ନୂଆବର୍ଷରେ ଖାଇବା ଠାରୁ ଆରମ୍ଭ କରିକି ଗାଡି ଚଢିବା ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା ! ସିଧାସଳଖ ପ୍ରଭାବ ପଡିବ ଆପଣଙ୍କ ପକେଟ ଉପରେ !

ନୂତନବର୍ଷ ଏକ ନୂତନ ଭାବେ ଆରମ୍ଭ ହୋଇଥାଏ ଯାହା ଲୋକଙ୍କ ଜୀବନରେ ଆନନ୍ଦ ଓ ଖୁସି ନେଇ ଆସିଥାଏ । ପୁରୁଣା ବର୍ଷର ସମସ୍ତ କିଛି ଭୁଲି , ବାଣ ରୋଷଣୀ ଫୁଟାଇ ନୂତନ ବର୍ଷର ଆଗମନ କରାଇଥାନ୍ତି ସମସ୍ତେ । ଏହି ନୂତନ ବର୍ଷକୁ ଅନେକ ନାନା ପ୍ରକାର ଭାବେ ଏଞ୍ଜୟ୍ କରନ୍ତି । କହିବାକୁ ଗଲେ ଆମେ ଓଡ଼ିଆ ମାନଙ୍କ ନୂତନ ବର୍ଷା ହେଉଛି ପଣା ସଂକ୍ରାନ୍ତି ।

ସେହିଦିନ ସକାଳୁ ଉଠି ସୂର୍ଯ୍ୟଦୋୟକୁ ଉପଭୋଗ କରିବା ସହିତ ନୂତନ ବର୍ଷକୁ ଉପଭଗ ମଧ୍ୟ କରନ୍ତି । ଅନେକ ଲୋକ ଅନେକ ଜିନିଷ କିଣା କିଣି କରିଥାନ୍ତି । ତେବେ ଆସନ୍ତା ଦୁଇ ଦିନ ରେ ୨୦୨୨ ମସିହା ଆସୁଅଛି । ଏହି ବର୍ଷ ଟି କିପରି ଭଲ ରେ ଯିବ ତାହା ସମସ୍ତେ ଚାହୁଁଛନ୍ତି । ବିଗତ ଦୁଇ ବର୍ଷ ସାରା ପୃଥିବୀ ବାସିଙ୍କ ଜୀବନରେ କେବଳ କରନାରେ ଉବୁଡୁବୁ ରହିଲା । ଆସନ୍ତା ବର୍ଷଟି ସମସ୍ତଙ୍କ ପାଇଁ କିପରି ଭଲରେ କଟିବ ତାହା ସମସ୍ତେ ଇଚ୍ଛା କରିଥାନ୍ତି ।

ତେବେ ନୂଆବର୍ଷରୁ ଖାଇବାଠୁ ନେଇ ଗାଡି ଚଢିବା ଯାଏଁ ସବୁକିଛି ହେବ ମହଙ୍ଗା । ନୂଆବର୍ଷ ଠାରୁ ଦେଶରେ ଅନେକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଜାନୁୟାରୀ ୧ ଠାରୁ ରେଡିମେଡ ଗାରମେଣ୍ଟରେ ଜିଏସଟି ଦର ୫% ରୁ ବୃଦ୍ଧି ପାଇ ୧୨% ହୋଇଯିବ । ଯଦି ଅନଲାଇନ ଖାଦ୍ଯ ମଗାଇବେ ତେବେ ମଧ୍ୟ ଆପଣଙ୍କ ପକେଟ ଉପରେ ପ୍ରଭାବ ପଡିବ । ଫୁଡ୍ ଡେଲିଭେରି ଆପ୍ପରେ ମଧ୍ୟ ୫% ଜିଏସଟି ଲଗାଯିବ । ତେବେ ଏହି ଜିଏସଟି ଗ୍ରାହକ ନଦେଲେ ମଧ୍ୟ ଦୋକାନୀ ଦେବେ ।

ଯାହା ଫଳରେ ଖାଇବା ଜିନିଷର ଦାମ ବଢ଼ାଇବାକୁ ପଡ଼ିବ । ଦୋକାନୀ ବା ହୋଟେଲ ମାଲିକ ଗ୍ରାହକଙ୍କ ଠାରୁ ଟଙ୍କା ଆଦାୟ କରିପାରନ୍ତି । ଏଟିଏମରୁ ଟଙ୍କା କାଢିବା ଏବଂ ଟଙ୍କା ଭର୍ତ୍ତି ମେସିନରେ ଟଙ୍କା ଜମା କରିବା ହେବ ମହଙ୍ଗା । ମାଗଣା ଟଙ୍କା ଉଠାଣ ପରେ ଯଦି ଆପଣ ଟଙ୍କା ଉଠାନ୍ତି ତେବେ ପୂର୍ବାପେକ୍ଷା ଅଧିକ ଦେୟ ଦେବାକୁ ହେବ । ନୂଆବର୍ଷ ପହିଲାରୁ ଏହି କାରବାର ପିଛା ୨୦ଟଙ୍କା ବଦଳରେ ୨୧ଟଙ୍କା ଦେବାକୁ ପଡିବ

ତେବେ ଅନଲାଇନ ଆପ ଜରିଆରେ କ୍ୟାବ ବୁକ୍ କରି ଯାତ୍ରା କଲେ ଯେତିକି ଟଙ୍କା ଦେଉଥିଲେ ଏବେ ତାହାଠାରୁ ଅଧିକ ଟଙ୍କା ଦେବାକୁ ହେବ । କେନ୍ଦ୍ର ସରକାରଙ୍କ ଜିଏସଟି କାଉନ୍ସିଲ ବୈଠକରେ ଆପ୍ ବେସଡ୍ କ୍ୟାବ ସର୍ଭିସକୁ ଜିଏସଟି ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ରହିଛି । ସେହିପରି ସେଭିଙ୍ଗ୍ସ ଆକାଉଣ୍ଟରେ ଗୋଟିଏ ମାସରେ ୧୦ହଜାର ଟଙ୍କା ଜମା କରିବା ପାଇଁ କୌଣସି ଦେୟ ଲାଗିବ ନାହିଁ ।

ଲିମିଟ ଠାରୁ ଅତିରିକ୍ତ ଟଙ୍କା ଜମା କରିବା ପାଇଁ ଗ୍ରାହକଙ୍କ ଠାରୁ ଅତିରିକ୍ତ ଦେୟ ଆଦାୟ କରାଯିବ । ତେବେ ଏପରି ଭାବେ ନୂତନ ବର୍ଷାଠୁ ସମସ୍ତ ଜିନିଷରେ ଜିଏଷ୍ଟି ଲାଗୁ କରାଯାଇଛି । ତେଣୁ ଗ୍ରାହକଙ୍କ ପକେଟରେ ନିହାତି ଭାବେ ପ୍ରଭାବ ପଡ଼ିବ ।

Leave a Reply

Your email address will not be published. Required fields are marked *