ଶାଶୁଘର ଯିବାକୁ ବାହାନା କରୁଥିଲେ କନ୍ୟା,ପରିବାର ଲୋକ ଜବରଦସ୍ତି ଟାଣି ଓଟାରି ପଠେଇଲେ,ଦେଖନ୍ତୁ ଭିଡ଼ିଓ !

ବାହାଘର ରେ ସମସ୍ତ ଙ୍କୁ ମଜା ଆସିଥାଏ, ସୁସ୍ୱାଦୁ ଖାଦ୍ୟ, ମଜାଳିଆ ରୀତିନୀତି ଆଉ ଡାନ୍ସ ମସ୍ତି କରି ସମସ୍ତଙ୍କ ମୁଁହା ରେ ହସ ଆସିଯାଏ, କିନ୍ତୁ ତା’ପରେ ଯେତେବେଳେ କନିଆ ର ବିଦାୟୀ ସମୟ ଆସେ, ସେତେବେଳେ ସେଇଠି ଥିବା ସମସ୍ତ ଙ୍କ ଆଖି ଓଦା ହେଇଯାଏ, ସେଇଠି ଥିବା ସମସ୍ତ ଲୋକ ଜୋରେ ଜୋରେ କାନ୍ଦିବାକୁ ଲାଗନ୍ତି,ବେଳେବେଳେ କନିଆ ର କାନ୍ଦିବା ଦେଖି ବରର ଆଖିରୁ ମଧ୍ୟ ଲୁହ ଝରିଯାଏ |

ନିଶ୍ଚିନ୍ତ ଆପଣ ମଧ୍ୟ ନିଜ ଜୀବନରେ ଅନେକ ବିଦାୟୀ ଦେଖିଥିବେ ସାଧାରଣତ ଏହି ବିଦାୟୀ ରେ ଯେତେ ବି କନ୍ଦା -କଟା ହେଉନା କାହିଁକି,କିନ୍ତୁ ଶେଷରେ,କନିଆ ଶାଳୀନତା ର ସହ ବାପ ଘରୁ ଚାଲିଯାଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଅନନ୍ୟ ବିଦାୟୀ ଦେଖାଇବାକୁ ଯାଉଛୁ ଯାହାକୁ କି ଆପଣ ବହୁତ କମ୍ ଦେଖିଥିବେ |

ବିଦାୟୀ ରେ ଦେଖାଗଲା କନିଆ ର ହାଇ ଭୋଲଟେଜ୍ ଡ୍ରାମା :-

ପ୍ରକୃତ ରେ ଆଜିକାଲି ସୋସିଆଲ ମେଡ଼ିଆ ରେ କନିଆ ଙ୍କର ବିଦାୟୀ ଆଉ ତାଙ୍କ ହାଇ ଭୋଲଟେଜ ଡ୍ରାମା ବିଷୟ ରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି, ଏହି ଭିଡିଓରେ ଦେଖାଯାଇପାରେ କି ବିବାହ ପରେ କନିଆ ଙ୍କର ଶାଶୁଙ୍କ ଘରକୁ ଯିବାକୁ ଟିକେ ବୋଲି ଇଚ୍ଛା ନାହିଁ, ଆଉ ସେ ଶାଶୁଘର ଘରକୁ ନ ଯିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି, ଏଥିପାଇଁ ସେ ବହୁତ କାନ୍ଦନ୍ତି,ଗୋଡ ହାତ ମଧ୍ୟ ପିଟନ୍ତି, ଏପରିକି ତଳେ ମଧ୍ୟ ଗଡ଼ନ୍ତି |

