ପ୍ରଥମେ ରାଜି ଥିଲେ,ଆଉ ତା ପରେ ସମ୍ବନ୍ଧ ରଖିବାକୁ ମନା କରିଦେଲା ସ୍ତ୍ରୀ,ଆଉ ତା ପରେ ସ୍ତ୍ରୀଙ୍କ ଜୀବନ ନେଇଗଲା ସ୍ୱାମୀ ! ଜାଣନ୍ତୁ ପୁରା ଘଟଣା !

ପ୍ରଥମେ ସମ୍ମତି ଦେଇଥିଲେ ପତ୍ନୀ, କିନ୍ତୁ ଏହା ପରେ Viagra ନେଇଥିଲେ ପୁରୁଷ ଜଣଙ୍କ | ତା’ପରେ ହଠାତ୍ ସମ୍ପର୍କ ରଖିବାକୁ ମନା କରିଦେଲେ ପତ୍ନୀ|

ଇଟାଲୀରେ ଜଣେ 80 ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର 61 ବର୍ଷିୟା ପତ୍ନୀଙ୍କୁ ଛୁରୀ ମାରି (Husband Killed Wife) ହତ୍ୟା କରିଥିଲେ | ପୁରୁଷ ଜଣକ ଯୌନ ସମ୍ପର୍କ ରଖିବା ପୂର୍ବରୁ ଭାୟଗ୍ରା (Viagra) ନେଇଥିଲେ, କିନ୍ତୁ ଏହା ପରେ ପତ୍ନୀ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ | ପୁରୁଷ ଜଣଙ୍କ ଏଥିରେ ରାଗିଯାଇ ତାଙ୍କ ନିଜ ପତ୍ନୀଙ୍କ ଜୀବନ ନେଇ ଯାଇଥିଲେ ।

‘ଡେଲି ମେଲ’ର ରିପୋର୍ଟ ଅନୁଯାୟୀ, ହତ୍ୟା ମାମଲାରେ ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି (Vito Cangini) ଭିଟୋ କାଙ୍ଗିନି। ଖ୍ରୀଷ୍ଟମାସ ଦିନ ତାଙ୍କ ପତ୍ନୀ ନାତାଲିଆ କିରିଚୋକ (Natalia Kyrychok) ତାଙ୍କ ସହ ସମ୍ପର୍କ ରଖିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ଭିଟୋ ଭାୟାଗ୍ରା ନେବା ପରେ ହଠାତ୍ ପତ୍ନୀ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ |

ସମ୍ପର୍କ ରଖିବାକୁ ମନା କରିବାରୁ କରିଥିଲେ ହତ୍ୟା

ଏହି ବିଷୟରେ ଭିଟୋ ଏବଂ ନାଟାଲିଆଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା | ତାଙ୍କ ପତ୍ନୀଙ୍କ ଠାରୁ ପ୍ରାୟ 20 ବର୍ଷ ବଡ ଭିଟୋ ତାଙ୍କ ପତ୍ନୀ ଙ୍କୁ ତାଙ୍କ ମାଲିକଙ୍କ ନିକଟତର ହେବାର ଅଭିଯୋଗ କରିଥିଲେ। ତା’ପରେ ଏମିତି କଥା କଥାରେ ଝଗଡା ଏତେ ବଢ଼ିଗଲା ଯେ ଭିଟୋ ଏକ ଛୁରୀରେ ନାଟାଲିଆଙ୍କୁ ହତ୍ୟା କରି ଦେଇଥିଲେ |

ହତ୍ୟା କରିବା ପରେ ବେଡ଼ ଉପରେ ଯାଇ ଶୋଇପଡିଲେ

ରିପୋର୍ଟ ଅନୁଯାୟୀ, ଭିଟୋ ଛୁରାମାଡ଼ କରିବା ପରେ ତାଙ୍କ ପତ୍ନୀଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ଚଟାଣରେ ଛାଡି ଦେଇ ସେ ଶୋଇବା ଘରକୁ ଯାଇ ଶୋଇପଡ଼ିଥିଲେ । ପରଦିନ ସକାଳେ ଉଠିବା ପରେ ସେ ସବୁଦିନ ପରି ଜଳଖିଆ ଖାଇଲେ , ତାପରେ କୁକୁରକୁ ବୁଲେଇବାକୁ ନେଇ ଯାଇଥିଲେ ଏବଂ ଏହା ପରେ ନିଜ ଘରକୁ ଫେରି ନିଜର କାମ କରିଥିଲେ , ଏମିତି ଅଭିନୟ କରୁଥିଲେ ଯେମିତି କିଛି ହେଇ ହିଁ ନାହିଁ

ଅପରାହ୍ନରେ ସେ ରେଷ୍ଟୁରାଣ୍ଟକୁ କଲ କରିଥିଲେ ଯେଉଁଠାରେ ତାଙ୍କ ପତ୍ନୀ ଦୁଇ ବର୍ଷ ଧରି ରୋଷେୟା ଭାବରେ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ମାଲିକଙ୍କୁ କହିଥିଲେ ଯେ ସେ ଆଉ କେବେ ନାଟାଲିଆଙ୍କୁ ଦେଖିବେ ପାରିବେ ନାହିଁ | ଭିଟୋ ତାଙ୍କ ପତ୍ନୀଙ୍କ ବସ୍ କୁ କହିଥିଲେ କି – ମୁଁ ଜାଣେ ତୁମ ଦୁହିଁଙ୍କ ମଧ୍ୟରେ କିଛି ଚାଲିଛି |

ଏହା ପରେ ରେଷ୍ଟୁରାଣ୍ଟ ମାଲିକ ପୋଲିସକୁ ଡାକି ଭିଟୋଙ୍କ ଘରେ ଖୋଜାଖୋଜି କରିଥିଲେ। ପୋଲିସ ଘରୁ ନାତାଲିଆଙ୍କ ମୃତଦେହ ଜବତ କରାଗଲା । ତାଙ୍କ ଦେହରେ ଅନେକ କ୍ଷତ ଥିଲା | ବର୍ତ୍ତମାନ ଭିଟୋକୁ ଗିରଫ କରାଯାଇଛି, ତଦନ୍ତ ଚାଲିଛି।

Leave a Reply

Your email address will not be published. Required fields are marked *