ଆସୁଛି ପୃଥିବୀ ପାଇଁ ବଡ ବିପଦ ! ଚାରିଆଡେ ଘୋଟିଯିବ ଅନ୍ଧାର !

ସୂର୍ଯ୍ୟ ଆମ ପୃଥିବୀ ପାଇଁ ଆଲୋକର ଏକ ବଡ଼ ତଥା ପ୍ରାକୃତିକ ଉତ୍ସ ଅଟେ। ସମଗ୍ର ବିଶ୍ବ ଏଥିରୁ ଆଲୋକ ପାଏ। ଯାହା ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବମାନଙ୍କର ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ସୂର୍ଯ୍ୟକିରଣ ପୃଥିବୀରେ ପହଞ୍ଚିବ ନାହିଁ, ତେବେ ସମସ୍ତଙ୍କ ଜୀବନ ଉପରେ ବିପଦରେ ପଡ଼ିପାରେ।

ଏପରି ସ୍ଥିତିରେ, ଯଦି କୁହାଯାଏ ସୂର୍ଯ୍ୟ ବିନା ଜୀବନ ସମ୍ଭବ ନୁହେଁ ତେବେ ଏହା ଅତ୍ୟୁକ୍ତି ହେବ ନାହିଁ। ବିଶ୍ବର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ମଧ୍ୟ ସୂର୍ଯ୍ୟର ମହତ୍ତ୍ବ ବିଷୟରେ କହିଛନ୍ତି। ସେମାନେ ଅଧ୍ୟୟନ ମାଧ୍ୟମରେ ଏହା ବିଷୟରେ ନୂଆ ନୂଆ ତଥ୍ୟ ମଧ୍ୟ କୁହନ୍ତି।

ଏକ ନୂତନ ଅଧ୍ୟୟନରେ, ସୂର୍ଯ୍ୟଙ୍କର ଏକ ସ୍ଥିର ଜୀବନ ଅଛି ଏବଂ ସମୟ ଆସିବା ପରେ ଏହା ମଧ୍ୟ ଥଣ୍ଡା ହୋଇଯିବ ବୋଲି ଜଣାପଡ଼ିଛି। ହାର୍ଭାର୍ଡ କଲେଜ ଅବଜରଭେଟୋରୀ, ସ୍ମିଥନିଆନ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ ତଥା ଜ୍ୟୋତିର୍ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତିଯେ, ସୂର୍ଯ୍ୟଙ୍କର ଆସନ୍ତା ୫ ବିଲିୟନ ବର୍ଷରେ ଆୟୁ ପୂରଣ ହେବ। ଏହା ସମ୍ପୂର୍ଣ୍ଣ ରୂପରେ ଥଣ୍ଡା ହୋଇଯିବ। ବିଶେଷଜ୍ଞଙ୍କ ମତରେ ସୂର୍ଯ୍ୟ ବର୍ତ୍ତମାନ ମଧ୍ୟ ଜୀବନର ମଧ୍ୟ ଭାଗରେ ଅଛନ୍ତି।

ଏହି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ପାଓଲା ଟେଷ୍ଟାଙ୍କ ଅନୁସାରେ, ସୂର୍ଯ୍ୟଙ୍କଠାରେ ଘଟୁଥିବା ଆଣବିକ ପ୍ରତିକ୍ରିୟା ଜୀବନଚକ୍ର ଗଣନା ପାଇଁ ଆଧାର ଭାବରେ ବିବେଚନା କରାଯାଇଛି। ପାଓଲା ବ୍ୟାଖ୍ୟା କରିଛନ୍ତିଯେ, ଏହି ପ୍ରତିକ୍ରିୟାକୁ ଆଧାର ଭାବରେ ଗ୍ରହଣ କରି ସୂର୍ଯ୍ୟଙ୍କ ଜୀବନ କାଳର ତାରିଖକୁ ସ୍ଥିର କରାଯାଇଛି। ଜାଣନ୍ତୁ ସେ ସମ୍ପର୍କରେ..

ପାଓଲାଙ୍କ ଅନୁସାରେ, ୧୯୩୦ ବର୍ଷ ପୂର୍ବରୁ ସୂର୍ଯ୍ୟଙ୍କ ଶକ୍ତିର କେନ୍ଦ୍ର ମାଧ୍ୟାକର୍ଷଣ ଶକ୍ତି ବୋଲି ବିଶ୍ବାସ କରାଯାଉଥିଲା। ବର୍ତ୍ତମାନ ବୈଜ୍ଞାନିକମାନେ ପରମାଣୁ ପ୍ରତିକ୍ରିୟାକୁ ସୂର୍ଯ୍ୟଙ୍କର ଶକ୍ତିର ଉତ୍ସ ବୋଲି ବିଚାର କରୁଛନ୍ତି। ତଥାପି, ବିଜ୍ଞାନ ସୂର୍ଯ୍ୟଙ୍କର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ଆଦୌ ସକ୍ଷମ ହୋଇନାହିଁ।

ବିଶେଷଜ୍ଞମାନେ କହିଛନ୍ତିକି, ବର୍ତ୍ତମାନ ପରମାଣୁ ପ୍ରତିକ୍ରିୟାରୁ ସୂର୍ଯ୍ୟ ଏହାର ଶକ୍ତି ପାଇଥାନ୍ତି। ଯେଉଁଦିନ ଏହି ଶକ୍ତି ସମାପ୍ତ ହେବ, ସୂର୍ଯ୍ୟଙ୍କର ଜୀବନ ମଧ୍ୟ ସମାପ୍ତ ହେବ। ସୂର୍ଯ୍ୟ ପାଉଁଶ ହୋଇଯିବେ। ଫଳରେ ସମଗ୍ର ବିଶ୍ବ ଅନ୍ଧକାରରେ ରହିବ। ତଥାପି ଏହି ସମୟକୁ ଆସିବା ପାଇଁ ଆହୁରି ୫ ବିଲିୟନ ବର୍ଷ ବାକି ଅଛି।

Leave a Reply

Your email address will not be published. Required fields are marked *