ଜାନୁୟାରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ କ୍ଲାସ,ଗଣଶିକ୍ଷା ମନ୍ତ୍ରୀ ନିଜେ ଦେଲେ ସୂଚନା !

ଗତ ଦୁଇ ବର୍ଷ ଧରି ସାରା ବିଶ୍ୱରେ କରୋନା ତା’ର ତାଣ୍ଡବ ଲୀଳା ରଚି ଚାଲିଥିଲା। ଏହି କରୋନା ରୋଗରେ ଅନେକ ଲୋକମାନେ ଆ-ହ-ତ ହେବା ସହିତ ହଜାର ହଜାର ଲୋକମାନେ ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। କରୋନା ମ-ହା-ମା-ରୀ ଯୋଗୁ ସବୁ କ୍ଷେତ୍ରରେ ବାଧା ପ୍ରାପ୍ତ ଦେଖା ଯାଇଥିଲା। ଅନେକ ଲୋକମାନେ ମଧ୍ୟ ବହୁତ ହଇରାଣ ହରକତ ହୋଇଥିଲେ। ଅନେକ ଲୋକ ମାନଙ୍କର ଜୀବନ ଜୀବିକା ଓ ଏଥି ସହିତ ଆର୍ଥିକ ଅବସ୍ଥାରେ ମଧ୍ୟ ବହୁତ ଅସୁବିଧା ଦେଖା ଯାଇଥିଲା। ଏମିତିକି ପିଲା ମାନଙ୍କ ପାଠ ପଢ଼ାରେ ମଧ୍ୟ ବହୁତ କ୍ଷୟ କ୍ଷତି ଘଟାଇଛି। ସେଥିପାଇଁ ଦେଶରେ ଶିକ୍ଷା ବ୍ୟବସ୍ଥାରେ ଅଧିକ ବାଧାପ୍ରାପ୍ତ ଦେଖା ଯାଇଛି। ବର୍ତ୍ତମାନ ସୁଦ୍ଧା ମଧ୍ୟ ସବୁ ଶ୍ରେଣୀର ସ୍କୁଲ ଖୋଲି ନାହିଁ।

କରୋନା ମ-ହା-ମା-ରୀ ପାଇଁ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିବା ପରେ ଏବେ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବା ଆବଶ୍ୟକତା ରହିଛି ବୋଲି ସଭିଏଁ ଅନୁଭବ କଲେଣି । ଆଉ ଏଥିପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ପ୍ରାୟ ୧୮ ମାସରୁ ଉର୍ଦ୍ଧ୍ଵ ଦିନ ଧରି ସ୍କୁଲ ବନ୍ଦ ରହିବା ଯୋଗୁଁ ପିଲାଙ୍କ ପାଠପଢା ପ୍ରଭାବିତ ଖୁବ ପ୍ରଭାବିତ ହୋଇଛି । ପ୍ରାଥମିକ ଶିକ୍ଷା ହେଉଛି ଶିଶୁଙ୍କ ମୂଳଦୁଆ ।ଏହି ମଧ୍ୟରେ ବାକି ରହିଛି ମାତ୍ର ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା କେବେ ଆରମ୍ଭ ହେବ

ପୂର୍ବରୁ ହାଇସ୍କୁଲ ଖୋଲିଥିବା ବେଳେ ଦୀପାବଳୀ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ ।ଯଦି ଏହା ମଜବୁତ ନ ରୁହେ ତେବେ ପିଲାମାନେ ଉଚ୍ଚ ଶ୍ରେଣୀକୁ ଯିବା ପରେ ଅନେକ ଅସୁବିଧାରେ ପଡିବେ । ଅନ୍ୟପଟେ ଶିଶୁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ରହିଛି।

ତେଣୁ ଏହି ପିଲା ମାନଙ୍କ ପାଠ ପଢା ଲାଗି ବିକଳ୍ପ ବ୍ୟବସ୍ଥା କରାଯାଉଛି ଏବଂ ଆହୁରୀ ଗୁଣାନ୍ମକ କରିବା ପାଇଁ ମନ୍ତ୍ରୀ ପକ୍ଷ୍ୟରୁ ଚେଷ୍ଟା ହେଉଛି । ତେବେ ଜାନୁୟାରୀ ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ କ୍ଲାସ ।ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ପରୀକ୍ଷା ଅଛି ସେହି ବିଦ୍ୟାଳୟ ଜାନୁୟାରୀ ୧୦ ରେ ଖୋଲିବ।ତେବେ ସକାଳ ୯ଟା ରୁ ମଧ୍ୟାହ୍ନ ୧୨ଟା ଯାଏଁ ହେବ ପାଠପଢ଼ା ।ପ୍ରାୟ ୨୧ ମାସ ପରେ ଶ୍ରେଣୀରେ ବସି ପାଠ ପଢିବେ କୁନି କୁନି ପିଲା।

ଏବେଠାରୁ ପିଲା ମାନଙ୍କ ମୂଳଦୁଆ ଠିକ ନ ରହିଲେ ସେମାନଙ୍କ ଭବିଷ୍ୟତ ପାଠପଢା ଉପରେ ଏହାର ଖୁବ ପ୍ରଭାବ ପଡିବ ।ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢା ଆରମ୍ଭ ହେଉନଥିବାରୁ ଅନଲାଇନ ଶିକ୍ଷାରୁ ପିଲା ମାନେ ଗୁଣାନ୍ମତକ ଶିକ୍ଷା ପାଇପାରୁନାହାଁନ୍ତି । ଏଥିପାଇଁ 60 ପ୍ରତିଶତ ପିଲାମାନେ ପାଠପଢାରୁ ବଞ୍ଚିତ ହେଉଥିବା ଜଣା ପଡିଛି ।

ସେପଟେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କହିଛନ୍ତି ଯେ ସ୍କୁଲଗୁଡିକୁ ଦୈନିକ ସାନିଟାଇଜ କରାଯିବା ଦରକାର । ଦେଢ ବର୍ଷରୁ ଅଧିକ ଦିନ ଧରି ରାଜ୍ୟର ସମସ୍ତ ପ୍ରାଥମିକ ସ୍କୁଲ ଗୁଡିକ ବନ୍ଦ ଅଛି । ଆଉ ଏଥିପାଇଁ ପିଲା ମାନଙ୍କର ପାଠପଢା ଖୁବ ପ୍ରଭାବିତ ହୋଇଛି ।

Leave a Reply

Your email address will not be published. Required fields are marked *