ଯେତେବେଳେ ବି ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ କଥା ପଡେ,ସେତେବେଳେ ମୁକେଶ ଅମ୍ବାନୀଙ୍କ ନାମ ପ୍ରଥମେ ଆସେ | ମୁକେଶ ଅମ୍ବାନୀ ଦୀର୍ଘ ସମୟ ଧରି ଏସିଆର ସବୁଠାରୁ ଧନୀ ବ୍ୟକ୍ତି ରହିଆସିଛନ୍ତି |ତାଙ୍କର ସମୃଦ୍ଧତା ବିଷୟରେ ସମଗ୍ର ବିଶ୍ୱ ବହୁତ ଭଲ ଭାବରେ ଅବଗତ ଅଛି | ଦେଶ,ଦୁନିଆର ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଅମ୍ବାନୀ ପରିବାର ଅନ୍ୟତମ |
ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ପରିବାର ପ୍ରାୟତ ହେଡଲାଇନରେ ରହିଥାନ୍ତି | ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ପ୍ରାୟତ ଚର୍ଚ୍ଚାରେ ରହିଥାନ୍ତି | ଅମ୍ବାନୀ ପରିବାରର ପ୍ରତ୍ୟେକ ଉତ୍ସବ ଆଉ ଅଣ-କାର୍ଯ୍ୟ ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଥାଏ | ସେହିଭଳି ମୁକେଶ ଅମ୍ବାନୀଙ୍କ ଝିଅ ଇଶାଙ୍କ ବିବାହ ମଧ୍ୟ ବହୁତ ଚର୍ଚ୍ଚାରେ ରହିଥିଲା।
କହି ରଖିବାକୁ ଚାହୁଁ କି,ଇଶା ଅମ୍ବାନୀ ୨୦୧୮ରେ ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ | ଏହି ବିବାହରେ ଇଶା ତାଙ୍କ ଶ୍ୱଶୁର ଅଜୟ ପିରାମଲଙ୍କ ଠାରୁ ଉପହାର ସ୍ୱରୂପ ପାଞ୍ଚ ମହଲା ବିଶିଷ୍ଟ ରାଜପ୍ରାସାଦ ପାଇଥିଲେ। ତାଙ୍କର ଏହି ଘରର ନାମ ହେଉଛି ଗୁଲିଟା | ଆସନ୍ତୁ ଆଜି ଆପଣଙ୍କୁ ଏହି ପ୍ରାସାଦର ସବୁ ଫୋଟୋ ଦେଖାଇବା…
କହିବାକୁ ଚାହୁଁଛୁ କି,ଇଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲ ବିବାହ ପରଠାରୁ ଏହି ଘରେ ରହିଆସୁଛନ୍ତି | ଘର ଦେଖିବାକୁ ବହୁତ ସୁନ୍ଦର | ଏହି ଘର ମୁମ୍ବାଇର ୱର୍ଲିରେ ଅବସ୍ଥିତ |
ଗୁଲିଟା ପୁରା ୫୦,୦୦୦ ବର୍ଗଫୁଟ ଉପରେ ବିସ୍ତାର ହୋଇଛି | ଉଲ୍ଲେଖନୀୟ କଥା ହେଉଛି, ମୁକେଶ ଅମ୍ବାନୀ ଝିଅର ରାଜକୀୟ ବିବାହରେ ୧୦୦ମିଲିୟନ୍ ଡଲାର (ପ୍ରାୟ ୭୨୦କୋଟି ଟଙ୍କା) ଖର୍ଚ୍ଚ କରିଥିଲେ | ଏଥିରୁ ଅନୁମାନ କରାଯାଇପାରେ ମୁକେଶ ଅମ୍ବାନୀଙ୍କ ଧନ ସମ୍ପତ୍ତିକୁ
ବିଶେଷ କଥା ହେଉଛି ମୁକେଶ ଅମ୍ବାନୀଙ୍କ ଘର ‘ଏଣ୍ଟିଲିଆ’ କେବଳ ଭାରତରେ ନୁହେଁ ସାରା ଦୁନିଆର ସବୁଠାରୁ ମହଙ୍ଗା ଘର ଭିତରୁ ଗୋଟିଏ ଘର । ମୁକେଶ ଅମ୍ବାନୀ ତାଙ୍କ ପରିବାର ସହିତ ମୁମ୍ବାଇରେ ରୁହନ୍ତି। ତାଙ୍କ ଘର ୨୭ମହଲା ବିଶିଷ୍ଟ ଏବଂ ଏହା ଦେଖିବାକୁ ବହୁତ ସୁନ୍ଦର | ଏହାପରେ ମଧ୍ୟ ଇଶା ଏବଂ ଆନନ୍ଦଙ୍କ ଘର ‘ଗୁଲିଟା’ ମଧ୍ୟ କୌଣସି ବଡ଼ ପ୍ରାସାଦଠାରୁ କିଛି କମ୍ ନୁହେଁ |
ଇଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କ ଏହି ବିଳାସପୂର୍ଣ୍ଣ ଘରର ସୌନ୍ଦର୍ଯ୍ୟ ଏବଂ ମହାନତା ଦେଖିଲେ ହିଁ ବୁଝିପାରିବେ | ଗୁଲିଟାରେ ପାଞ୍ଚ ମହଲା ଅଛି | ପାଞ୍ଚ ମହଲା ମଧ୍ୟରୁ ତିନୋଟି ହେଉଛି ବେସମେଣ୍ଟ |
ଗୁଲିଟାର ଦ୍ୱିତୀୟ ଏବଂ ତୃତୀୟ ମହଲା ସର୍ଭିସ ଏବଂ ପାର୍କିଂ ପାଇଁ ବ୍ୟବହୃତ ହୁଏ | ଘରେ ଏକ ବଗିଚା ଏବଂ ଏୟାର ୱାଟର ବଡି ମଧ୍ୟ ତିଆରି ହୋଇଛି | ସେଇଠାରେ ଲବିକୁ ତଳ ମହଲାରେ ସ୍ଥାନ ଦିଆଯାଇଛି |
ଆନନ୍ଦ ପିରାମଲ ଏବଂ ଇଶା ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଘରେ ଅନେକ ଗୁଟିଏ ରୁମ,ବେଡରୁମ ଏବଂ ସରକୁଲାର ଷ୍ଟଡି ରୁମ ମଧ୍ୟ ତିଆରି ହୋଇଛି | ‘ଗୁଲିଟା’ର ଲିଭିଂ ଏବଂ ଡାଇନିଂ ହଲ୍ ଉପର ମହଲାରେ ଅବସ୍ଥିତ |
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇଶା ଅମ୍ବାନୀଙ୍କ ଶ୍ୱଶୁର ଅଜୟ ପିରାମଲ ୨୦୧୨ମସିହାରେ ହିନ୍ଦୁସ୍ତାନ ୟୁନିଲିଭର ଠାରୁ ପ୍ରାୟ ୧୦ବିଲିୟନ ଡଲାର ଅର୍ଥାତ୍ ୪୫୨କୋଟି ଟଙ୍କାରେ ଏହି ଘର କିଣିଥିଲେ। ଅଜୟ ପିରାମଲ ଏହାକୁ ବିବାହ ସମୟରେ ଇଶା ଏବଂ ଆନନ୍ଦଙ୍କୁ ଉପହାର ସ୍ୱରୂପରେ ଦେଇ ଦେଇଥିଲେ |
ଡିସେମ୍ବର ୨୦୧୮ରେ ଇଶା ଏବଂ ଆନନ୍ଦଙ୍କ ବିବାହ ବହୁତ ଧୁମଧାମରେ ସମାପ୍ତ ହୋଇଥିଲା, ଏବଂ ଏହା ପୂର୍ବରୁ ଉଭୟଙ୍କର ୨୦୧୮ମସିହାରେ ଇଟାଲୀରେ ନିର୍ବନ୍ଧ ହୋଇଥିଲା
କହି ରଖିବାକୁ ଚାହୁଁଛୁ କି,ଅଜୟ ପିରାମଲ ଶ୍ରୀରାମ ଗ୍ରୁପ ଏବଂ ପିରାମଲ ଗ୍ରୁପର ଚେୟାରମ୍ୟାନ୍ ଅଟନ୍ତି। ତାଙ୍କ ସମୁଦି ମୁକେଶ ଅମ୍ବାନୀଙ୍କ ପରି ଅଜୟ ମଧ୍ୟ ବହୁତ ଧନୀ ଅଟନ୍ତି | ତାଙ୍କ ପାଖରେ ମଧ୍ୟ କୋଟି କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି।