ନିଜ ବିଧବା ମାଆ ପାଁଇ ବର ଖୋଜୁଛି ପୁଅ,ଏହା ପଛର କାରଣ ଜାଣିଲେ ଆପଣ ବି ଚକିତ ହେଇଯିବେ, କହିବେ ଏମିତି ପୁଅ ତ…

ଜୀବନ ବିତାଇବା ପାଇଁ ସମସ୍ତଙ୍କୁ ସାଥୀଟିଏ ଦରକାର ହୋଇଥାଏ । ନହେଲେ ଜୀବନର ରଙ୍ଗ ଫିକା ପଡ଼ିଯାଏ । ସେଥିପାଇଁ ପୁଅ ହେଉ ବା ଝିଅ , ବୟସ ଅନୁସାରେ ନିଜ ନିଜ ସାଥୀ ସହିତ ନିଜ ଜୀବନକୁ ରଙ୍ଗୀନ କରି ତୋଳନ୍ତି । ତେବେ କିଛି ଜଣ ନିଜ ଇଚ୍ଛାରେ ହେଉ ବା କିଛି ଜଣା ପରିବାର ଲୋକଙ୍କ ମତ ଅନୁସାରେ , ବିବାହ କରିନିଅନ୍ତି । ତେଣୁ ଜୀବନରେ ବିବାହ ନିତ୍ୟାନ୍ତ ଜରୁରୀ ।

ଆହୁରି ମଧ୍ୟ ବିବାହ ହେଲେ ଯାଇ ପର ପୀଢ଼ି ସନ୍ତାନ ଆସିଥାଏ । କିନ୍ତୁ ବିବାହ ନହେଲେ ମଧ୍ୟ ବିଧାତାଙ୍କ ନିୟମ ଅବମାନନା କରାଯାଇଥାଏ । ଯଦି ଜୀବନସାଥୀ ଜୀବନସାରା ଆପଣଙ୍କର ସବୁ ସୁଖ ଦୁଃଖକୁ ଆପଣେଇନେଇଥାଏ ତେବେ ଜୀବନଟି ସ୍ୱର୍ଗ ପରି ସୁନ୍ଦର ହେଇଥାଏ ।

ତେବେ ବେଳେବେଳେ ଜୀବନ ନାହିଁ ନଥିବା ଦୁର୍ଘଟଣାର ଶିକାର ସମସ୍ତେ ହୋଇଥାନ୍ତି । ଜୀବନସାଥୀ ଯଦି ଏକ ସମୟରେ ହାତ ଛାଡି ଚାଲିଯାଇଥାଏ ତେବେ ଜୀବନ ନର୍କ ସମାନ ହେଇଥାଏ । ଆଜି ବି ଅନେକ ଲୋକେ ଅଛନ୍ତି ଜୀବନରେ ବିବାହର ଅଳ୍ପ କିଛି ବର୍ଷ ପରେ କୌଣସି ଅଘଟଣରେ ପ୍ରାଣ ହରାଇଥାନ୍ତି । ଯାହା ଫଳରେ ଆଉ ଅନ୍ୟ ଜଣକ ଏକା ହୋଇଯାଆନ୍ତି ଏବଂ ବାକିତକ ଜୀବନ ଏକା କାଟିବାକୁ ତାଙ୍କ ସାଥି ବାଧ୍ୟ ହୋଇଥାନ୍ତି ।

ତେବେ ବେଳେବେଳେ କିଛି କ୍ଷେତ୍ରରେ ଆଉ ଏକ ଜୀବନସାଥୀ ଟିର ସନ୍ଧାନ କରିଥାନ୍ତି । ଅନ୍ୟ କିଛି କ୍ଷେତ୍ରରେ ଲୋକେ ଆଉ ବିବାହ ମଧ୍ୟ କରି ନଥାନ୍ତି । କାରଣ ଜଣେ ବିଧବା ମହିଳା ବାକି ଜୀବନ କାଟିବାକୁ ପୁଣି ବିବାହ କରନ୍ତି ତେବେ ସମାଜ ଏହାକୁ ସ୍ୱୀକାର କରି ନଥାଏ । ତେବେ ଗୌରବ ନାମକ ପୁଅ ଟିର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଭାଇରଲ ହୋଇଛି ।

ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ସେ ନିଜ ମାଙ୍କୁ ଆଉ ଏକ ନୂତନ ଜୀବନ ଦେବା ପାଇଁ ଇଚ୍ଛା କରୁଛନ୍ତି । ସେଥିପାଇଁ ସେ ନିଜ ବିଧବା ମାଙ୍କୁ ଆଉ ଥରେ ଏକ ଯୋଗ୍ୟ ବର ପାତ୍ର ଦେଖି ବିବାହ କରିବାକୁ ଚାହିଁଛନ୍ତି । ତେବେ ବିନା ସହାୟତାରେ ଜୀବନ ଅତିବାହିତ କରିବା ସହଜ ହେଇ ନଥାଏ । ଏକ ଜୀବନ ସାଥି ହିଁ ଜୀବନଟି କୁ ସରଳ ଓ ସୁଗମ କରିପାରିବ ।

ଆହୁରି ସେ ଲେଖିଛନ୍ତି ଯେ ତାଙ୍କର ଏହି ନିଷ୍ପତିରେ ଅନେକ ଲୋକେ ମୋର ପରିହାସ ମଧ୍ୟ କରିଥାନ୍ତି । କିନ୍ତୁ ଏହି ନିଷ୍ପତି କେବେ ହେଲେ ପରିବର୍ତନ ହେବ ନାହିଁ । ଗୌରବ ନିଜ ମାଙ୍କୁ ଏକ ନୂତନ ଜୀବନ ଦେବାକୁ ଯାଉଛନ୍ତି ଏବଂ ଏହା ଦ୍ୱାରା ସେ ମଧ୍ୟ ବେଶ ଖୁସି ହେବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *