ଏହିସବୁ ଲକ୍ଷଣରୁ ଜାଣନ୍ତୁ ଶରୀର ପାଇଁ କେଉଁ କେଉଁ ଭିଟାମିନର ଅଭାବ ରହିଛି ଏବଂ ଏହାର ନିରାକରଣ କିପରି କରିବେ…

ଶରୀରକୁ ସୁସ୍ଥ ରଖୁବା ପାଇଁ ହେଲେ ଆମକୁ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ବର ଆବଶ୍ୟକତା ଅଛି। ଏଥିରେ ଭିଟାମିନର ଭୂମିକା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ, ଶରୀରର ପ୍ରତ୍ୟେକ ଭାଗ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଭିଟାମିନର ଆବଶ୍ୟକତା ହୋଇଥାଏ। ଯାହା ଆମକୁ ଖାଦ୍ୟରୁ ହିଁ ମିଳିଥାଏ, କିଛି କିଛି ଭିଟାମିନର ଅଭାବ ହେଲେ ଆମେ ରୋଗରେ ପଡିଥାଉ। ତେବେ ଏମିତି କିଛି ଲକ୍ଷଣ ରହିଛି, ଯାହାକୁ ଲକ୍ଷ୍ୟ କରିଲେ ଆପଣ ସହଜରେ ଆପଣଙ୍କ ଶରୀରରେ କେଉଁ କେଉଁ ଭିଟାମିନର ଅଭାବ ରହିଛି ଜାଣିପାରିବେ। ଆସନ୍ତୁ ଜାଣିବା ସେହି ସବୁ ଲକ୍ଷଣ ବିଷୟରେ।

୧। ନିଦ ନହେବା:-

ଯଦି ଆପଣଙ୍କୁ ବିଛଣାକୁ ଗଲାପରେ ଯଦି ଆପଣଙ୍କୁ ନିଦ ହେଉନାହିଁ, ତେବେ ଆପଣଙ୍କର ଶରୀରରେ ପଟାସିୟମ କମଥାଇପାରେ। ପଟାସିୟମର ଅଭାବ ଦୂର କରିବା ପାଇଁ ଆପଣ କଦଳୀ, ପଇଡ ପାଣି ଓ ବିଟର ସେବନ କରିପାରିବେ।

୨। ଅଧିକ ଥଣ୍ଡା ଜିନିଷ ଖାଇବା ପାଇଁ ଇଚ୍ଛା ହେବା:-

ଯଦି ଆପଣଙ୍କୁ ଅଧିକ ବରଫ ବା ଥଣ୍ଡା ଜିନିଷ ଖାଇବା ପାଇଁ ଇଚ୍ଛା ହେଉଛି, ତେବେ ଆପଣଙ୍କର ଶରୀରରେ ଆଇରନ ବା ଲୌହ କମିଯାଇଥାଇ ପାରେ ଏଥିପାଇଁ ଆପଣ କିସମିସ, ମୁଗ ଓ ଚଣା ଖାଆନ୍ତୁ।

୩। ମାଢିରୁ ରକ୍ତ ପଢ଼ିବା:-

ଦାନ୍ତ ମାଢିରୁ ରକ୍ତ ବାହାରିବା ଅନେକ ଅସୁବିଧାର ଲକ୍ଷଣ ମଧ୍ୟ ହୋଇଥାଏ, କିନ୍ତୁ ଏହାର କ୍ରମିକ ସୂଚନା ହେଲା ଆପଣଙ୍କ ଶରୀରରେ ଭିଟାମିନ ସି ର ଅଭାବ। ଏଥିପାଇଁ ଆପଣ ଖଟା ଫଳ ଯେମିତିକି କମଳା, ମୌସୁମୀ, କାଗେଜି ଲେମ୍ବୁ ଆଦି ଖାନ୍ତୁ।

୪। ଓଠ ଫାଟିବା:-

ଆଇରନ, ଜିଙ୍କ ଓ ଭିଟାମିନ B12 ର ଅଭାବ ଯୋଗୁଁ ଓଠର ଧାର ଗୁଡିକ ଫାଟିଯାଏ। ସେଥିପାଇଁ ଆପଣଙ୍କର ଖାଦ୍ୟ ମେନୁରେ ବନ୍ଧାକୋବି, ଚିନାବାଦାମ ଓ ଭିନ୍ନ ଭିନ୍ନ ପ୍ରକାର ଡାଲି ସାମିଲ କରନ୍ତୁ।

୫। ଚେହେରା ଖରାପ ହେବା:-

ଭିଟାମିନ ଏ ଓ ଭିଟାମିନ ସି ଅଭାବରୁ ଚେହେରା ଖରାପ ହେବାକୁ ଲାଗେ, ତ୍ବଚା ରୁକ୍ଷ ହୋଇଯାଏ। ଯଦି ଆପଣଙ୍କ ତ୍ବାଚାରେ ଏଭଳି ସମସ୍ୟା ଦେଖାଯାଉଅଛି, ତେବେ ଖାଦ୍ୟରେ ସିଝା ଅଣ୍ଡା ,ବନ୍ଧାକୋବି, ବାଦାମ, କମଳା ଓ କଦଳୀ ଆଦି ସାମିଲ କରନ୍ତୁ।

୬। ହାତଗୋଡ ଥଣ୍ଡା ହେବା:-

ଭିଟାମିନ B6, B9 ଓ B12 ଅଭାବ ହେଲେ ଆମ ସ୍ନାୟୁ ଗୁଡିକ ଉପରେ ପ୍ରଭାବ ପଡିଥାଏ। ଫଳରେ ଆମ ହାତ ଗୋଡ ସବୁ ଥଣ୍ଡା ହୋଇଯାଏ। ଏଭଳି ସମସ୍ୟା ଦେଖାଦେଲେ ପାଳଙ୍ଗ, ଅଣ୍ଡା, ବିନସ ଓ ବିଟ ଖାନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ମଧ୍ୟ ଥାଏ।

Leave a Reply

Your email address will not be published. Required fields are marked *