କେଉଁଠି ଓ କିପରି ଛପା ଯାଇଥାଏ ନୋଟ ! ଦେଖନ୍ତୁ ନୋଟ ଛାପୁଥିବା ମେସିନ !

ସାଧାରଣତଃ ମଣିଷ ସୁସ୍ଥ ଜୀବନ ଜାପନ କରିବାକୁ ପସନ୍ଦ କରିଥାନ୍ତି । ଭଲ ପିନ୍ଧିବା ଓ ଭଲ ଖାଇବା ଏଥିପାଇଁ ମଣିଷ ରୋଜଗାର ମଧ୍ୟ କରିଥାନ୍ତି । ଅଧିକ ରୁ ଅଧିକ ଧନ ଉପାର୍ଜନ କରିବାକୁ ସମସ୍ତେ ଚାହାଁନ୍ତି । ସମସ୍ତେ ବିଭିନ୍ନ ପନ୍ଥା ଖୋଜୁଥାନ୍ତି । ବର୍ତ୍ତମାନ ଡିଜିଟାଲ ଦୁନିଆରେ ବିଭିନ୍ନ ପ୍ରକାର ପନ୍ଥା ରହିଛି ରୋଜଗାର ପାଇଁ । ଯେଉଁ ଟଙ୍କା ରୋଜଗାର କରୁଛନ୍ତି ଜାଣିଛନ୍ତି କୁ ଏହାର ଉତ୍ପତ୍ତି କେଉଁଠାରୁ ହୋଇଛି ଏହାକୁ ପ୍ରସ୍ତୁତ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ ଓ ଏହାକୁ ପ୍ରସ୍ତୁତ କିପରି କରାଯାଏ । ଆସନ୍ତୁ ନଜର ପକାଇବା ଏହି ସବୁ ବିଷୟରେ ।

ଆମ ଜୀବନରେ ଆସୁଥିବା ସମସ୍ତ ସମସ୍ୟାର ସମାଧାନ କରୁଥିବା ଏକ ମାତ୍ର ପନ୍ଥା ହେଉଛି ଟଙ୍କା । ଟଙ୍କାର ଉତ୍ପତିି ରିଜର୍ଭ ବ୍ୟାଙ୍କରୁ ହୋଇଛି । ଏହି ବ୍ୟାଙ୍କର ସ୍ଥାପନ ୧୯୩୪ ମସିହାରେ ଆର ବି ଆଇ ର ଅଧିନିୟମରେ ହୋଇ ଥିଲା । ଟଙ୍କାର ମୂଳ ଉତ୍ପାଦକ । ଆର ବି ଆଇ କେବଳ ଟଙ୍କା ଉତ୍ପାଦନ କରିବା ବ୍ୟତୀତ ବିଦେଶୀ ରିଜର୍ଭ, ଭାରତ ସରକାରଙ୍କ ବ୍ୟାଙ୍କର ଓ ଋଣ ନିୟନ୍ତ୍ରକ ଭାବେ ମଧ୍ୟ ଆରବିଆଇ କାମ କରିଥାନ୍ତି

ପ୍ରଥମେ ଆରମ୍ଭ ହୋଇଥିବା ସମୟରେ ବିଦେଶୀ ରିଜର୍ଭ, ଭାରତ ସରକାରଙ୍କ ବ୍ୟାଙ୍କର ଓ ଋଣ ନିୟନ୍ତ୍ରକ ଭାବେ ମଧ୍ୟ ଆରବିଆଇ କାମ କରିଥାନ୍ତି ମୋଟ ସାଧନ ମାତ୍ର ୫ କୋଟି ଟଙ୍କା । କେବଳ ୧ ଟଙ୍କିଆ ନୋଟ୍ ବ୍ୟତୀତ ସମସ୍ତ ଟଙ୍କାକୁ ରିଜର୍ଭ ବ୍ୟାଙ୍କ କରିଥାଏ । ପୁରା ଦେଶକୁ ମୁଦ୍ରା ଯୋଗାଣ କରିଥାନ୍ତି ।

ପ୍ରଥମେ ୧୯୫୭ ମସିହାରେ ମୁଦ୍ରା ନିର୍ମାଣ ପାଇଁ ଆରବିଆଇ ସଂରକ୍ଷିତ ପ୍ରଣାଳୀରେ ପ୍ରୟୋଗ ଆରମ୍ଭ ହୋଇଥିଲା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଛି । ଟଙ୍କା ତିଆରି ପାଇଁ ୨ଶହ କୋଟି ଟଙ୍କାର ସମ୍ପତ୍ତି ସଂରକ୍ଷିତ ରଖନ୍ତି । ଏଥିରୁ ୧୧୫ କୋଟି ଟଙ୍କାର ସୁନା ଭଣ୍ଡାର କରିବା ପାଇଁ ରଖିଥାନ୍ତି । ଏହା ସହ ୮୫ କୋଟି ଟଙ୍କାର ବିଦେଶୀ ମୁଦ୍ରା ରଖିବା ପାଇଁ ରଖି ଥାନ୍ତି ।

ପଇସାର ପେପର୍ ଚାରୋଟି ଦେଶରେ ଛପା ହୋଇ ଥାଏ । ଏହି ଦେଶରେ ଆଧୁନିକ ମେସିନ ରହିଛି । ଏହି ଚାରୋଟି ଦେଶ ହେଉଛି ଆମେରିକା, ଫ୍ରାନ୍ସ,ସ୍ଵିଡେନ, ଲୁସେଟଲ । ଆର ବି ଆଇ ପାଖରେ  ୪ଟି ନୋଟ୍ ପ୍ରେସ, ୪ଟି ଟଙ୍କାଶାଳ ଓ ଗୋଟିଏ ପେପର ମିଲ ରହିଛି । ଏଥିରେ ବର୍ଷକୁ ୨୬୫ କୋଟି ନୋଟ ପ୍ରସ୍ତୁତ ହୋଇ ଥାଏ । ଏଥିରେ ୨୦,୫୦ ଓ ୧୦୦ ଟଙ୍କିଆ ଛପା ହୋଇ ଥାଏ ।

ପୂର୍ବରୁ ମହାରାଷ୍ଟ୍ର ନାସିକରେ ୧,୨,୫ ଓ ୧୦ ଟଙ୍କାର ନୋଟ ମୁଦ୍ରଣ ହେଉଥିଲା । ୧୯୯୧ ମସିହା ପରଠାରୁ ଏଠାରେ ୫୦ ଓ ୧୦୦ ଟଙ୍କାର ନୋଟର ମଧ୍ୟ ମୁଦ୍ରଣ ହେଉଛି  । ମହାରାଷ୍ଟ୍ର ବ୍ୟତୀତ  ପଶ୍ଚିମବଙ୍ଗର ଶାଳବଣୀ ଓ କର୍ଣ୍ଣାଟକର ମୌସୁରରେ ନୋଟ୍ ପ୍ରେସ ରହିଛି ।

Leave a Reply

Your email address will not be published. Required fields are marked *