ଇଏ ଏମିତି ଏକ ରହସ୍ୟମୟ ସ୍ଥାନ ଯେଉଁଠି ହଜାର ହଜାର ପକ୍ଷୀ ମିଶିକି କରିଥାନ୍ତି ଆତ୍ମହତ୍ୟା, ଜାଣନ୍ତୁ ଏହା ପଛର କାହାଣୀ

ମଣିଷ ଜନ୍ମ ହୋଇଛି ତ ମୃତ୍ୟୁ ମଧ୍ୟ ଅବଶ୍ୟ ହେବ। ତେବେ ମଣିଷର ମୃତ୍ୟୁ ଅନେକ ସମୟରେ ରହସ୍ୟ ମଧ୍ୟରେ ଘେରି ରହିଥାଏ। ଆପଣମାନେ କଣ କେବେ ଭାବିଛନ୍ତିକି ମୃତ୍ୟୁକୁ ନେଇ ଏହି ରହସ୍ୟ କେବଳ ମଣିଷମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ, ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ଏହା ପରିଲକ୍ଷିତ ହୋଇଥାଏ। ଆଜି ଆମେ ଆପଣମାନଙ୍କୁ ଏପରି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ପକ୍ଷୀମାନେ ମିଳିତ ଭାବରେ ମୃତ୍ୟୁର ପଥକୁ ବାଛି ନିଅନ୍ତି ବୋଲି କୁହାଯାଉଛି।

ଆସାମର ଉତ୍ତର-ପୂର୍ବ ଦିଗରେ ଜତିଙ୍ଗା ଉପତ୍ୟକା ଅଛି। ଏହି ସ୍ଥାନଟି ପକ୍ଷୀମାନଙ୍କର ଆତ୍ମହତ୍ୟାର ସ୍ଥଳ ରୂପରେ ବେଶ ପରିଚିତ। ବର୍ଷର ଅଗଷ୍ଟ ମାସ ରୁ ଅକ୍ଟୋବର ମାସ ମଧ୍ୟରେ ଏଠାରେ ମେଘୁଆ, କୁହୁଡ଼ିରେ ପକ୍ଷୀମାନେ ଆତ୍ମହତ୍ୟା କରିଥାନ୍ତି। ଅମାବାସ୍ୟାର ସନ୍ଧ୍ୟା ୬ଟା ରୁ ୯ ଟା ୩୦ ମିନିଟ ସମୟରେ କିଛି ଭୂତ ବା ଅଦୃଶ୍ୟ ଶକ୍ତିର ଆଗମନ ଏହି ସ୍ଥାନକୁ ହୁଏ ବୋଲି ଶୁଣାଯାଏ।

ତେବେ ଏହି ରହସ୍ୟ ବିଷୟରେ ଜାଣିବା ପାଇଁ ଅନେକ ଲୋକ ନିଜର ଅନୁସନ୍ଧାନ ଜାରି ରଖିଛନ୍ତି। କ୍ଷିପ୍ର ପବନକୁ ସାମ୍ନା କରିନପାରି ପକ୍ଷୀମାନେ ମଧ୍ୟ ନିୟନ୍ତ୍ରଣ ହରାଇ ଗଛ ସହିତ ଧକ୍କା ହୋଇ ମୃତ୍ୟୁବରଣ କରୁଥିବାର ଅନେକ କହୁଥିବା ମଧ୍ୟ ଶୁଣାଯାଏ।

ପକ୍ଷୀମାନେ କିପରି ନିଜକୁ ନିଜେ ହତ୍ୟା କରିବେ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ବୋଲି ଗ୍ରହଣ କରାଯାଉଅଛି। ଏଠାରେ ପ୍ରତିବର୍ଷ ପକ୍ଷୀମାନଙ୍କର ମୃତ୍ୟୁର ପୁନରାବୃତ୍ତି ହଉଥିଲେ ମଧ୍ୟ ଏହି ସ୍ଥାନକୁ ପକ୍ଷୀମାନଙ୍କର ଆଗମନରେ କୌଣସି ପ୍ରକାର ବାଧା ସୃଷ୍ଟି ହୋଇନଥାଏ। ମୌସୁମୀର ଆଗମନରେ ପକ୍ଷୀମାନଙ୍କର ଆତ୍ମହତ୍ୟା ଅଧିକ ହୋଇଥାଏ।

ରାସ୍ତାରେ ହଜାର ହଜାର ସଂଖ୍ୟାରେ ପକ୍ଷୀଙ୍କର ମୃତ ଦେହ ଦେଖିବାକୁ ମିଳିଥାଏ। ଏହି ଉପତ୍ୟକାର ପାଦଦେଶରେ କିଛି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସ ବାସ କରୁଛନ୍ତି। ସେମାନେ ପ୍ରଥମେ ଏହି ପକ୍ଷୀମାନଙ୍କର ରହସ୍ୟମୟ ମୃତ୍ୟୁ ବିଷୟ ଜାଣିଲେ ଓ ଲୋକଲୋଚନକୁ ଆଣିଥିଲେ।

Leave a Reply

Your email address will not be published. Required fields are marked *