ଶସ୍ତା ସ୍ମାର୍ଟ ଫୋନ ତିଆରି କରି ପ୍ରସିଦ୍ଧ ହେଉଥିବା Xiaomiର ଖୋଲିଗଲା ରହସ୍ୟ ,ସରକାର ଏହା ଉପରେ କଲେ କଡାକଡି କାର୍ଯ୍ୟାନୁଷ୍ଠାନ।

ସରକାର ଚୀନର ଫୋନ ବିନିର୍ମାତା (manufacturer) କମ୍ପାନୀ xiaomi ର ଭାରତୀୟ ୟୁନିଟ କୁ Import duty ର ଚୋରି କୁ ନେଇ 653 କୋଟି ଟଙ୍କାର ନୋଟିସ ଜାରିକରିଛି। ଏକ ଅଫିସିଆଲ ଷ୍ଟେଟମେଣ୍ଟ ରେ ଏହା ଜଣାପଡିଛି।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ (Union Finance Ministry) ବୁଧବାର ଦିନ କହିଛି ଯେ xiaomi ଇଣ୍ଡିଆକୁ ଏହାର ପରିସରରେ ଖୋଜାଖୋଜି ସମୟରେ ଉଦ୍ଧାର ହୋଇଥିବା ଡକ୍ୟୁମେଣ୍ଟ ଆଧାରରେ ଏକ ନୋଟିସ ଜାରି କରାଯାଇଛି। ଅନୁସନ୍ଧାନ ସମୟରେ ରାଜସ୍ୱ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ (DRI) ଜାଣିବାକୁ ପାଇଛି ଯେxiaomi ଇଣ୍ଡିଆ ଏବଂ ଏହାର ଚୁକ୍ତିଭିତ୍ତିକ ଉତ୍ପାଦନକାରୀ କମ୍ପାନୀ ଦ୍ୱାରା ଆମଦାନୀ ହୋଇଥିବା ସାମଗ୍ରୀର ମୂଲ୍ୟ କଷ୍ଟମ୍ସ ଆକ୍ଟ ଅନୁଯାୟୀ ଲାଗୁ ହୋଇଥିବା ରୋୟାଲଟି (ROYALTY) ପରିମାଣକୁ ଅନ୍ତର୍ଭୂକ୍ତ କରି ନାହିଁ।

ମନ୍ତ୍ରଣାଳୟ କହିଛି ଯେ xiaomi ଇଣ୍ଡିଆ କାରବାର ମୂଲ୍ୟରେ ‘ରୟାଲଟି ଏବଂ ଲାଇସେନ୍ସ ଫି’ ଯୋଗ ନକରି କଷ୍ଟମ୍ସ ଡ୍ୟୁଟିରୁ ବଞ୍ଚିତ ହେଉଛି। ମନ୍ତ୍ରଣାଳୟର କହିବାନୁସାରେ, “ଡିଆରଆଇ ତଦନ୍ତ ସମାପ୍ତ ହେବା ପରେ xiaomi ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡକୁ କଷ୍ଟମ୍ସ ଆକ୍ଟ 1962 ର ବ୍ୟବସ୍ଥା ଅନୁଯାୟୀ ଏପ୍ରିଲ 1 2017 ରୁ ଜୁନ୍ 30, 2020 ପର୍ଯ୍ୟନ୍ତ 653 କୋଟି ଟଙ୍କା ପ୍ରଦାନ କରାଯିବ।”

ଏ ବାବଦରେ ପଠାଯାଇଥିବା ଇମେଲର ଜବାବ ଦେଇ xiaomi କହିଛି ଯେ , ‘xiaomi ଭାରତରେ ସମସ୍ତ ଭାରତୀୟ ନିୟମ ପାଳନ କରିବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି ।’ କମ୍ପାନୀ କହିଛି, ‘ବର୍ତ୍ତମାନ ଆମେ ନୋଟିସକୁ ବିସ୍ତୃତ ଭାବରେ ସମୀକ୍ଷା କରୁଛୁ। ଏକ ଦାୟିତ୍ୱବାନ କମ୍ପାନୀ ଭାବରେ ଆମେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ସହିତ କର୍ତ୍ତୃପକ୍ଷଙ୍କୁ ସମର୍ଥନ କରିବୁ ।

Leave a Reply

Your email address will not be published. Required fields are marked *