ପରିବାର ଲୋକ ଟାଣି ନେଇ କଲେ ବିଦାୟୀ :-

କନିଆ ଙ୍କର ଏହି ଡ୍ରାମା ଦେଖି ପରିବାର ଲୋକ ମାନେ ମଧ୍ୟ ବୁଝିପାରନ୍ତି କି ସେ ତାଙ୍କ ଶାଶୁ ଘରକୁ ଏତେ ସହଜରେ କି ନିଜ ଇଚ୍ଛାରେ କେବେ ବି ଯିବେ ନାହିଁ,ଏହି ପରିସ୍ଥିତିରେ ପରିବାର ର ଲୋକ ମାନେ କନିଆ ର ହାତ ଓ ଗୋଡ଼ କୁ ଧରି ଜବରଦସ୍ତ କାରରେ ପର୍ଯ୍ୟନ୍ତ ନେଇ ଯାନ୍ତି,କାର ପାଖକୁ ଆସିବା ପରେ ମଧ୍ୟ କନିଆ ତା ’ଭିତରେ ବସିବାକୁ ଚାହାଁନ୍ତି ନାହିଁ, ସେ ବାହାରକୁ ଯିବାକୁ ଯଥାସମ୍ଭବ ଚେଷ୍ଟା କରନ୍ତି, କିନ୍ତୁ ଏତେ ଲୋକଙ୍କ ଶକ୍ତି ସାମ୍ନାରେ ତାଙ୍କୁ ହାର ମାନିବାକୁ ପଡିଥାଏ |

View this post on Instagram

A post shared by 69Flix (@69.flix)

ଲୋକ ମାନେ ନେଲେ ମଜା :-

ବର୍ତ୍ତମାନ ଏହି ପୁରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି,ଯିଏ ଏହି ଭିଡିଓ ଦେଖିଲେ, କନିଆ ର ଏହି ହାଇ ଭୋଲଟେଜ୍ ଡ୍ରାମା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ,କେହି କେହି କନିଆ ର ଏହି ହରକତ କୁ ପରିହାସ କରିଥିବା ବେଳେ ଆଉ କେହି କେହି ଏହାକୁ ଏକ ଗମ୍ଭୀର ବିଷୟ ବୋଲି କହିଛନ୍ତି, ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ମୁଁ ଅନେକ ବିଦାୟ ଦେଖିଛି, କିନ୍ତୁ କନିଆ ର ଏପରି ନାଟକ ମୁଁ ପ୍ରଥମ ଥର ପାଇଁ ଦେଖୁଛି ” |

“ଅନ୍ୟଜଣେ କହିଛନ୍ତି, କନିଆ ର ଏହି କାମ କୁ ଦେଖି ମୁଁ ବୁଝିପାରୁ ନାହିଁ କି ତାଙ୍କ ଅବସ୍ଥା ରେ ହସିବି ନା ତାଙ୍କ ଉପରେ ଦୟା କରି ଲୁହ ଝରେଇବି”, ତା’ପରେ ଆଉ ଜଣେ କହିଲେ କି, “ଆମକୁ ହୁଏତ ଏହା ମଜାଳିଆ ଲାଗୁଥାଇପାରେ,କିନ୍ତୁ କନିଆ ପାଇଁ ଏହି ଅବସ୍ଥା ଅତ୍ୟନ୍ତ କଷ୍ଟକର ବୋଲି ସେ କହିଛନ୍ତି” |

ହେଲେ, କନିଆ ର ଏହି ବିଦାୟୀ ଦେଖିବା ପରେ ଆପଣ ମାନଙ୍କ ପ୍ରତିକ୍ରିୟା କ’ଣ, ମନ୍ତବ୍ୟ ଦେଇ ଆମକୁ ଜଣାନ୍ତୁ, ଆହୁରି ମଧ୍ୟ, ଆପଣ ନିଜ ବିବାହର ବିଦାୟୀ କିପରି ଥିଲା ସେ ସମ୍ବନ୍ଧରେ ମନ୍ତବ୍ୟରେ ଆପଣଙ୍କ ଅଭିଜ୍ଞତା ଜଣାନ୍ତୁ, ଯଦି ଆପଣଙ୍କୁ ଭିଡିଓଟି ପସନ୍ଦ ଆସିଥାଏ ତେବେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରିବାକୁ ଭୁଲନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *