କେନ୍ଦ୍ର ସରକାରଙ୍କ ଜବରଦସ୍ତ ସ୍କିମ୍ : ମାତ୍ର ୨୧୦ ଟଙ୍କା ଟଙ୍କା ଜମା କଲେ,ମାସକୁ ମିଳିବ ୫୦୦୦ ଟଙ୍କା, ଜାଣନ୍ତୁ କିପରି ?

ରାଜନୀତିରେ ଜନତା ସେବା କରିବା ହେଉଛି ବଡ଼ ଧର୍ମ। ଦୁଃଖୀ ଗରିବଙ୍କ ସାହାଯ୍ୟ କରି ଜନତାଙ୍କ ମନ ଜିଣିବା ସହିତ ଦେଶ ଏ ଉନ୍ନତି କରିବା ଏହାର ମୂଳ ଲକ୍ଷ । ତେବେ ଏହାର ସୁ ଉଦାହରଣରେ ଆମେ ଆମ ପ୍ରଧାନମନ୍ତ୍ରୀଙ୍କୁ ରଖି ପାରିବା ଯିଏ କି ଜନତାଙ୍କ ଦୁଃଖ ସୁଖ ସବୁ ବୁଝି ଥାଆନ୍ତି ଓ ଦେଶକୁ ବହୁତ୍ ଉପରକୁ ଉଠି ସାରିଲାଣି। ସବୁବେଳେ ନିଜ ସୁକର୍ମ ଦ୍ଵାରା ଚର୍ଚ୍ଚାରେ ଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜନତା ସହ ଅତି ନିଜର ଭାବେ ମିଶି ଦୁଃଖ ସୁଖ ସବୁ ବୁଝି ଥାଆନ୍ତି। ତେବେ ସାଂସଦ ଭାବେ ନିର୍ବାଚିତ ହେବା ପରେ ଜନତାଙ୍କ ସହ ନିଜର ଭାବେ ଖୁବ୍ ଖେଳି ମେଳି ଯାଆନ୍ତି। ଲୋକ ମାନଙ୍କ ସହିତ ଖୁବ୍ ଭଲ ସମ୍ପର୍କ ଯୋଗୁଁ ଲୋକ ମାନେ ମଧ୍ୟ ଖୁବ୍ ପସନ୍ଦ କରିଥାନ୍ତି ତାଙ୍କୁ । ବର୍ତ୍ତମାନ ସେ କିଛି ସମାଜସେବୀ କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଆସିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ସେ ଏକ ନୂଆ ଯୋଜନା କରିଛନ୍ତି ଯାହାର ନାମ ଅଟଳ ପେନସନ ଯୋଜନା । ଏହି ଯୋଜନା ରେ ପ୍ରତ୍ୟେକ ମାସ ପେନସନ ମିଳିବ । ମାତ୍ର ଏହା ପାଇଁ କିଛି ସର୍ତ୍ତା ବଳି ଲାଗୁ ହେବ । ଏହି ଯୋଜନା ପାଇଁ ବୟସ ସୀମା ୧୮-୪୦ ମଧ୍ୟରେ ରହିଛି । ଏହା ପାଇଁ ତାଙ୍କର କେବଳ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଆକାଉଣ୍ଟ୍ ଥିବା ଆବଶ୍ୟକ ।

ଏହି ଯୋଜନାରେ ଜମା କରିଥିବା ବ୍ୟକ୍ତି ଙ୍କୁ ୬୦ ବର୍ଷ ପରେ ପେନସନ ପଇସା ମିଳିବା ଆରମ୍ଭ ହୋଇଥାଏ । ଏହି ଯୋଜନାରେ ୧୦୦୦ ଟଙ୍କା , ୨୦୦୦ ଟଙ୍କା , ୩୦୦୦ ଟଙ୍କା , ୪୦୦୦ ଟଙ୍କା ଏବଂ ଅଧିକ ରୁ ଅଧିକ ୫୦୦୦ ଟଙ୍କା ପ୍ରତି ମାସ ପେନସନ ମିଳିପାରେ । ଏହା ପାଇଁ ଆପଣଙ୍କୁ ବ୍ୟାଙ୍କରେ ରେଜିଷ୍ଟର କରିବାକୁ ପଡ଼ିବ । ଏହା ପରେ ପ୍ରତି ମାସ ରେ ୨୧୦ ଟଙ୍କା ଜମା କରିବାକୁ ପଡ଼ିବ ।ତେବେ ୬୦ ବର୍ଷ ପରେ ୫୦୦୦ ଟଙ୍କା ପ୍ରତ୍ୟେକ ମାସ ରେ ପାଇ ପାରିବେ ।

ନଚେତ୍ ପ୍ରତ୍ୟେକ ଦିନ ୭ ଟଙ୍କା ଜମା କରିବାକୁ ହେବ । ୧୦୦୦ ଟଙ୍କା ପାଇବା ପାଇଁ ପ୍ରତି ମାସ ୪୨ ଟଙ୍କା ଜମା କରିବାକୁ ପଡି ଥାଏ । ଅଟଳ ପେନସନ ଯୋଜନାରେ ଖର୍ଚ୍ଚ କରୁଥିବା ଲୋକଙ୍କୁ ଇନକମ ଟ୍ୟାକ୍ସ ଆକ୍ଟ ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା ମିଳିଥାଏ । ଏହା ବ୍ୟତୀତ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟ୍ୟାକ୍ସ ଲାଭ ମିଳିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *