ସାରା ବିଶ୍ବରେ ଟେକ୍ନୋଲୋଜିର ଶୀର୍ଷରେ ରହିବା ନେଇ ଦାବି କରୁଥିବା ଚୀନ୍ ତାର ରୂଢିବାଦି ପ୍ରଥା ଭାଙ୍ଗିବାରେ ଏପର୍ଯ୍ୟନ୍ତ ମଧ୍ୟ ବହୁ ପଛରେ ଅଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏଠାରେ ଅନେକ ପ୍ରକାର ଅଜବ ପ୍ରକାର ରୂଢିବାଦି ପରମ୍ପରା ଦେଖିବାକୁ ମିଳେ । ତେବେ ଚାଇନାରେ ବିବାହର ମଧ୍ୟ ଏପରି କିଛି ଅଜବ ପରମ୍ପରା ରହିଛି ଯାହାକୁ ଜାଣି ଯେ କେହିବି ଆଶ୍ଚର୍ଯ୍ୟ ହେବେ ।
ଯଦିଓ ବିବାହ ପ୍ରସଙ୍ଗରେ ବିଶ୍ୱର ସମସ୍ତ ଦେଶରେ ବିଭିନ୍ନ ପରମ୍ପରା ଦେଖାଯାଏ, କିନ୍ତୁ ଚୀନରେ ପ୍ରଚଳିତ ଏହି ରୀତିନୀତି ଏକ ରକ୍ଷଣଶୀଳ ମାନସିକତାକୁ ପ୍ରତିଫଳିତ କରେ । ତେବେ ବନ୍ଧୁଗଣ ବାହାଘର ହେଉଛି ଏକ ପବିତ୍ର ସମ୍ପର୍କ I ବିଶ୍ୱାସ ରହିଛି କି ଏହା ସ୍ଵର୍ଗରେ ହେଇଥାଏ I ଦୁଇଟି ଶରୀର ଦୁଇଟି ଆତ୍ମା ଗୋଟିଏ ସମ୍ପର୍କ ରେ ସାତ ଜନ୍ମ ପାଇଁ ବାନ୍ଧି ହେଇଥାନ୍ତି I ତେବେ ବିଶ୍ୱରେ ଏମିତି କିଛି ବାହାଘର ଅଛି ଯେଉଁଠି ବାହାଘର ପୂର୍ବରୁ କିଛି ରହସ୍ୟ ଘଟଣା ଘଟାଯାଇଥାଏ I
ଯାହା କି ଜାଣିଲେ ଆପଣ ଚକିତ ହେଇଯିବେ I ପିଲା ମାନଙ୍କର ଭବିଷ୍ୟତ ପାଇଁ ମା ବାପା ମାନେ ଚିନ୍ତାରେ ଥାଆନ୍ତି । ଆଉ ଚିନ୍ ଲୋକମାନେ ଏହି ଚିନ୍ତାକୁ ଗୋଟେ ଲେବେଲ୍ ଉପରେ ରଖିଛନ୍ତି । ଏଠି ଚୀନ୍ ର ସାଂଘାଇ ସହରରେ ବାହାଘର ପାଇଁ ଗୋଟେ ବଡ଼ ବଜାର ସଜା ଯାଇଛି । ଏବଂ ପ୍ରତି ଶନିବାର ସେଠାକୁ ମା ବାପାମାନେ ଯାଇ ନିଜ ପିଲା ମାନଙ୍କର ବାହାଘର ପାଇଁ ପୁଅ ଝିଅ ଖୋଜନ୍ତି ।
ତେବେ ଯଦି ଆପଣମାନେ ଜାଣିଥିବେ ତେବେ ୨୦୦୫ ମସିହାରେ ଚୀନ୍ ର ସାଂଘାଇ ସହରରେ ଥିବା ପିପୁଲ୍ସ ପାର୍କରେ ଗୋଟେ ବିଚିତ୍ର ବାହାଘର ପାଇଁ ବଜାର କରାଗଲା ଏବଂ ଏହି ବଜାରରେ ବାହାଘର ପାଇଁ ଜିନିଷ ନୁହେଁ ସେଠାରେ ପୁଅ ଝିଅ ମାନଙ୍କ ପାଇଁ ଜୀବନସାଥି ମିଳେ । ଏବେ ଏହି ବଜାର କେମିତି ଆରମ୍ଭ ହେଲା ସେ ବିଷୟରେ କଥା ହେବା ।
ଯେମିତି ବୟସ୍କ ଲୋକମାନେ ସାଙ୍ଗ ମେଳରେ ବସିଥିବା ବେଳେ ସେମାନେ ନିଜ ପୁଅ ଝିଅଙ୍କ ବାହାଘର ବିଷୟରେ କଥା ହୁଅନ୍ତି ଏମିତି କଥା ହେବା ବେଳେ କିଛି ଲୋକ ନିଜ ନିଜ ଭିତରେ ସମ୍ପର୍କ ଯୋଡ଼ି ନିଅନ୍ତି । ଏବଂ ସାଂଘାଇ ସହରର ସେଇ ପାର୍କରେ ପ୍ରଥମେ ସେମିତି ଚାଲିଥିଲା । କିନ୍ତୁ ୨୦୦୫ ମସିହାରେ ସେହି ପାର୍କକୁ ଏକ ନିର୍ଦ୍ଦିଷ୍ଟ ବଜାରରେ ନିର୍ମାଣ କରି ଦିଆଗଲା । ତାପରେ ଏବେ ପର୍ଯ୍ୟନ୍ତ ପ୍ରତି ଶନିବାର ସେଠାକୁ ଲୋକମାନେ ଆସନ୍ତି ଏବଂ ନିଜ ପିଲାମାନଙ୍କର ସମ୍ପୂର୍ଣ ବିବରଣୀ ସେଇ ଛତା ଉପରେ ଲଗାଇ ରଖି ଦେଇଥାନ୍ତି ।
ଯେଉଁଥିରେ ପିଲାର ନାମ, ବୟସ, ପାଠପଢ଼ା, ରୋଜଗାର, ଜାତି ଏବଂ ରାଶି ଏଭଳି ଅନ୍ୟସବୁ ଲେଖା ହୋଇଥାଏ । ଏହା ଦ୍ବାରା ଏମାନଙ୍କୁ ଯିଏ ପସନ୍ଦ କରନ୍ତି ସେମାନେ ସିଧାସଳଖ ଫୋନ ମାଧ୍ୟମରେ ଯୋଗାଯୋଗ କରନ୍ତି । ପ୍ରକୃତରେ ଏହା ଚୀନ୍ ର ବାହାଘର କରିବାର ପରମ୍ପରା ନାହିଁ । କାହିଁକି ନା ଏଠି କେବଳ ସେଇ ପୁଅ ଝିଅ ମାନଙ୍କର ଫଟୋ ଥାଏ ଯେଉଁ ମାନଙ୍କ ବୟସ ୨୫ ରୁ ୩୫ ବର୍ଷରୁ ଅଧିକ ହୋଇଥାଏ । ଏବଂ ଏଠାରେ ଝିଅ ମାନଙ୍କ ଅପେକ୍ଷା ପୁଅ ମାନଙ୍କ ପାଇଁ ଝିଅ ଅଧିକ ଖୋଜା ହୋଇଥାଏ ।