ବିବାହ ପରେ ପ୍ରଥମ ଥର ପାଇଁ କ୍ୟାଟ୍ରିନା କେଫ ଫ୍ଲାଉଣ୍ଟ କଲେ ନିଜ ମଙ୍ଗଲସୁତ୍ର,ଜାଣନ୍ତୁ ଏହି ମଙ୍ଗଳ ସୂତ୍ରରେ କ’ଣ ରହିଛି ଖାସ !

ଅଭିନେତା ଭିକି କୌଶଲ ଏବଂ କ୍ୟାଟ୍ରିନା କେଫ ଙ୍କର ଏହି ନିକଟ ରେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି,ବିବାହ ପରଠାରୁ ଏହି ଦୁଇଜଣଙ୍କର ଫଟୋ ଆଉ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଏହି ଅଳ୍ପ ସମୟ ଆଗରୁ କ୍ୟାଟ୍ରିନା କେଫ ଇନଷ୍ଟାଗ୍ରାମରେ ନିଜର ମଙ୍ଗଲସୁତ୍ରକୁ ଫ୍ଲାଉଣ୍ଟ କରୁଥିବାର ଫୋଟୋ ସେୟାର କରିଛନ୍ତି,ଯାହାକି ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେବାରେ ଲାଗିଛି |

ବାହାଘର ପରେ ନୂଆ ଘରେ ସିପ୍ଟ ହେଲେ ଦମ୍ପତି :-

ଆମେ ଆପଣଙ୍କୁ କହିରଖୁଛୁ କି ବିବାହ ପରେ ବିକି କୌଶଲ ଆଉ କ୍ୟାଟ୍ରିନା କେଫ ଏକ ନୂଆ ଘର ନେଇଛନ୍ତି,ଉଭୟେ ନିଜ ଘରେ ନିଜର ନୂଆ ଜୀବନକୁ ଉପଭୋଗ କରୁଛନ୍ତି,ଏହି ସମୟରେ କ୍ୟାଟ୍ରିନା ସୋସିଆଲ ମିଡିଆରେ ତାଙ୍କ ନୂଆ ଘରର କିଛି ଫୋଟୋ ସେୟାର କରିଛନ୍ତି,ଯେଉଁଥିରେ କି ସେ ଡେନିମ୍ ପ୍ୟାଣ୍ଟ ସହିତ ଏକ ଜିପ୍ ଅପ୍ ଜମ୍ପର୍ ପିନ୍ଧିଥିବାର ନଜର ଆସିଛନ୍ତି,ଏହା ସହିତ ଏହି ଫୋଟୋ ରେ ତାଙ୍କର ମଙ୍ଗଲସୁତ୍ର ମଧ୍ୟ ଦେଖିବାକୁ ମିଳୁଛି |

ମଙ୍ଗଲସୁତ୍ର ଟି ବହୁତ ସ୍ୱତନ୍ତ୍ର ଅଟେ :-

ଇନଷ୍ଟାଗ୍ରାମରେ ଏହି ଫୋଟୋ କୁ ସେୟାର କରିବାବେଳେ କ୍ୟାଟ୍ରିନା ଘର ସହିତ ଗ୍ରୀନ ହାର୍ଟ ଇମୋଜି ବନେଇ ଥିଲେ,ଆପଣଙ୍କୁ କହିରଖୁଛୁ କି କ୍ୟାଟ୍ରିନା କେଫ୍ ଯେଉଁ ମଙ୍ଗଳସୂତ୍ର ପିନ୍ଦିଛନ୍ତି,ଏହା ପ୍ରସିଦ୍ଧ ଡିଜାଇନର୍ ସାବ୍ୟସାନଚିଙ୍କ ବଙ୍ଗଳା ଟାଇଗରର ଗୋଟିଏ କଲେକ୍ସନ ଅଟେ,ମଙ୍ଗଲସୁତ୍ର କଳା ଆଉ ଗୋଲଡେନ ମୋତି ରେ ତିଆରି ହୋଇଛି, ଆଉ ଏଥି ସହିତ, ଏଥିରେ ଲାଗିଥିବା 2 ଟି ହୀରା ଏହାର ସୌନ୍ଦର୍ଯ୍ୟରେ ରେ ଚାର ଚାନ୍ଦ ଲଗେଇଦେଉଛି |

View this post on Instagram

A post shared by Katrina Kaif (@katrinakaif)

ରାଜସ୍ଥାନରେ କରିଥିଲେ ରାଜକୀୟ ବିବାହ :-

ବଲିଉଡ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କେଫ ଙ୍କ ବିବାହ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚା ରେ ରହିଥିଲା, ଏହି ଦମ୍ପତି ରାଜସ୍ଥାନର ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାରାରେ ଡିସେମ୍ବର 9 ରେ ରାଜକୀୟ ଶୈଳୀ ରେ ବିବାହ କରିଥିଲେ, ବିବାହ ପରେ ବିକି ଆଉ କ୍ୟାଟ୍ରିନାନିଜ ହନିମୁନ ପାଇଁ ମାଲଦ୍ୱୀପକୁ ଯାଇଥିଲେ, ଏହି ଅଳ୍ପ ଦିନ ହେବ ଏହି ଦମ୍ପତି ସେମାନଙ୍କ ନୂଆ ଘରକୁ ସିପ୍ଟ ହୋଇଛନ୍ତି |

Leave a Reply

Your email address will not be published. Required fields are marked *