ଛୁଟିଦିନରେ ପରିବାର ସହିତ ଏକ ରେଷ୍ଟୁରାଣ୍ଟରେ ଖାଇବାକୁ ଗଲେ ତାହା ମନକୁ ରିଲାକ୍ସ ଦେଇଥାଏ। ଲୋକମାନେ ପରିବାର ସହିତ ସମୟ ବିତାଇବା ପାଇଁ ରେଷ୍ଟୁରାଣ୍ଟକୁ ଯାଆନ୍ତି। କିନ୍ତୁ ଯଦି ଏକ ରେଷ୍ଟୁରାଣ୍ଟରେ ଖାଇବା ସମୟରେ, ଆପଣ ଏହା ଭିତରେ କିଛି ଅଲଗା ଜିନିଷ ପାଇଲେ ଯାହା ଆପଣ କଳ୍ପନା କରିନଥିବେ ତେବେ ଆପଣଙ୍କୁ କିପରି ଲାଗିବ। ଆଜି ପର୍ଯ୍ୟନ୍ତ ଆପଣ ଖାଦ୍ୟରେ ଝିଟିପିଟି କିମ୍ବା ଅସରପା ଦେଖିଥିବେ ନିଶ୍ଚୟ । କିନ୍ତୁ ଚାଇନାରୁ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଖାଦ୍ୟରୁ କଣ୍ଡୋମ ବାହାରିଥିଲା
ଚୀନ୍ର ସିଚୁଆନ୍ ପ୍ରଦେଶରେ ଏହି ଘଟଣା ଘଟିଛି। ଲେଶନ ସହରରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ, ଜଣେ ବ୍ୟକ୍ତିଙ୍କ ଖାଦ୍ୟରୁ କଣ୍ଡୋମ ବାହାରିବାବେଳେ ସେଠାରେ ଏକ ଝଗଡା ସୃଷ୍ଟି ହୋଇଗଲା। ବ୍ୟକ୍ତି ଜଣକ ତାଙ୍କ ସୁପ ରୁ କଣ୍ଡୋମ ବାହାର କରି ଏହାକୁ ଦେଖାଇ ରେଷ୍ଟୁରାଣ୍ଟ ମାଲିକଙ୍କଠାରୁ ଏକ ଲକ୍ଷ 15 ହଜାର ଟଙ୍କା କ୍ଷତିପୂରଣ ଦାବି କରିବାକୁ ଲାଗିଲେ। ଡିସେମ୍ବର 18 ରେ ଏହି ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ ନାମ ହେଉଛି ମିଷ୍ଟର ହୁ।
ଡିସେମ୍ବର 18 ରେ ତାଙ୍କ ସାଙ୍ଗଙ୍କ ସହ ରେଷ୍ଟୁରାଣ୍ଟରେ ମିଷ୍ଟର ହୁ ପହଞ୍ଚିଥିଲେ। ଉଭୟ ସେଠାରେ ଖାଦ୍ୟ ଅର୍ଡର କଲେ ଏବଂ ତା’ପରେ ସେମାନଙ୍କ ଖାଇବା ଉପଭୋଗ କରିବାକୁ ଲାଗିଲେ। ହଠାତ୍ ଲୋକଟି ପାଟି କରି ମ୍ୟାନେଜରଙ୍କୁ ଡାକିଲା। ମ୍ୟାନେଜର ପହଞ୍ଚିବା ପରେ ବ୍ୟକ୍ତି ଜଣକ ତାଙ୍କ ପାତ୍ରରୁ କଣ୍ଡୋମ ବାହାର କରି ଏହାକୁ ଦେଖାଇଲେ ।
ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ ଏହି କଣ୍ଡୋମ ତାଙ୍କ ଖାଦ୍ୟରୁ ବାହାରିଛି। ଏହା ପରେ ବ୍ୟକ୍ତି ରେଷ୍ଟୁରାଣ୍ଟରୁ ଟଙ୍କା ମାଗିଥିଲେ । ଆହୁରି ମଧ୍ୟ ଧମକ ଦେଇଛନ୍ତି ଯେ ଯଦି ସେ ଟଙ୍କା ନ ଦିଅନ୍ତି, ତେବେ ସେ ଏହି ବିଷୟ ଅନଲାଇନରେ ସେୟାର କରିବେ।
ଏହା ପରେ ରେଷ୍ଟୁରାଣ୍ଟଟି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । କିନ୍ତୁ ବ୍ୟକ୍ତି ଜଣକ ଏପରି ସ୍ଥାନରେ ବସିଥିଲେ ଯେଉଁଠାରେ କ୍ୟାମେରା ପହଞ୍ଚି ପାରି ନଥିଲା। ଏହା ପରେ ମଧ୍ୟ ରେଷ୍ଟୁରାଣ୍ଟ ପ୍ରମାଣ ଖୋଜିବା ବନ୍ଦ କରିନଥିଲା । ସେ ନୂଆ କଣ୍ଡୋମକୁ ସମାନ ଖାଦ୍ୟରେ ରଖି ଦୁଇ ଘଣ୍ଟା ରାନ୍ଧିଲେ । ଏହି ସମୟରେ କଣ୍ଡୋମ ସଂପୂର୍ଣ୍ଣ ତରଳି ଗଲା ।
ଏପରି ପରିସ୍ଥିତିରେ ଏହା ସ୍ପଷ୍ଟ ହୋଇଗଲା ଯେ ବ୍ୟକ୍ତି ଜଣକ ମିଛ କହି ରେଷ୍ଟୁରାଣ୍ଟ ମାଲିକଙ୍କୁ ଟଙ୍କା ପାଇଁ ପ୍ରଲୋଭିତ କରୁଛନ୍ତି। ପୋଲିସ ପାଖେ ମାମଲା ପହଂଚିବା ପରେ ଜଣାପଡିଲା ଯେ ସେହି ବ୍ୟକ୍ତି ରେଷ୍ଟୁରାଣ୍ଟ ମାଲିକଙ୍କୁ ବ୍ଲାକମେଲ କରୁଥିଲେ । ଏବେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି ଜେଲରେ ରଖିଛି।