ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର : ମିଳିବ ଏତିକି ଟଙ୍କା,ସରକାର କଲେ ଘୋଷଣା !

ରାଜନୀତି ହେଉଛି ଏକ ପ୍ରକାର ମିଛ ଆଶ୍ଵାସନା ବୋଲି କହିଲେ ଚଳେ । ନେତାମାନେ ରାଜନୀତି ନାମରେ ଅନେକ ଲୋକ ଙ୍କୁ ମିଛ ଆଶ୍ୱାସନା ଦେଇଥାନ୍ତି । ମୁଁ ଜିତିଲେ ଏହି ଅଞ୍ଚଳରେ ଏଇ ଉନ୍ନତି କରିବି , ସେଇ ଉନ୍ନତି କରିବି କହି ଭୋଟ ନେଇଯାଆନ୍ତି । କିନ୍ତୁ ଜିତିସରିଲା ପରେ ସେହି ନେତାଙ୍କର ଆଉ ଦେଖା ମିଳେନାହିଁ ।

ତେବେ ବର୍ତମାନ ସୁଦ୍ଧା କିଛି କିଛି ହାତ ଗଣତି ନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତିବଦ୍ଧ । ଅର୍ଥାତ୍ ଭୋଟ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥାନ୍ତି , ସେହି ପ୍ରତିଶ୍ରୁତି ଜିତିଲା ପରେ ପୂରଣ କରିଥାନ୍ତି । ତେବେ ଯେଉଁ ସ୍ଥାନରେ ଭୋଟ ଆସିଥାଏ , ଅନେକ ଭୋଟକୁ ନେତାମାନେ ଟଙ୍କା ପଇସା ଦେଇ କିଣି ନେଇଥାନ୍ତି । ତେବେ ଏପରି ସ୍ଥାନରେ ଭୋଟର ମାନେ ଟଙ୍କା ନନେଇ ନିଜ ବୁଦ୍ଧି ଅନୁସାରେ ଭୋଟ ଦେବା ଉଚିତ୍ ।

ଗ୍ରାମ ହେଉ ବା ସହର , ସବୁଠି ଇଲେକ୍ସନ ଓ ସିଲେକ୍ସନ ହୋଇଥାଏ ଜନତାଙ୍କ ଦ୍ଵାରା । ତେଣୁ ଜନତା ଆଶା କରିଥାନ୍ତି ଯେ ସରକାର ଗଠନ ପରେ ଜନତା ଙ୍କ ସେବାରେ ଲାଗିବେ ବୋଲି । କିନ୍ତୁ ସରକାରଙ୍କ ଦ୍ୱାରା ଗ୍ରାମ ଉନ୍ନତି ପାଇଁ ନିଆଜାଉଥିବା ସମସ୍ତ ପଦକ୍ଷେପ ଗୁଡିକୁ ମଧ୍ୟ ସେମାନେ ସଠିକ୍ ଭାବେ ନିଭାଉ ନାହାଁନ୍ତି । କେବଳ ନିର୍ବାଚନ ସମୟରେ ଭୋଟ ପାଇବା ଆଶାରେ ଲୋକ ମାନଙ୍କ ପାଖକୁ ଆସିଥାନ୍ତି । ଆଉ ଅନେକ କିଛି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି ।

ମାତ୍ର ନିର୍ବାଚନରେ ଜିତିବା ପରେ ପରେ ସବୁ ଭୁଲି ଯାଇଥାନ୍ତି । ତେବେ ବର୍ତମାନ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ୍ ଆରମ୍ଭ ହୋଇଯାଇଛି । ଭୋଟରଙ୍କୁ ଆକୃଷ୍ଟ କରିବାର ଗୋଟିଏ ବି ମଉକା ଛାଡି଼ବାକୁ ପ୍ରସ୍ତୁତ ନୁହଁନ୍ତି ରାଜନେତା । ଅନେକ ସ୍ଥାନରେ ଅନେକ ନେତା,ମନ୍ତ୍ରୀମାନେ ଯାଇ ଅନେକ ଜନତା ଙ୍କୁ ପୁଣି ସେଇ ମିଛ ଆଶ୍ଵାସନା ଦେବାରେ ଲାଗିଛନ୍ତି । ତେବେ ଓଡ଼ିଶା ସରକାର ମଧ୍ୟ ଜନ ଉନ୍ନତି ପାଇଁ କିଛି କିଛି ପଦକ୍ଷେପ ନେଉଛନ୍ତି ।

ତେବେ ଓଡ଼ିଶା ସରକାର ମଧ୍ୟ ନିଜ ପାଣ୍ଠି ଖୋଲି ଦେଇଛନ୍ତି ପୌର ନିର୍ବାଚନ ପାଇଁ । କୋଭିଡ୍ ସହାୟତା ପାଇଁ ଘୋଷଣା କରିଥିବା ସରକାର ଆଜି ଏକ ହଜାର ଟଙ୍କା ଲେଖାଏଁ ପଠେଇଛନ୍ତି । ଏହିଥିରେ ୬୯ ଲକ୍ଷ ପରିବା ଉପକୃତ ହେବେ। ଏହିଥି ପାଇଁ କେବଳ ୯୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପୌର ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜକୋଷ ଖୋଲି ଦେଇଛନ୍ତି ।

ମଙ୍ଗଳବାର ଦିନ ଘର ସଜାଡିବା ପାଇଁ ଆର୍ଥିକ ସହାୟତା ହୋଇଥିବା ବେଳେ ବୁଧବାର ଦିନ ପୁଣି ଥରେ ସରକାର କୋଭିଡ୍ ସହାୟତା ପାଇଁ ଏକ ହଜାର ଟଙ୍କା ଲେଖାଏଁ ପଠେଇଛନ୍ତି । ତେବେ ଆପଣଙ୍କର ରାସନ କାର୍ଡ ଥିଲେ ଆପଣ ପାଇ ପାରିବେ ଏକ ହଜାରେ ଟଙ୍କା । ଏହିପରି ସାହାଯ୍ୟ କରିଛନ୍ତି ଓଡ଼ିଶା ସରକାର । ମୁଖ୍ୟମନ୍ତ୍ରୀ ନିଜେ ଏହି ସାହାଯ୍ୟ କରୁଛନ୍ତି ଜନତା ମାନଙ୍କୁ ।

Leave a Reply

Your email address will not be published. Required fields are marked *