ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ହ୍ରାସ ବୃଦ୍ଧି ଆମର ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ସେଥିପାଇଁ ଆମର ନଜର ପ୍ରତିଦିନ ଏହାର ମୂଲ୍ୟ ଉପରେ ଥାଏ । ତେବେ ହଠାତ୍ କମିଯାଇଛି ପେଟ୍ରୋଲ ଓ ଡିଜେଲ୍ ଦର । ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟରେ ଏସବୁ ଯୋଡିବା ପରେ ଖୁଚୁରା ମୂଲ୍ୟ ସାମ୍ନାକୁ ଆସେ । ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ବା ଏକ୍ସାଇଜ୍ ଡ୍ୟୁଟି ଆଦାୟ କରନ୍ତି ଯାହା ସମଗ୍ର ଦେଶରେ ସମାନ ଅଟେ । ରାଜ୍ୟ ସରକାର ଭ୍ୟାଟ୍ ଆଦାୟ କରନ୍ତି । ରାଜ୍ୟଗୁଡ଼ିକରେ ଅଲଗା ଅଲଗା ଭ୍ୟାଟ୍ କାରଣରୁ ବିଭିନ୍ନ ରାଜ୍ୟ ଓ ସହରରେ ପେଟ୍ରୋଲ ଓ ଡିଜେଲର ଭିନ୍ନ ଦର ରହିଥାଏ ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ଆଦାୟ କରୁଛନ୍ତି । ତେବେ ଦିନକୁ ଦିନ ତୈଳ ଦର ଏପରି ବୃଦ୍ଧି ପାଉଛି ଯେ ଗ୍ରାହକଙ୍କ ଠାରେ ବଡ଼ ଅସନ୍ତୋଷ ଦେଖିବାକୁ ମିଳୁଛି । କିନ୍ତୁ ପୁଣି ଏକ ଖୁସି ଖବର । ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର । କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ଦର ଉପରୁ ଭ୍ୟାଟ୍ ହ୍ରାସ ହେବା ପରେ ଏବେ ବିଭିନ୍ନ ରାଜ୍ୟ ପକ୍ଷରୁ ଭ୍ୟାଟ୍ ହ୍ରାସ ପ୍ରକ୍ରିୟା ଜାରି ରଖିଛନ୍ତି ।
ଏହି କ୍ରମରେ ଆଜି ପେଟ୍ରୋଲ ଏବଂ ଡିଜେଲ ଉପରୁ ଭ୍ୟାଟ୍ ହ୍ରାସ ହୋଇଛି । ତେବେ ସୂଚନା ଅନୁସାରେ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୨୫ ଟଙ୍କା ହ୍ରାସ କରିବାକୁ ନେଇ ଏବେ ଘୋଷଣା ହୋଇଛି ।
ଦୁଇ ଚକିଆ ଯାନଧାରୀ ଙ୍କ ପାଇଁ ବହୁତ ବଡ଼ ଖୁସି ଖବର।ତେଲ ଲିଟର ପିଛା କମିଲା ୨୫ ଟଙ୍କା।ଟ୍ୱିଟ କରି ସୂଚନା ଦେଲେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ।ଦିନକୁ ଦିନ ମହଙ୍ଗା ହେଉଥିବା ପେଟ୍ରୋଲକୁ ନେଇ ଜନ ସାଧାରଣ ଙ୍କ ପାଇଁ ଆସିଛି ଆସ୍ୱସ୍ତି ଜନକ ଖବର।ଏଣିକି ଝାଡ଼ଖଣ୍ଡ ରେ ପେଟ୍ରୋଲ ର ଲିଟର ପିଛା ପଚିଶ ଟଙ୍କା।ଏ ନେଇ ଝାଡ଼ଖଣ୍ଡ ର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଟ୍ୱିଟ କରି ସୂଚନା ଦେଇଛନ୍ତି।
ତେବେ ଏହି ପେଟ୍ରୋଲ ଏବଂ ଡିଜେଲ୍ ମିଳିବା ନେଇ ଜାନୁଆରୀ ୨୬ରୁ ଏହା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦ୍ଵାରା ଘୋଷଣା ହୋଇଛି। କେନ୍ଦ୍ର ସରକାର ଭ୍ୟାଟ୍ କମାଇବା ପରେ ବିଜେପି ଶାସିତ ରାଜ୍ୟ ମାନଙ୍କ ରେ ତୈଳ ଦର ଉପରୁ ତୁରନ୍ତ ଭ୍ୟାଟ୍ ହ୍ରାସ କରାଯାଇଥିଲା।
ତେବେ ଝାଡଖଣ୍ଡ ସରକାରଙ୍କ ଏହି ବଡ ନିଷ୍ପତ୍ତି ପରେ ଏବେ ସାଧାରଣ ଜନତା ଏହାକୁ ନେଇ ଖୁସି ଅଛନ୍ତି । ତେବେ ଏହି ପେଟ୍ରୋଲ ଟଙ୍କା ହ୍ରାସ ଦୁଇ ଚକିଆ ଯାନଧାରୀଙ୍କ ପାଇଁ ଉପଲବ୍ଧି ଥିବା ବେଳେ ଏହା କେବଳ ବିପିଏଲ ଧାରୀଙ୍କ ପାଇଁ ଉପଲବ୍ଧ ଅଟେ।ତେବେ ସରକାରଙ୍କ ଏହିଭଳି ଏକ ନିଷ୍ପତ୍ତିକୁ ନେଇ ଏବେ ଆସୋସିଏସନ ପକ୍ଷରୁ ସ୍ଵାଗତ କରା ଯାଇଥିବା ବେଳେ ବିପିଏଲ୍ କାର୍ଡଧାରୀଙ୍କ ପାଇଁ ନିଶ୍ଚିତ ଭାବରେ ଏହା ଏକ ଖୁସି ଖବର । ଝାଡ଼ଖଣ୍ଡ ସରକାରଙ୍କ ଏପରି ଘୋଷନା ଜାନୁଆରୀ ୨୬ରୁ ଲାଗୁ ହେବାକୁ ଯାଉଛି । ତେବେ କମ୍ ପଇସାରେ ତେଲ ମିନିଲେ ଜନତା ଉପକୃତ ହେବେ ।