2022 ରେ ଭାରତୀୟ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି ଏହି ସବୁ ଦମଦାର କାର୍ ! ଦେଖନ୍ତୁ ଲିଷ୍ଟରେ କେଉଁ କେଉଁ ସବୁ କାର ରହିଛି !

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନରେ ମଣିଷର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି,

ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି । ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।

ନୁଆ ବର୍ଷରେ ହେବାକୁ ଯାଉଛି ଏକ କାର । ୨୦୨୨ରେ ଭାରତ ମାର୍କେଟରେ ନୂଆ ନୂଆ କାର ଦେଖିବାକୁ ମିଳିବ । ସିଏଜି ଓ ଇଲେକ୍ଟ୍ରୋନିକ କାର ସବୁ ଆସିବାକୁ ଯାଉଛି । ଟାଟା କମ୍ପାନୀ ମାରୁତି ଓ ହୁଣ୍ଡାଇକୁ ଟକ୍କର ଦେବା ପାଇଁ ଜାନୁଆରୀ ମାସରେ ଟିଆଗୋ ଓ ଟିଗୋରର ସିଏନଜିର କାର ଲଞ୍ଚ କରିବାକୁ ଯାଉଛି ।

ପୁଣି ସେହି ଜାନୁଆରୀରେ ଅଡି କମ୍ପାନୀ ଅଡି କ୍ୟୁ୭ର ଫେସଲିଫ୍ଟ ଭର୍ଜନ ଲଞ୍ଚ କରିବାକୁ ଯାଉଛି । ଯାହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ । ୨୦୨୧ରେ  କିଆ ଇଣ୍ଡିଆ କୌଣସି ନୂଆ କାର୍ ଲଞ୍ଚ କରି ନଥିବାରୁ ଏହି ବର୍ଷ ମାର୍ଚ୍ଚ ମାସରେ  କିଆ ଇଣ୍ଡିଆ କେରେନ୍ସ ଲଞ୍ଚ କରିବାକୁ ଯାଉଛି । ନିକଟରେ ଏହି ଗାଡ଼ିର ଏକ ଏଡ ମଧ୍ୟ ଆସିଛି । ଆସନ୍ତା ୧୪ ତାରିଖରୁ ଏହାର ବୁକିଂ ଆରମ୍ଭ ହୋଇ ଯିବ । କେରେନ୍ସ ଏମପିଭିକୁ ଆନ୍ଧ୍ରପ୍ରଦେଶର ଅନନ୍ତପୁର ପ୍ଳାଣ୍ଟରେ ପ୍ରସ୍ତୁତ କରାଯାଉଛି ।

ଏହାକୁ ଲଞ୍ଚ କରିବାରେ ଭାରତ ପ୍ରଥମ ଦେଶ ହେବ । ଏହାର ମୂଲ୍ୟ ୧୫-୧୮ ଲକ୍ଷ ପର୍ଯ୍ୟନ୍ତ ରହିଛି । ଏଥିରେ ଅନେକ ସୁବିଧାମାନ ରହିଛି । ସ୍କୋଡା ଅଟୋ ଇଣ୍ଡିଆ ମଧ୍ୟ ୨୦୨୨ରେ ସେଡାନ କାର୍ ସ୍ଲାଭିଆ ଲଞ୍ଚ କରିବ । ପୁଣି ବିଏମଡବ୍ଲ୍ୟୁ ଇଣ୍ଡିଆ ନିଜର ପ୍ରଥମ ଇଲେକ୍ଟ୍ରିକ କାର୍ ମିନି କୁପର ଏସଇ ଲଞ୍ଚ କରିବ। ଏହାର ଥରେ ମାତ୍ର ଚାର୍ଜରେ ୨୭୦ କିମି ଯାଇପାରିବ । ଏହି କାରର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ବୁକିଂ ହୋଇଛି ।

Leave a Reply

Your email address will not be published. Required fields are marked *