ଏପରି ଏକ ଜିନିଷ ବିଷୟରେ ଜାଣିବା ଯାହାକି ଅତି ସହଜରେ ମିଳିପାରେ। ଏବଂ ଯାହା ଉଚ୍ଚ ରକ୍ତଚାପକୁ ଭଲ କରିପାରେ। ଆମ୍ଭେ ମାନେ ଜାଣିଛୁଯେ ଥରେ ଉଚ୍ଚ ରକ୍ତଚାପ ହେଲେ ଆମକୁ ସାରା ଜୀବନ ଏହାର ଔଷଧ ଖାଇବାକୁ ପଡ଼ିଥାଏ। କିନ୍ତୁ ଆମେ ଆୟୁର୍ବେଦ ଅନୁସାରେ ଗଲେ ଏବଂ ସେହି ଖାଦ୍ୟ ଖାଇଲେ ଯାହା ଉଚ୍ଚ ରକ୍ତଚାପକୁ ଭଲ କରିଦେବ। ଆମେ ଜୀବନ ସାରା ଏହି ରୋଗରୁ ମୁକ୍ତ ରହିପାରିବା।
ଆମକୁ ଆଉ ମେଡ଼ିସିନ ଉପରେ ନିର୍ଭର କରିବାକୁ ହେବ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହାକି ଉଚ୍ଚ ରକ୍ତଚାପକୁ ଭଲ କରିପାରେ। ଆମେ ମନେ ରଖିବା ଉଚିତଯେ ଆମେ ଆୟୋଡିନ ଯୁକ୍ତ ଲୁଣ ବ୍ୟବହାର କରିବା ଠିକ ନୁହେଁ। ଏହା ବଦଳରେ ଆମେ ଗୋଟା ଲୁଣ ମଧ୍ୟ ବ୍ୟବହାର କରିବା ଉଚିତ। ଆମେ ଜାଣିଛୁଯେ ଉଚ୍ଚ ରକ୍ତଚାପ ହେଲେ ଆମକୁ ଲୁଣ କମ ମାତ୍ରାରେ ବ୍ୟବହାର କରିବାକୁ ହୁଏ।
ସେଥିପାଇଁ ଲୁଣର ବ୍ୟବହାରରେ ଆମେ ଧ୍ୟାନ ଦେବା ଉଚିତ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ଯାହା ଉଚ୍ଚ ରକ୍ତଚାପକୁ ଅତି ସହଜରେ ଭଲ କରିଦିଏ। ସେହି ଜିନିଷ ହେଉଛି କାକୁଡ଼ି। ଏହା ପରୀକ୍ଷା କରିବା ପାଇଁ ପ୍ରଥମେ ଆମେ ଉଚ୍ଚ ରକ୍ତଚାପ ଚେକ କରିବା ତାପରେ କାକୁଡ଼ି ଖାଇ ପୁଣି ଆଉ ଥରେ ଚେକ କରିପାରିବା। ଆମେ ତୁରନ୍ତ ଜାଣି ପାରିବା ଉଚ୍ଚ ରକ୍ତଚାପ କେତେ ମାତ୍ରାରେ କମ ହେଇଛି।
ଥରେ ଉଚ୍ଚ ରକ୍ତଚାପ ହେଲେ ଆମକୁ ବହୁତ୍ ଚିନ୍ତା ହୋଇଥାଏ। କିନ୍ତୁ କାକୁଡ଼ି ଖାଇବା ଦ୍ଵାରା ଆମର ଚିନ୍ତା ଜନିତ ସମସ୍ୟା ଦୂରହୋଇଥାଏ। ଆମେ କାକୁଡ଼ିକୁ ଖରାବେଳେ ଓ ରାତିରେ ଖାଇବା ସମୟରେ ଖାଇବା ଉଚିତ। ଏହି ସାମାନ୍ୟ ଜିନିଷକୁ ମାନିଲେ ଆମେ ଆମର ଉଚ୍ଚ ରକ୍ତଚାପକୁ ବହୁତ ମାତ୍ରାରେ କମ କରିପାରିବା। ଯେଉଁମାନଙ୍କୁ ଉଚ୍ଚ ରକ୍ତଚାପ ନାହିଁ ସେମାନେ ମଧ୍ୟ ଉଚ୍ଚ ରକ୍ତଚାପରୁ ବଞ୍ଚିବା ପାଇଁ ପ୍ରତିଦିନ କାକୁଡ଼ି ଖାଇବା ଉଚିତ। ଆମେ ଜାଣିଛୁଯେ କାକୁଡ଼ି ଖାଇବା କେତେ ମାତ୍ରାରେ ସହଜ ଅଟେ।
ଏହାକୁ ଆମେ ସାଲାଡ଼ କରି ମଧ୍ୟ ଖାଇପାରିବା। ଯଦି ଆମକୁ ଶୀଘ୍ର ଖାଇବାର ଅଛି ତେବେ ଆମେ ଏହାକୁ କଞ୍ଚା ଭାବରେ ମଧ୍ୟ ଖାଇ ପାରିବା। କାକୁଡ଼ି ଖରାଦିନ ପାଇଁ ଏକ ଉତ୍ତମ ଖାଦ୍ୟ ଅଟେ। ଏହା ଶରୀରର ଜଳୀୟ ଅଂଶକୁ ବଜାୟ ରଖିଥାଏ। ଯାହାଦ୍ଵାରା ଆମେ ଦିନସାରା ସତେଜ ଅନୁଭବ କରିଥାଉ।