ବାହାଘର ଅଧାରେ କନ୍ୟା ଜାଣିପାରିଲା ଯେ ବରଜଣକ ହେଉଛନ୍ତି ଚନ୍ଦା,ଆଉ ତା ପରେ ଭାଙ୍ଗିଦେଲା ବାହାଘର,ଆଉ ତା ପରେ ବର ଜଣକ ଯାହା କଲା…ଜାଣନ୍ତୁ ପୁରା ଘଟଣା

ବାସ୍ତବରେ ବିବାହ କରିବା ଏତେ ସହଜ କାମ ହେଇନଥାଏ। ଏକ ସୁନ୍ଦର ଜୀବନସାଥୀ ପାଁଇ ଲୋକେ ଅନେକ ଦିନ ଅପେକ୍ଷା କରିଥାନ୍ତି। ବିବାହ କରିବା ସମୟରେ ପ୍ରତୋକ ଲୋକମାନେ ନିଜ ପାର୍ଟନରଙ୍କର ଅଲଗା ଅଲଗା ଗୁଣକୁ ଅନୁଧ୍ୟାନ କରନ୍ତି। କିନ୍ତୁ ବିହାରରେ ସୁଗଲି ଗ୍ରାମରେ ଆଶ୍ଚର୍ୟ୍ଯକର ଘଟଣା ଘଟିଛି। ଯେତେବେଳେ କନ୍ୟା ପକ୍ଷ ଜାଣିପାରିଥିଲେକି ବରଙ୍କର ବାଳ ଝଡ଼ିଯାଇଛି ବୋଲି କନ୍ୟା ପକ୍ଷରେ ଏହି ବିବାହକୁ କରିବା ପାଇଁ ମନା କରିଦେଇଥିଲେ କିନ୍ତୁ ପ୍ରତିଉତ୍ତରରେ ବର କିଛି ଏପରି କହିଥିଲେକି ସମସ୍ତେ ଆଶ୍ଚଯ୍ୟ ହୋଇଯାଇଥିଲେ

ସୂଚନା ଅନୁସାରେ ଦିଲ୍ଲୀରେ ରହୁଥିବା ନ୍ୟୁରୋସର୍ଜରୀ ଡାକ୍ତର ରବି କୁମାର ନିଜର ବରଯାତ୍ରୀ ନେଇ ୧୦୦୦ କିଲୋମିଟର ଦୂର ବିହାରକୁ ଯାଇଥିଲେ ଏବଂ ଘର ଲୋକ ଏହି ବିବାହକୁ ଯୋଗାଡ଼ କରିଥିଲେ। ଏକ ବର୍ଷ ପୂର୍ବରୁ ହିଁ ଏହି ବିବାହ ଫାଇନାଲ ହେଇଥିଲା। ଏବଂ ଝିଅର ବାପା ରବି କୁମାରଙ୍କ ଘରେ ୩ଥର ରହିଥିଲେ।

ବରଙ୍କର ଗଂଜାପଣ ସମ୍ପର୍କରେ ଜାଣିପାରି କନ୍ୟା ବିବାହକୁ ଭାଙ୍ଗିଥିଲେ:-

ଯେତେବେଳେ ଡାକ୍ତର ବରଯାତ୍ରୀ ନେଇ ପହଞ୍ଚିଥିଲେ ସେତେବେଳେ ତାଙ୍କର ସ୍ୱାଗତ ବହୁତ ଆଡମ୍ବର ସହକାରେ ହେଇଥିଲା। ବିବାହର ଆୟୋଜନ ବହୁତ ସୁନ୍ଦର ଭାବରେ ହେଇଥିଲା। ତେବେ ଯେତେବେଳେ ଶେରା ଉଠା ଯାଇଥିଲାକି କନ୍ୟା ଦେଖିଲେ ବରଙ୍କର ବାଳ ଝଡ଼ୁଛି ଓ ସେ ଗଞ୍ଜା ଅଛନ୍ତି। ଏପରି କ୍ଷେତ୍ରରେ କନ୍ୟା ବିବାହକୁ ମନା କରି ଦେଇଥିଲେ। ଏହି ବିବାହ ଭାଙ୍ଗିବା ପରେ ବର ଖୁବ ହଂଗାମା ମଧ୍ୟ କରିଥିଲେ। କିନ୍ତୁ କୌଣସି ଫଳ ମିଳିନଥିଲା।

ବିବାହ ଭାଙ୍ଗିବା ଦ୍ୱାରା ବର ଏପରି ଦେଲେ ଉତ୍ତର:-

ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ଡାକ୍ତର ରବି କୁମାର ନିଜର ମନ ଛୋଟ କରିନଥିଲେ ଏବଂ ସେ ବିବାହ କରିବାକୁ ଆସିଥିଲେ। ତେଣୁ ସେହି ଗ୍ରାମର ଅନ୍ୟ ଏକ ଝିଅଙ୍କୁ ସେ ବିବାହ କରିଥିଲେ। ବିବାହ ପାଁଇ ସେ ଏକ ସମ୍ପୂର୍ଣ ଅଜଣା ଝିଅକୁ ବାଛିଥିଲେ ଏକ ସେଠାରେ ଥିବା ଏକ ରମଜାନକୀ ମନ୍ଦିରରେ ସେ ବିବାହ କରିଥିଲେ। ତାଙ୍କ ବିବାହ ଭାଙ୍ଗିବାର ଠିକ ୨ ଦିନ ପରେ ଏହି ବିବାହଟି ହେଇଥିଲା।

କିନ୍ତୁ ବଡ଼ ଦୁଃଖର କଥାକି ଆଜିକା ଯୁବ ସମାଜ ମନୁଷ୍ୟମାନଙ୍କର ମନ ଭିତରକୁ ଦେଖିବା ପରିବର୍ତ୍ତେ ବାହ୍ୟ ସୁନ୍ଦରତାରେ ହିଁ ବିବାହ କରିବା ପାଁଇ ନିଷ୍ପତ୍ତି ନେଇଥାନ୍ତି। ଓ ଯାହା ଫଳରେ ଆଜିକାଲି ବିବାହ ପରେ ଅନେକ ପ୍ରକାର ବିବାଦ ମଧ୍ୟ ଦେଖିବା ପାଇଁ ମିଳିଥାଏ।

Leave a Reply

Your email address will not be published. Required fields are marked *