ମାଳିକା ଭବିଷ୍ୟ ବାଣୀ 2022 : ରାତି ୧୨ ରେ ଶୁନ୍ୟରୁ ଶୁଭିବ ଗର୍ଜନ,ତାରିଖ ବି ଜଣା ଜଣା ପଡ଼ିଲାଣି !

ଆମେମାନେ ଜାଣିଛୁ ମାଳିକାର ମହତ୍ୟ କେତେ ଅଟେ ।ମାଳିକା ବର୍ଣ୍ଣନା ଦୀର୍ଘ ବର୍ଷ ପୂର୍ବେ ହୋଇଥିଲେ ମଧ୍ୟ ଏହାର ଅନେକ ପ୍ରମାଣ ଆମେ ଏବେ ପାଉଛୁ। ଏହା ସମ୍ପୂର୍ଣ୍ଣ ରୂପେ ସତ ଯେ ମାଳିକା ବର୍ଣ୍ଣନାରେ ଏକ ପୂର୍ଣ୍ଣ ଅନୁଭୂତିର ବିଚାର ଦେଖିବାକୁ ମିଳିଥାଏ । ଅନେକ ଦିନରୁ ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥାକୁ ଓ ଭବିଷ୍ୟ ଏବେ ଆମେ ମାଳିକା ବର୍ଣ୍ଣନାରୁ ଜାଣିବାକୁ ପାଉଛୁ ।

ଏହି ପାପ ଅନିତି ଭରା ସଂସାରରେ ଆମେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା ଆବଶ୍ୟକ ରହିଥାଏ ଏହା ସହିତ ନୀତିବାନ ହେବା ଭୁଲ୍ କାର୍ଯ୍ୟରୁ ନିବୃତି ରହିବାକୁ ସଚେତନ କରାଇ ଥାଏ ଏହି ମାଳିକା । ଏହା ହିଁ ମାଳିକାର ପ୍ରତ୍ୟକ୍ଷ ଉଦ୍ଦେଶ୍ୟ ଅଟେ ।

ଦୀର୍ଘଦିନର ମାଳିକାରେ ଅନେକ ଜିନିଷ ଓ ସ୍ଥାନମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ମହାପୁରୁଷ ମାନେ ସନ୍ଦେଶ ଦେଇଛନ୍ତି ଏକାମ୍ର କ୍ଷେତ୍ର ଭାବେ ପରିଚିତ ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ଵରରୁ ଶୁନ୍ୟରୁ ମଧ୍ୟ ରାତ୍ରୀରେ ଏକ ଭୟଙ୍କର ଗର୍ଜନ ଶୁଣାଯିବ। ତେବେ କେବେ ଶୁଣା ଯିବ ଓ କାହିଁକି ଶୁଣାଯିବ କଣ ସେହି ଶବ୍ଦ ଏହା ନେଇ ପ୍ରଶ୍ନ ବଚିବାରୁସ୍ଥି ହେଛି। ଅଚ୍ୟୁତାନନ୍ଦ ମହାପୁରୁଷଙ୍କ କଳିକଳ୍ପ ମାଳିକାରେ ଏହାର ପ୍ରମାଣ ମିଳିଛି

ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ମଧୂପୂର୍ଣ୍ଣମି ଗୁରୁବାର ଦିନ ଶୂନ୍ୟ ଶବଦେ ଶୁଭିବ କଳ୍କୀରେ ଏଗାର ଅର୍ଥାତ୍ ଚୈତ୍ର ମାସ ପୂର୍ଣ୍ଣିମା ଗୁରୁବାର ହୋଇଥିବ ସେହିଦିନ ଶୂନ୍ୟରୁ ଏକ ଭୟଙ୍କର ଶବ୍ଦ ଶୁଭିବା ଆଉ ଏହି ମହାପୁରୁଷ ଜଗନ୍ନାଥ ଦାସ ନରେନ୍ଦ୍ର ଗୋବିନ୍ଦ ଗୀତାରେ ପ୍ରମାଣ ଦେଇଛନ୍ତି। ଭୈରବ ଡାକିବ ଭୁବନେଶ୍ୱରରେ ଏହି ଚୈତ୍ର ମାସ ଗୁରୁବାରରେ ଦିନ।

୨୪ ଅଙ୍କ ଭିତରେ ହଜାର ଭୈରବ ଡାକିବ ନିଶା ଅର୍ଥଳେ ଅର୍ଥାତ୍ ଯେତେବେଳେ କଳିଯୁଗର ଆୟୁ ୫ ହଜାର ୧୨୪ ବର୍ଷ ହୋଇଥିବ ସେହି ସମୟ ରେ ଚୈତ୍ର ପୂର୍ଣ୍ଣମୀ ଗୁରୁବାର ପଡ଼ିବ ମହାପୁରୁଷ ପୁଣି କଲମ କରିଛନ୍ତି। ସେ ଡାକ ଶୁଭିବ ଯାଜପୁରକୁ ବିରାଜ ହୋଇଯିବେ ବ୍ରହ୍ମା ସ୍ଥାନକୁ ଅର୍ଥାତ୍ ସେହି ଶବ୍ଦ ଯାଜପୁର ପର୍ଯ୍ୟନ୍ତ ଶୁଣାଯିବ ସେହି ଦକ ଆଉ ଯେତେବେଳେ ଯାଜପୁରକୁ ଶବ୍ଦ ଶୁଭିବ ମା ବିରଜା ଯିବେ ବ୍ରହ୍ମା ସ୍ଥାନକୁ ଅର୍ଥାତ୍ ଶ୍ରୀକ୍ଷେତ୍ର ପୁରୀ କୁ । ଦେବୀ ବରଜାଇ ଧାନ ଭାଙ୍ଗିବ ଏକା ଡାକରେ ବ୍ରହ୍ମାଣ୍ଡ ପୂରିବ ଆଉ ଯେତେବେଳେ ଏହି ଶବ୍ଦ ଶୁଭିବ ସାରା ବିଶ୍ବରେ ଯେତେ ମାତୃଶକ୍ତି ତଥା ସମସ୍ତ ଜଡ ଚାଞ୍ଚଲ୍ୟ ହୋଇ ଉଠିବେ ଅର୍ଥାତ୍ ବିରଜା ଡାକିଲେ ସବୁ ସଜାଗ ହୋଇଯିବେ।

Leave a Reply

Your email address will not be published. Required fields are marked *