କିଏ ହେବ ଆମ୍ବନିଙ୍କ ପରବର୍ତ୍ତୀ ଉତ୍ତରାଧିକାରୀ ? ଏନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମୁକେଶ ଅମ୍ବାନୀ ! ଜାଣନ୍ତୁ କଣ କହିଲେ !

ରିଲାଏନ୍ସ ଚେୟାର୍‌ମ୍ୟାନ ମୁକେଶ ଅମ୍ବାନୀ ଏବେ ଟେସଲାର ଏଲନ ମସ୍କ ଓ ଆମାଜନର ଜେଫ ବେଜୋସ୍‌ଙ୍କ ଧନୀ କ୍ଲବରେ ସାମିଲ୍ ହୋଇଛନ୍ତିନଲ । ମୁକେଶଙ୍କ ସମ୍ପତ୍ତି ଏବେ ୧୦୦.୬ ଅରବ ଡଲାର ହୋଇଛି । ବ୍ଲୁମବର୍ଗ ବିଲିନେୟର ଇଣ୍ଡେକ୍ସ ଜାରି କରିଥିବା ଏକ ରିପୋର୍ଟ ଏହି ସୂଚନା ଦିଆାଯାଇଚ । ରିପୋର୍ଟ ଅନୁସାରେ, ମୁକେଶ ଅମ୍ବାନୀ ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀଙ୍କ ତାଲିକାରେ ୧୧ ନମ୍ବର ସ୍ଥାନରେ ରହିଛନ୍ତି । ଚଳିତ ବର୍ଷ ତାଙ୍କ ସମ୍ପତ୍ତିରେ ୨୩.୮ ଅରବ ଡଲାର ବଦ୍ଧି ହୋଇଛି ।

ଅମ୍ବାନୀଙ୍କ ବ୍ୟବସାୟୀ ତିନୋଟି ପ୍ରମୁଖ ବ୍ୟବସାୟୀ ସେକ୍ଟର- ଟେଲିକମ୍, ରିଟେଲ ଓ ଏନର୍ଜୀରେ ରହିଛି । ମୁକେଶ ୨୦୨୦ ଜିଓର ୨୭ ପ୍ରତିଶତ ଅଂଶଧନ ବିକ୍ରି କରି ୨୭ ଅରବ ଡଲାର ସମ୍ପତ୍ତି ଠୁଳ କରିଥିଲେ । ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ । ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ପଛରେ ପଡ଼ି ଯାଇଛନ୍ତି । ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ବର୍ତ୍ତମାନ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇ ଯାଇଛନ୍ତି । ପ୍ରଥମ ଥର ପାଇଁ ତାଙ୍କୁ ଏହି ସଫଳତା ମିଳିଛି । ଧନୀ ତାଲିକା ଶୀର୍ଷରୁ ମୁକେଶ ଅମ୍ବାନୀଙ୍କୁ ହଟାଇ ସେ ଏହି ସଫଳତା ହାସଲ କରିଛନ୍ତି ।

ତେବେ ବର୍ତ୍ତମାନ୍ ପ୍ରଥମ ଥର ପାଇଁ ରିଲାଇନ୍ସ ଗ୍ରୁପ ଅଫ କମ୍ପାନୀଜର ଉତ୍ତରାଧିକାରୀ ଉପରେ ମୁହଁ ଖୋଲିଛନ୍ତି ମୁକେଶ ଅମ୍ବାନୀ । ରିଲାଇନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଉତ୍ତରାଧିକାରୀ ପ୍ରସଙ୍ଗରେ ଏକ ବିଶେଷ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି କି, ନେତୃତ୍ଵ ପାଇଁ ନୂତନ ପିଢି ପ୍ରସ୍ତୁତ । ଆକାଶ, ଇଶା ଓ ଅନନ୍ତ ଆମ ଅପେକ୍ଷା ଭଲ କାମ କରୁଛନ୍ତି ବୋଲି ସେ କହିଛନ୍ତି ।

ରିଲାଇନ୍ସର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀଙ୍କ ଜନ୍ମଦିନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଭାଷଣ ଦେଇଥିଲେ । ତେବେ ସେ ଆହୁରି ମଧ୍ୟ କହିଥିଲେ ଯେଯାହା ମୋ ବାପାଙ୍କର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଦଳାଇବା ଏବଂ ଭାରତର ବିକାଶରେ ଯୋଗଦାନ ଦେବା ପାଇଁ ଥିଲା

ତେବେ ଗ୍ରୁପ ପାଇଁ ଅମ୍ବାନୀ ତିନୋଟି ବଡ ଘୋଷଣା କରିଥିଲେ । ପ୍ରଥମଟି ହେଇଛି ପୂର୍ବ ଅପେକ୍ଷା ଉଜ୍ଜ୍ଵଳ ଭବିଷ୍ୟତ । କମ୍ପାନୀର ଭବିଷ୍ୟତ ନିହାତି ଭାବେ ଆହୁରି ଉଜ୍ଜ୍ଵଳ ଦେଖାଯାଉଛି ବୋଲି ଅମ୍ବାନୀ କହିଥିଲେ । ।ତେବେ ସୁସ୍ଥ ଏବଂ ସବୁଜ ଶକ୍ତି ଓ ସାମଗ୍ରୀରେ ବିଶ୍ଵସ୍ତରୀୟ ଅଗ୍ରଣୀ ହେବାକୁ ରିଲାଇନ୍ସ ପ୍ରସ୍ତୁତ ହେଉଛି । ତେବେ ଏହା ସହ ଅମ୍ବାନୀ କହିଥିଲେ କି, ରିଲାଇନ୍ସ ଇଣ୍ଡଷ୍ଟ୍ରିଙ୍କୁ ଆଗାମୀ ସ୍ତରକୁ ନେଇଯିବା ପାଇଁ ପରବର୍ତ୍ତୀ ପିଢି ହିଁ ସବୁଠୁ ବେଷ୍ଟ ଲିଡର ହେବେ ତେବେ ଦେଖିବାକୁ ରହିବା ।

Leave a Reply

Your email address will not be published. Required fields are marked *