟରେ ଥିବା ରାସ୍ତା କଡାର ନର୍ମଦା ନଦୀ କୂଳରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବକ ଜଣଙ୍କ ହେଉଛନ୍ତି ମୁକ ଓ ବଧିର । ଭିକ ମାଗି ମାଙ୍କୁ ଖାଇବାକୁ ଦେଇଥାନ୍ତି ।
ଅଚାନକ ଦିନେ ତାଙ୍କ ମା ଙ୍କ ମୃତ୍ୟୁ ଘଟିଲା । ସେ ମୁକ ବଧିର ଥିବାରୁ କାହାକୁ କିଛି କହି ପାରିଲା ନାହିଁ । ଯୁବକର ଅବସ୍ଥାକୁ ଦେଖି ପାଗଳ ବୋଲି ଭାବିଥନ୍ତି । ତେଣୁ ଯୁବକ କିଛି ଉପାୟ ନପାଇ କାଠ ଗାଡ଼ି ରେ ବୃଦ୍ଧ ମା କୁ ରଖି ତାଙ୍କୁ ଟାଣି ଟାଣି ନର୍ମଦା ନଦୀ କୁଳକୁ ନେଇ ଯାଇଥିଲା । ରାସ୍ତା ରେ ଲୋକମାନେ ଏହି ଦୃଶ୍ୟ ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ ।
ଏହାକୁ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ରେ ପୋଷ୍ଟ କରିଥିଲେ । ପରେ ଲୋକ ମାନଙ୍କର ସୁଅ ଲାଗିଥିଲା । ସମାଜ କର୍ମୀ ଙ୍କ ଉପସ୍ଥିତି ରେ ରୀତିନୀତି ରେ ଶେଷ କାର୍ଯ୍ୟ ସମ୍ପନ୍ନ ହୋଇ ଥିଲା । ପୁଅଟି ମା କୁ ହରାଇ କାନ୍ଦୁଥିଲା । କାରଣ ବର୍ତ୍ତମାନ ତା ପାଖରେ ନିଜର କେହି ରହିଲେ ନାହି । ଏହି ପରି ଦୃଶ୍ୟ ଦେଖି ଲୋକ ମାନେ ଶ୍ରବଣ କୁମାର ବୋଲି କହି ଆଖ୍ୟା ଦେଇଥିଲେ ।