ନୂଆବର୍ଷ ଅନେକ ଉତ୍ସାହ ନେଇ ସମସ୍ତଙ୍କୁ ଆନନ୍ଦ ଦେଇଥାଏ । ସମସ୍ତେ ଏହି ଦିନକୁ ବଡ଼ ଆଡମ୍ବରରେ କଟାଇଥାନ୍ତି । ନାଚଗୀତ ଖିଆପିଆରେ ଦିନ କଟିଥାଏ । ତେବେ ଆପଣମାନେ ଜାଣିଥିବେ ଯେ ଜମି ବାଡିକୁ ନେଇ ଭାଇ ମଧ୍ୟରେ ମଧ୍ୟରେ କଳି । କଳିଯୁଗରେ ଅଧର୍ମର ମାତ୍ରା ଯେବେ ବଢ଼ିଯିବ ସେବେ ଏହି ଯୁଗର ପରିସମାପ୍ତି ଘଟିବ ବୋଲି ବେଦ ପୁରାଣରେ କୁହା ଯାଇଛି । ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ରୁ ଆରମ୍ଭ ହୋଇ ସାରିଛି ।
ଯଦି ଆମେ ବେଦ ଦେଖିବା ତେବେ କଳିଯୁଗଟି ଅତ୍ୟାଚାରୀ ଯୁଗ ବୋଲି କୁହାଯାଉଛି । ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରେ ଆରମ୍ଭ ହୋଇଥିଲା ଓ ଏହାର ଅନ୍ତ କଳିରେ ହେବା ବୋଲି କୁହାଯାଉଛି । ଏହି ଯୁଗରେ ନାନା ପ୍ରକାରକୁ କର୍ମ ବଢିବ। ଚୋରି ,ଡକାୟତି, ଲୋଭ, କାମ,ମୋହ , କ୍ରୋଧ ଆଦି ମଣିଷକୁ ଅନ୍ତ କରିଦେବ। ମଣିଷ ବୁଦ୍ଧି ବିବେକ ହରାଇକୁ କର୍ମ ରେ ଲୀପ୍ତ ରହିବ । ସମସ୍ତେ ସମସ୍ତଙ୍କର ପର । ଘରେଘରେ ଲାଗି ଜମିକୁ ନେଇ ରହିଛି ଅଶାନ୍ତି । ପୁଅ ବାପାକୁ ପିଟୁଛି ତ ବୋହୂ ଶାଶୁକୁ । ଘରେ ଘରେ ହେଉଛି କଳି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ ।
ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏହି ଘଟଣା । ନୂଆ ବର୍ଷରେ ସମସ୍ତେ ଆଡମ୍ବରରେ ଦିନ କାଟୁଥିବା ସମୟ ରେ ୭୬ ବର୍ଷୀୟ ମାଆ ଓ ପୁଅ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ଜମି ବିବାଦକୁ ନେଇ ଏହି ଘଟଣା ଘଟିଛି ବୋଲି ଜାଣିବାକୁ ମିଳିଛି । ୭ ଦିନ ଧରି ଉଭୟ ଘରେ ବନ୍ଦୀ ହୋଇ ରହିଛନ୍ତି । ଏହି ବିଷୟରେ ଥାନାରେ ଖବର ଦିଆ ଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଖବର ମିଳିନାହି ।
ବୃଦ୍ଧା ମା ଅନୁସୁ୍ୟା ମହାନ୍ତି କହିଛନ୍ତି ଯେ ୪-୫ ଦିନ ଧରି ଆମେ ଘରେ ବନ୍ଦୀ ହୋଇ ରହିଛୁ । କେବଳ ବିସ୍କୁଟ ଓ ଚା ପି ଦିନ କାଟୁଛି । ଉଦ୍ଧାର ପାଇଁ ଆଇନ ମଧ୍ୟ ସାହାଯ୍ୟ କରୁନାହି । ଆମେ ଭଗବାନଙ୍କୁ ଡ଼ାକୁଚୁ । ମୃତ୍ୟୁଞ୍ଜୟ ମହାନ୍ତି ପୁଅ କହିଛନ୍ତି ଯେ ମା ନଖାଇ ଅସୁସ୍ଥ ହୋଇ ପଡ଼ୁଛନ୍ତି । କୋର୍ଟରୁ ଅଡର ଆଣି ଚାବି ପକାଇ ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ ଏହି ଘରକୁ ନେଇ ୯ ବର୍ଷ ହେବ ବିବାଦ ଲାଗି ରହିଛି ।