ଭାରତୀୟ ଯୁବକଙ୍କୁ ଭଲପାଇ ବସିଲେ ତୁର୍କୀର ଜଣେ ଯୁବତୀ, ୫୦୦୦ କିମି ଦୂରରୁ ଆସିଲେ ବାହାହେବା ପାଇଁ !

ତୁର୍କୀର ଜଣେ ଯୁବତୀ ଆନ୍ଧ୍ରପ୍ରଦେଶର ଯୁବକଙ୍କୁ ଭଲପାଇ ବସିଲେ । ଯାହା ପରେ ସେହି ଯୁବତୀ ହଜାର ହଜାର କିଲୋମିଟର ଦୂରତା ଅତିକ୍ରମ କରି ଭାରତ ଆସିଲେ ଏବଂ ତାପରେ ଯୁବକଙ୍କ ସହିତ ବିବାହ କଲେ । ତେବେ ଦୁହେଁ 2 ବର୍ଷ ପୂର୍ବରୁ ନିର୍ବନ୍ଧ କରିସାରିଥିଲେ, କିନ୍ତୁ ପରିବାରର ଅନୁମତି କୁ ଅପେକ୍ଷା କରି ରହିଥିଲେ । ଦୁଇ ପରିବାର ଅନୁମତି ଦେବା ମାତ୍ରେ ହିଁ ସେମାନେ ବିବାହ କଲେ । ଆସନ୍ତୁ ଜାଣିବା ଏହି ଲଭ ଷ୍ଟୋରି ବିଷୟରେ…

ବାସ୍ତବରେ ଆନ୍ଧ୍ର ପ୍ରଦେଶର ଗୁନ୍ତୁରରେ ରହୁଥିବା ମଧୁ ସଙ୍କିରଥଙ୍କର 2016 ମସିହାରେ ତୁର୍କୀର ଗିଯେମଙ୍କ ସହିତ ଦେଖା ହୋଇଥିଲା । ଦୁହେଁ କୌଣସି ଏକ କାମରେ ଭେଟ ହୋଇଥିଲେ, କିନ୍ତୁ ଧୀରେ ଧୀରେ ବନ୍ଧୁ ହୋଇଗଲେ ।

ଏହାମଧ୍ୟରେ ସଙ୍କିରଥ କାମ ପାଇଁ ତୁର୍କୀ ଚାଲିଗଲେ । ସେଠାରେ ତାଙ୍କର ସେହି ବନ୍ଧୁତା ପ୍ରେମରେ ବଦଳିଗଲା । ତୁର୍କୀ ରେ ଗିଯେମ ସଙ୍କିରଥଙ୍କୁ ବହୁତ୍ ସାହାଯ୍ୟ କଲେ ଏବଂ ଦୁହିଁଙ୍କ ପ୍ରେମ ସମ୍ପର୍କ ବଢ଼ିବାରେ ଲାଗିଲା । ଏପରି ପରିସ୍ଥିତିରେ ସଙ୍କିରଥ ଏବଂ ଗିଯେମ ନିଜ ବନ୍ଧୂତାକୁ ପରବର୍ତ୍ତୀ ସ୍ତରକୁ ନେବାପାଇଁ ନିଷ୍ପତ୍ତି ନେଲେ ।

ପରିବାର ଲୋକେ ପ୍ରଥମେ ବିବାହ ବିରୋଧରେ ଥିଲେ :-

କପଲ୍ ଯେତେବେଳେ ବିବାହ ପାଇଁ ନିଜ ପରିବାରକୁ କହିଲେ, ସେତେବେଳେ ପରିବାର ଏହାକୁ ଗ୍ରହଣ କରିନଥିଲେ । ଦୁଇ ପରିବାର ଏହି ବିବାହ ବିରୋଧରେ ଥିଲେ । କିନ୍ତୁ ପରେ ଉଭୟଙ୍କ ବାପାମାଆ ଅନୁମତି ଦେଲେ ଏବଂ 2019 ମସିହାରେ ସେମାନେ ନିର୍ବନ୍ଧ କରିଥିଲେ

ସଙ୍କିରଥ ଏବଂ ଗିଯେମ 2019 ମସିହାରେ ନିର୍ବନ୍ଧ କରିବାପରେ 2020ରେ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ଏହି ସମୟରେ କରୋନା ମହାମାରୀ ଆସିଲା ଏବଂ ଅନେକ ନିୟମାବଳୀ ଲାଗୁ ହେବାରୁ ସେମାନଙ୍କ ପ୍ଲାନ୍ ଫେଲ୍ ହେଇଗଲା । ତେବେ ଏହି ବର୍ଷ ଜୁଲାଇରେ ଯେତେବେଳେ କରୋନା ମହାମାରୀ ଟିକେ କମିଗଲା, ସେତେବେଳେ ସେମାନେ ପ୍ରଥମେ ତୁର୍କରେ ବିବାହ କଲେ ।

ଏହାପରେ ବର୍ତ୍ତମାନ ମଙ୍ଗଳବାର ଦିନ ସଙ୍କିରଥ ଏବଂ ଗିଯେମ ଗୁନ୍ତୁର ରେ ପାରମ୍ପରିକ ତେଲୁଗୁ ରୀତିନୀତି ଅନୁସାରେ ମଧ୍ୟ ବିବାହ କଲେ । ଦୁହିଁଙ୍କ ବିବାହ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଲୋକ ” ବିଦେଶୀ ବୋହୂ ଏବଂ ଦେଶୀ ବର”କୁ ଆଶୀର୍ବାଦ ଦେବାପାଇଁ ପହଞ୍ଚୁଛନ୍ତି ।

Leave a Reply

Your email address will not be published. Required fields are marked *