ପୋଲିସ୍ କୁ ପାଣି ପିଆଇ ଲୁଟି ନେଲେ ଶହେ କୋଟି ଟଙ୍କା ! ଦେଖନ୍ତୁ ଭିଡ଼ିଓ !

ଦୁନିଆରେ ଏମିତି ଅନେକ କାମ ଘଟୁଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ୟ୍ଯ ହେଇଯିବେ । ଆପଣ ମାନେ ଚଳଚ୍ଚିତ୍ର ଦୁନିଆରେ ଦେଖିଥିବେ ବଡ଼ ବଡ଼ ଚୋରି ହେବାର ଦେଖିଥିବେ। ହେଲେ ସେମିତି ଆମେ ଭାବୁ କେବଳ ଚଳଚ୍ଚିତ୍ର ଦୁନିଆରେ ହୁଏ କିନ୍ତୁ ନା ସେମିତି ରିଅଲ୍ ଦୁନିଆରେ ମଧ୍ୟ ହେଉଛି। ଆସନ୍ତୁ ଜାଣିବା ସେମିତି କିଛି ଘଟଣା ଯାହା ଶୁଣିଲେ ଆପଣ ମାନଙ୍କର ହୋସ ଉଡ଼ି ଯିବ।

6 ଅଗଷ୍ଟ 2005ରେ ବ୍ରାଜିଲରେ ଏକ ଚୋରି ହୋଇଥିଲା ଯାହା ଅତ୍ୟଧିକ କୌଶଳପୂର୍ଣ୍ଣ ଥିଲା। ଏହି ଗ୍ରୁପ ବ୍ରାଜିଲର ଏକ ସେଣ୍ଟ୍ରାଲ ବ୍ୟାଙ୍କ୍ ରେ 106 କୋଟି ଡ଼ଲାର ଚୋରି କରି ନେଇଥିଲେ। ଏହାର ଓଜନ ପ୍ରାୟ ସାଢେ଼ 3 ଟନର ଥିଲା ସେହି ଟଙ୍କାର ଓଜନ ପ୍ରାୟ 3ଟି କାରର ଓଜନ ସହିତ ସମାନ ଥିଲା। ଚୋରି ହେଇଥିବା ଟଙ୍କାକୁ ଯଦି ଥାକ କରି ରଖାଯାଏ ତାହାଲେ 30 ମିଟର ଦୂର ପର୍ଯ୍ୟନ୍ତ ହେବ ।

ଏହି ଗ୍ୟାଙ୍ଗ ଚୋରି କରିବାପାଇଁ ବ୍ୟାଙ୍କ ବନ୍ଦ ଥିବା ଦିନ ବ୍ୟାଙ୍କକୁ ପଶିଥିଲେ । ଏହି ଚୋରିକୁ ସଫଳତାର ସହ କରିବାକୁ ଅନେକ ଦିନ ଲାଗିଲା। ଏହି ଚୋରମାନେ ଏହିଭଳି ଚୋରି କରିବା ଆଗରୁ ବ୍ୟାଙ୍କ୍ ପାଖରେ ଏକ ଘରଭଡ଼ା ନେଇଥିଲେ। ସେହି ଘରେ ନିଜର ଚୋରିକୁ ସୁଫଳ କରିବା ପାଇଁ ସେହି ଘରେ ଏକା ସୁଡ଼ଙ୍ଗ ଖୋଳିଥିଲେ । ସେହି ସୁଡ଼ଙ୍ଗଟି ଏପରି ଥିଲା କି ଯାହା ଦେଖିଲେ ଆପଣମାନେ ଆଶ୍ଚଯ୍ୟ ହୋଇଯିବେ। ସୁଡ଼ଙ୍ଗରେ ଥିବା କଂକ୍ରିଟକୁ ସେମାନେ ଡ଼ାୟମଣ୍ଡ କଟରରେ କରିଥିଲେ ।

ତାଙ୍କୁ ଏହି ଚୋରି କରିବାକୁ ପ୍ରାୟ 7 ଘଣ୍ଟା ସମୟ ଲାଗିଥିଲା। ସେହି ସୁଡ଼ଙ୍ଗ ଭିତରେ ପଶି ଚୋରମାନେ ସେ ବ୍ୟାଙ୍କର ଥିବା ସବୁ ଟଙ୍କାକୁ ଲୁଟି ନେଇଥିଲେ। ସୋମବାର ଦିନ ଯେତେବେଳେ ବ୍ୟାଙ୍କ୍ ଖୋଲିଲା ସେତେବେଳେ ବ୍ୟାଙ୍କଟି ପୁରା ଖାଲି ହେଇଯାଇଥିଲା । ପୋଲିସ ଅନୁସାରେ ଏହି ଚୋରିରେ ମୋଟ 25 ଜଣ ସାମିଲ ଥିଲେ । ଆଉ ତାହା ମଧ୍ୟରୁ 8 ଜଣକୁ ପୋଲିସ ଗିରଫ କରିଥିଲେ ।ହେଲେ ଗ୍ୟାଙ୍ଗର ମ୍ୟାଷ୍ଟର ମାଇଣ୍ଡକୁ କେହି ଧରି ପାରୁନାହାନ୍ତି ।

Leave a Reply

Your email address will not be published. Required fields are marked *