ବେଡ଼ରେ ଫୋନ୍ ଚାର୍ଜ କରୁଥିବା ଲୋକ ହେଇଯାନ୍ତୁ ସତର୍କ, ଆପଣ ବି କରୁଥାଇ ପାରନ୍ତି ଏମିତି ଭୁଲ !

କଣ ଆପଣ ମଧ୍ୟ ନିଜ ଫୋନକୁ ଚାର୍ଜିଂ ରେ ଲଗେଇକି ତାକୁ ବିଛଣା ରେ କି ତକିଆ ତଳେ ରଖି ଶୋଇଯାନ୍ତି କି?, ଯଦି ଆପଣ ଏମିତି କରୁଛନ୍ତି ତାହାଲେ ଜଲ୍ଦି ନିଜର ଏହି ଅଭ୍ୟାସ କୁ ବଦଳେଇ ଦିଅନ୍ତୁ,ନାଇଁ ତ କୌଣସି ନା କୌଣସି ଦିନ ଗୋଟେ ବଡ ଦୁର୍ଘଟଣା ଆପଣଙ୍କର ଅପେକ୍ଷା କରି ରହିଛି |

ଫୋନ ର ଅତ୍ୟଧିକ ଚାର୍ଜିଂ ପାଇଁ ଜଳିଗଲା କେବୁଲ ଆଉ ଚାଦର :-

“ଦି ସନ୍” ର ରିପୋର୍ଟ ଅନୁଯାୟୀ,ଫେସବୁକ୍ ପେଜ୍ CPR କିଡ୍ସରେ ଜଳି ଯାଇଥିବା ଆଇଫୋନ୍ କେବୁଲ୍ ଆଉ ବେଡସିଟ୍ ର ଫଟୋ ସେୟାର କରାଯାଉଛି,ପୋଷ୍ଟରେ କୁହାଯାଉଛି ଯେ ଯଦି ଆପଣ ଶୋଇବା ସମୟରେ ଫୋନ୍ କୁ ଚାର୍ଜ କରି ମୁଣ୍ଡ ପାଖରେ କି ଆପଣଙ୍କ ପାଖରେ ରଖି ଶୋଇଥା’ନ୍ତି, ତେବେ ଫୋନରେ ବିସ୍ଫୋରଣ କିମ୍ବା ଅଗ୍ନିକାଣ୍ଡ ଘଟି ଯାଇପାରେ |

ରିପୋର୍ଟ ଅନୁଯାୟୀ,ବେଡ଼ ରେ ଥିବା ଚାଦର,ତକିଆ ଆଉ ଗଦି ରେ ନିଆଁ ସହଜ ରେ ଲାଗି ଥାଏ,ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ଶୋଇବା ସମୟରେ ଫୋନ୍ କୁ ଚାର୍ଜିଂରେ ଲଗେଇକି ଶୁଅନ୍ତି, ସେତେବେଳେ ସେ ଚାର୍ଜ ହେବା ପରେ ଅତ୍ୟଧିକ ଗରମ ହେବାକୁ ଆରମ୍ଭ କରେ, ଆଉ ଏହିପରି ପରିସ୍ଥିତିରେ, ଯଦି ଆପଣ ଫୋନକୁ ଚାର୍ଜିଂରୁ ବାହାର ନକରନ୍ତି, ତେବେ ଏଥିରେ ନିଆଁ ଲାଗିବାର ଆଶଙ୍କା ବଢିଯାଏ

ରାତିରେ ଫୋନ କୁ ଚାର୍ଜରେ ଲଗେଇକି ଶୁଅନ୍ତୁ ନାହିଁ :-

ରିପୋର୍ଟ ଅନୁଯାୟୀ, ଲୋକମାନେ ଫୋନକୁ ସହଜରେ ଚାର୍ଜ କରିବା ପାଇଁ ଶୋଇବା ସମୟ ବ୍ୟବହାର କରନ୍ତି, କିନ୍ତୁ ଏହା ଯମା ବି ସଠିକ୍ ଉପାୟ ନୁହେଁ,ଏହି ଭୁଲ ହେତୁ ଫୋନରେ ବିସ୍ଫୋରଣ କି ଗଦି ରେ ନିଆଁ ଲାଗିଯାଇପାରେ, ଫୋନ୍ ନିର୍ମାତାମାନେ ସେମାନଙ୍କ ପ୍ୟାକେଟରେ ଏହା ବିଷୟରେ ସ୍ପଷ୍ଟ ଭାବରେ ଲେଖନ୍ତି, କିନ୍ତୁ ଲୋକମାନେ ଏହି ଚେତାବନୀକୁ ପ୍ରାୟତଃ ଅଣଦେଖା କରନ୍ତି |

ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ଆପଣ ରାତିରେ ଶୋଇଛନ୍ତି, ନିଶ୍ଚିତ କରନ୍ତୁ କି ପ୍ଲଗରେ ଏପରି କିଛି ଜିନିଷ ନ ଲାଗିଥାଉ କି ଯାହା ଅତ୍ୟଧିକ ଗରମ ହୋଇ ବିସ୍ଫୋରଣ ହୋଇପାରେ,ଧ୍ୟାନ ଦେବେ କି ଯେପରି, କୌଣସି ଖରାପ କେବୁଲ ନେବା ଠାରୁ ଦୂରେଇ ରୁହନ୍ତୁ, ଏହିପରି କେବୁଲଗୁଡିକ ଶୀଘ୍ର ନଷ୍ଟ ହୋଇଯାଇଥାନ୍ତି, ଯାହା ନିଆଁ ଲାଗିବା ଭଳି ବିପଦ ସୃଷ୍ଟି କରିଥାଏ, ଆହୁରି ମଧ୍ୟ, ଯାଞ୍ଚ କରିବା ମହତ୍ୱପୁର୍ଣ କି ତାରଗୁଡ଼ିକ ସର୍ବଦା ଭଲ ସ୍ଥିତିରେ ଥିବା ସହିତ କୌଣସି ବି ଛିଣ୍ଡା-ମିଣ୍ଢା ଲକ୍ଷଣ ଯେମିତ ଦେଖା ନଯାଏ |

କଟି ଯାଇଥିବା କି ଛିଣ୍ଡି ଯାଇଥିବା କେବୁଲ କୁ ବ୍ୟବହାର କରନ୍ତୁ ନାହିଁ :-

ଏହା ମଧ୍ୟ ମନେରଖନ୍ତୁ ଯେ ଆପଣ ବ୍ୟବହାର କରୁଥିବା କେବୁଲ୍ କୌଣସି ସ୍ଥାନରୁ ମଧ୍ୟ କଟି ନଥିବ କି ଛିଣ୍ଡି ନଥିବା ଉଚିତ୍,ଏହିପରି ଜଳି ଯାଇଥିବା କିମ୍ବା କଟି ଯାଇଥିବା କେବୁଲ କିମ୍ବା ଚାର୍ଜ ରେ ସର୍ଟ ସର୍କିଟ ସୃଷ୍ଟି କରିପାରେ, ଯେଉଁଥିପାଇଁ ନିଆଁ ଲାଗିବାର ବିପଦ ଵନିଯାଏ,ଏହା ସହିତ, ଶୋଇବା ସମୟରେ କରେଣ୍ଟ ଲାଗିବାର ବିପଦ ମଧ୍ୟ ହୋଇପାରେ,ଏହି ପରାମର୍ଶ କେବଳ ପିଲାମାନଙ୍କ ପାଇଁ ନୁହେଁ ବୟସ୍କମାନଙ୍କ ପାଇଁ ମଧ୍ୟ ସମାନ ପ୍ରଯୁଜ୍ୟ ଅଟେ |

ଏହି ଫେସବୁକ୍ ପୋଷ୍ଟକୁ ଉପଭୋକ୍ତାମାନେ 300 ରୁ ଅଧିକ ଥର ସେୟାର କରିଛନ୍ତି, ଶହ ଶହ ଲୋକ ସେମାନଙ୍କର ବନ୍ଧୁ ଆଉ ପରିବାର ଲୋକଙ୍କୁ ବିପଦ ବିଷୟରେ ଚେତାବନୀ ଦେବା ପାଇଁ ଟ୍ୟାଗ୍ କରିଛନ୍ତି |

ସୋସିଆଲ ମେଡ଼ିଆ ରେ ଲୋକମାନେ କରୁଛନ୍ତି ପ୍ରଶଂସା :-

ଲୋକମାନେ ଏହି ପୋଷ୍ଟକୁ ବହୁତ ପ୍ରଶଂସା କରୁଛନ୍ତି, ଜଣେ ଫେସବୁକ ବ୍ୟବହାରକାରୀ କହିଛନ୍ତି, ‘ମୁଁ ମୋ ଝିଅ ଙ୍କୁ ଏହି ବିଷୟରେ କହିଥିଲି ଆଉ ସେ ମଧ୍ୟ ଏହି ବିପଦକୁ ବୁଝିଯାଇଥିଲା”,ଆଉ ଏବେ ସେ ବେଡ଼ ଠାରୁ ଦୂରରେ ଏକ ପୋର୍ଟେବଲ୍ ଚାର୍ଜର୍ ରେ ଫୋନ୍ ଆଉ ଅନ୍ୟାନ୍ୟ ଗ୍ୟାଜେଟ୍ ଚାର୍ଜ କରୁଛି,ଏହି ପଦ୍ଧତି ନିରାପଦ ଆଉ କମ୍ ଚାପ ଗ୍ରସ୍ତ ମଧ୍ୟ |

ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, ଏକ ପୋର୍ଟେବଲ୍ ଚାର୍ଜର ସହିତ ଚାର୍ଜ କରି ଆପଣ ସୁରକ୍ଷିତ ଅଛନ୍ତି,ଏହା ବ୍ୟତୀତ, ଆପଣ ଆପଣଙ୍କର ଫୋନର ବ୍ୟାଟେରୀ ର ଲାଇଭ ମଧ୍ୟ ବଢ଼େଇ ଦିଅନ୍ତି |

Leave a Reply

Your email address will not be published. Required fields are marked *