ମାଳିକାର ବଡ ଚେତାବନୀ ! 2022 ର ଦ୍ଵାରରେ ଠିଆ ହୋଇଛି ଯମ,ଘଟିବ କଳିଯୁଗର ଏହି ଶେଷ ଲକ୍ଷଣ..ଦେଖନ୍ତୁ କଣ କଣ ସବୁ ଘଟିବ ?

ଯଦି ଆପଣମାନେ ଆମର ପୁରାଣ ଶାସ୍ତ୍ର ଓ ବହୁ ଜ୍ଞାନୀ ଗୁଣି ବ୍ୟକ୍ତିଙ୍କର ଭବିଷ୍ୟ ବାଣୀକୁ ଦେଖିବେ ତେବେ ନିଶ୍ଚିତ ରୂପରେ ଆପଣମାନେ ଜାଣିପାରିବେକି ସେମାନେ ତାଙ୍କର ଜ୍ଞାନ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଯାହାବି କିଛି ଭବିଷ୍ୟ ବାଣୀ ଦେଇଥିଲେ ତାହା ଧୀରେ ଧୀରେ ସମୟ ଚକ୍ରରେ ସତ ହେବା ପାଇଁ ଯାଉଛି। ତେବେ ଏହି ପୂର୍ବ ପୁରୁଷଙ୍କର ବାଣୀ ମଧ୍ୟରୁ ଆଶ୍ଚୟତନନ୍ଦଙ୍କର ମାଳିକା ଵଚନ ଅନ୍ୟତମ ଅଟେ।

ବର୍ତ୍ତମାନ ଦେଖାଯାଉଛିକି ଆଶ୍ଚୟତନନ୍ଦ ତାଙ୍କର ମାଳିକାରେ ଯାହା କିଛି ଭବିଷ୍ୟ ବାଣୀ କରିଥିଲେ ତାହା ବର୍ତ୍ତମାନ ସତରେ ପ୍ରକାଶିତ ହେବାକୁ ଯାଉଛି। ଏହାର ବଡ଼ ଉଦାହରଣ ହେଉଛିକି ବର୍ତ୍ତମାନ ସମୟର ମାରାତ୍ମକ କରୋନା। ଯାହାକି ୨୦୧୯ ମସିହାର ଶେଷ ଏବଂ ୨୦୨୦ ରୁ ଆରମ୍ଭ ହୋଇଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ ଥମିବାର ନାମ ନେଉ ନାହିଁ।ଯାହା ବିଷୟରେ ମାଳିକାରେ ପୂର୍ବରୁ ବର୍ଣ୍ଣିତ ହୋଇଥିଲା।

ତେବେ ଏହି ମାଳିକାର ପ୍ରବର୍ତକମାନେ ମାଳିକାକୁ ବିବେଚିତ କରିଛନ୍ତି ,ତେବେ ଏହି ଯୁଗର ଶେଷକୁ ନେଇ ଏମିତି କିଛି ଭବିଷ୍ୟତ ବାଣୀ କରିଛନ୍ତି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ମାଳିକାରେ ଲେଖାଯାଇଛିକି, ଭଗବାନ ଶ୍ରୀ ଜଗନ୍ନାଥ ପୁରୀ ବଡ଼ଦାଣ୍ଡ ଛାଡି ଛତିଆମଠକୁ ଯିବେ। କରୋନା କଣ ଏହା ଠାରୁ ଆହୁରି ୬୪ଟି ଏହିପରି ମାରାତ୍ମକ ରୋଗ ଆସିବ ଯାହା ଆଗରେ ଡାକ୍ତର ଓ ବିଶେଷଜ୍ଞମାନେ ହାର ମାନିଯିବେ। ଆଉ ଲୋକମାନେ ପୋକ ମାଛି ପରି ମୃତ୍ୟୁବରଣ କରିବେ।

ତେବେ ମାଳିକାରେ ଏହା ମଧ୍ୟ ଲେଖାଯାଇଛିକି, ଏହି ଯୁଗର ଶେଷ ସମୟ ବେଳକୁ ପ୍ରାୟ ମୁମ୍ବାଇ, କଲିକତା ପରି ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ। ସାତ ଦିନ ସାତ ରାତି ଅନ୍ଧାର ହେବ, ଭଗବାନ ଶ୍ରୀକୃଷ୍ଣ ନିଜେ କଳକୀ ଅବତାର ନେଇ ଏହି ଧରାପୃଷ୍ଠରେ ପାଦ ଦେବେ ଆଉ ପାପୀଙ୍କର ସଂହାର କରିବେ। ଦେଖୁ ଦେଖୁ ବାପା ମାଙ୍କ ସାମ୍ନାରେ ପିଲା ନିଜର ଜୀବନ ହରାଇବେ। ବାଇଶି ପାହାଚରେ ଖେଳିବ ମୀନ।

କେବଳ ଏତିକି ନୁହେଁ ବରଂ ମହାପୁରୁଷମାନେ ଏହା ମଧ୍ୟ କହି ଯାଇଛନ୍ତିକି, କଳିଯୁଗ ଶେଷ ହେବାକୁ ଯାଉଛି। ୨୦୩୦ ମସିହା ବେଳକୁ ଏହାର ପ୍ରଭାବ ଆମ ସମାଜ ଉପରେ ମଧ୍ୟ ଦେଖାଯିବ। କେହି କାହାକୁ ମାନିବେ ନାହିଁ, ସମସ୍ତେ ନିଜ ନିଜକୁ ବଡ଼ ବୋଲି ମନେ କରିବେ। ଏହିପରି ଭାବରେ ଏହି ଯୁଗର ଅନ୍ତ ହୋଇଯିବ। ନିଜର କ୍ଷତି ବ୍ୟକ୍ତି ନିଜେ ହିଁ କରିବେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମାଳିକାରେ ଯାହାବି କିଛି କୁହାଯାଇଛି ତାହା ସବୁ ସତ ହେଉଛି, ତେଣୁ ଏହା ମଧ୍ୟ ସତ୍ୟ ହେବାର ସମ୍ଭାବନା ଅଛି। ତେବେ ଦେଖଯାଉ ଭବିଷ୍ୟତରେ କଣ କଣ ସବୁ ଘଟୁଛି।

Leave a Reply

Your email address will not be published. Required fields are marked *