ଓଡ଼ିଶାରେ ଚୀନର ପାରା ! ଗୋଡ଼ରେ ଲାଗିଛି ଚାଇନିଜ୍‌ ଭାଷାରେ ଲିଖିତ ମୁଦି

ଆଜି ଅପରାହ୍ନରେ କାଂଶବାହାଲରେ ଏକ ପାରା ଉଦ୍ଧାର ହୋଇଛି। ଏହି ପାରାର ଆକାର ସାଧାରଣ ପାରାଠାରୁ ବଡ଼ ଅଟେ। ତେବେ ଏହି ପାରା ଗୋଡ଼ରେ ଚୀନ ଭାଷାରେ ଲିଖିତ ଏକ ମୁଦି ଅଛି। ମୁଦି ଭିତରେ ପାରା ଗୋଡ଼ରେ ଏକ ଅଜଣା ଯନ୍ତ୍ର ଲାଗିଛି। ଉକ୍ତ ମୁଦିରେ ଇଂରାଜୀରେ କ୍ରମିକ ସଂଖ୍ୟା(ସିରିଏଲ୍‌ ନମ୍ବର) ମଧ୍ୟ ଉଲ୍ଲେଖ ହୋଇଛି।

ଚାଇନିଜ ଭାଷାରେ ଲିଖିତ ମୁଦି ଯୋଗୁଁ ଏହି ପାରା ଚୀନର ହୋଇଥିବାର ସନ୍ଦେହ କରାଯାଉଛି। ତେବେ ଏହି ପାରା କାଂଶବାହାଲକୁ କେମିତି ଆସିଲା? ଗୋଡ଼ରେ ଲାଗିଥିବା ମୁଦି କୌଣସି ଗୁପ୍ତ ବାର୍ତ୍ତା ବହନ କରୁନାହିଁ ତ? ଗୁପ୍ତଚର କାର୍ଯ୍ୟ ପାଇଁ ଏହା କୌଣସି ଶତ୍ରୁ ଦେଶର ଷଡ଼ଯନ୍ତ୍ର ନୁହେଁ ତ? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସମୟରେ ସ୍ଥାନୀୟ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏ ବିଷୟରେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଛି।

କାଂଶବାହାଲରେ ସପରିବାର ସବ‌େର୍ଶ୍ବର ଛୋଟରାୟ ବାସ କରନ୍ତି। ଆଜି ସଂନ୍ଧ୍ୟାରେ ଏକ ପାରା ଘର ଭିତରକୁ ପଶିଆସିଥିଲା। ପାରାକୁ ଉଦ୍ଧାର କରିବା ପାଇଁ ପରିବାରର ସଦସ୍ୟ ପ୍ରୟାସ କରିଥିଲେ। କିଛି ସମୟ ପରେ ପାରାକୁ ଧରିବାରେ ସେ ସକ୍ଷମ ହୋଇ ଯାଇଥିଲେ। ତେବେ ଉକ୍ତ ପାରା ଗୋଡ଼ରେ ଚୀନ ଟ୍ୟାଗ ଥିବାର ଏକ ମୁଦି ଲାଗିଥିବାର ଦେଖିବାକୁ ପାଇଥିଲେ। ଉକ୍ତ ମୁଦି ଭିତରେ ଅଜଣା ଯନ୍ତ୍ର ଥିବା ସନ୍ଦେହ ପ୍ରକାଶ କରିଥିଲେ। ଏଣୁ ତାଙ୍କୁ ସୁରକ୍ଷିତ ଭାବରେ ଅନ୍ୟତ୍ର ରଖାଯାଇଛି।

ଏହି ଖବର ଚାରିଆଡ଼େ ପ୍ରଚାରି ହେବାପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ପାରାକୁ ଆଜି ମଧ୍ୟାହ୍ନ ସମୟରେ କିଛି ଲୋକମାନେ ଦେଖିବାକୁ ପାଇଥିଲେ। ତେବେ ଗୋଡ଼ରେ କ’ଣ ଲାଗିଥିବା ଭାବି ଗୁରୁତ୍ବ ଦେଇନଥିବାର ଜଣାପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସକୁ ଏହି ବିଷୟରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *