ପୋଷ୍ଟ ଅଫିସର ଏହି ସ୍କିମରେ ଆପଣ କେବଳ ୫୦ ଟଙ୍କା ବିନିଯୋଗ କରି ଲକ୍ଷପତି ହୋଇପାରିବେ,ପାଇବେ ୩୫ ଲକ୍ଷ ଟଙ୍କା,ଜାଣନ୍ତୁ କିପରି !

ପୋଷ୍ଟ ଅଫିସରେ ଏପରି ଅନେକ ଯୋଜନା ଅଛି ଯାହା ଆମକୁ ଅନେକ ପ୍ରକାର ଲାଭ ଦେଇ ପାରିବ। ତେବେ ଏହି ଯୋଜନା ମଧ୍ୟରୁ ଆମେ ବର୍ତ୍ତମାନ ଏପରି ଏକ ଯୋଜନା ସମ୍ପର୍କରେ ଆଲୋଚନା କରିବା ଯେଉଁ ଯୋଜନା ଆମକୁ ଅନେକ ପ୍ରକାରର ଲାଭ ଦେଇଥାଏ। ଏହା ସହ ଏହି ଯୋଜନା ମାଧ୍ୟମରେ ଆପଣ ଅଳ୍ପ ବିନିଯୋଗ କରି ବହୁତ ଅଧିକ ମାତ୍ରାରେ ଲାଭ ପାଇପାରିବେ।ଏହା ସହିତ ଏହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନିରାପଦ ଅଟେ।

ତେବେ ଏହି ଯୋଜନାର ନାମ ହେଉଛି ଗ୍ରାମ୍ୟ ସୁରକ୍ଷା ଯୋଜନା। ତେବେ ଏହି ଯୋଜନାରେ ଆପଣଙ୍କୁ ଅନେକ ପ୍ରକାର ଲାଭ ମିଳିପାରିବ।ଏହି ଯୋଜନାରେ କୌଣସି ପ୍ରକାରର ବିପଦ ମଧ୍ୟ ନାହିଁ। ଯାହା ଫଳରେ ଏହା ଆପଣଙ୍କ ପାଇଁ ସମ୍ପର୍ଣ୍ଣ ଭାବରେ ନିରାପଦ ଅଟେ। ତେବେ ଏହି ଯୋଜନାରେ ଆପଣ ପ୍ରତି ମାସରେ ୧୫୦୦ ତାଙ୍କ ଜମା କରିପାରିବେ।

ଯାହା ଫଳରେ ଆପଣ ନିୟମିତ ଭାବରେ ଯଦି ଏହି ଯୋଜନାରେ ନିଜର ଟଙ୍କାକୁ ଜମା କରିବେ ତେବେ ଆପଣଙ୍କୁ ଏହା ଶେଷ ହେବା ସମୟରେ ପ୍ରାୟ ୩୫-୩୬ ଲକ୍ଷ ଟଙ୍କାର ଲାଭ ମିଳିପାରିବ। ତେବେ ଏହି ଯୋଜନାରେ ଆପଣଙ୍କର ସର୍ବନିମ୍ନ ବିମା ରାଶି ୧୦ ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। ତେବେ ୧୯ ବର୍ଷରୁ ୫୬ ବର୍ଷ ପର୍ଯ୍ୟନ୍ତ ଯେକୌଣସି ଭାରତୀୟ ନାଗରିକ ଏହି ଯୋଜନାରେ ଅଂଶ ଗ୍ରହଣ କରିପାରିବେ।

ଏହା ସହ ଏହି ଯୋଜନାର ପ୍ରିମିୟମ ଟଙ୍କା ଆପଣ ମାସିକ ତ୍ରୟ ମାସିକ ଓ ୬ ମାସିକ ଭାବରେ ଜମା କରିପାରିବେ। ତେବେ ଏହି ଯୋଜନାରେ ଆପଣ ଲୋନ ମଧ୍ୟ ନେଇପାରିବେ। ଏହା ସହ ଏହି ଯୋଜନାରେ ଆପଣ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଆପଣଙ୍କର ଏହି ଯୋଜନାକୁ ଭାଙ୍ଗି ମଧ୍ୟପାରିବେ।

ଏହି ଯୋଜନାରେ ଆପଣ ଯଦି ଏହାକୁ ଅଳ୍ପ ସମୟ ପରେ ଭାଙ୍ଗି ଦେବେ ତେବେ ଏହା ଆପଣଙ୍କୁ ଅଧିକ ମାତ୍ରାରେ ଲାଭ ଦେବ ନାହିଁ।ଏହା ସହ ଆପଣ କେବଳ ନିଜର ଜମା କରିଥିବା ରାଶିକୁ ନେଇ ପାରିବେ। ତେବେ ଯଦି ଜଣେ ୧୯ ବର୍ଷ ବୟସର ବ୍ୟକ୍ତି ଏହି ଯୋଜନାର ୧୦ ଲକ୍ଷ ଟଙ୍କାର ପଲିସି କିଣନ୍ତି ତେବେ ତାଙ୍କୁ ମାସିକ ୧୫ ଶହ ଟଙ୍କା ଦେବା ପାଇଁ ପଡିବ।

ଏହା ସହିତ ଯଦି ଜଣେ ବ୍ୟକ୍ତି ୫୮ ବର୍ଷ ବୟସ ପର୍ଯ୍ୟନ୍ତ ପଲିସି କିଣିବେ ତେବେ ଆପଣଙ୍କୁ ମାସକୁ ୧୪୬୩ ଟଙ୍କାର ପଲିସି ଦେବା ପାଇଁ ପଡ଼ିବ।ଏହା ସହ ଆପଣ ଯଦି ୬୦ ବର୍ଷ ପାଇଁ ପଲିସି କିଣନ୍ତି ତେବେ ଆପଣଙ୍କୁ ମାସିକ ୧୪୧୧ ଟଙ୍କା ଦେବା ପାଇଁ ପଡିବ। ତେବେ ଏପରି ହେବା ଫଳରେ ଆପଣଙ୍କୁ ୫୫ ବର୍ଷ ପାଇଁ ୩୧,୬୦,୦୦୦, ୫୮ ବର୍ଷ ପାଇଁ ୩୩,୪୦,୦୦୦ ଓ ୬୦ ବର୍ଷ ପାଇଁ ୩୪,୬୦,୦୦୦ର ଲାଭମିଳିବ।ତେବେ ଏହା ସମ୍ପର୍କରେ ଆପଣ ଯଦି ଅଧିକ ତଥ୍ୟ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିକଟସ୍ଥ ପୋଷ୍ଟ ଅଫିସ ସହ ସମ୍ପର୍କ କରନ୍ତୁ।

Leave a Reply

Your email address will not be published. Required fields are marked *