ଗାନ୍ଧିଜୀଙ୍କୁ ଗାଳି ଦେଇ ମୁଁ କିଛି ଭୁଲ କରିନି : ମୋତେ ଯାହା ଦଣ୍ଡ ଦେବା କଥା ଦିଅ, ଦରକାର ପଡିଲେ ଫାଶୀରେ ବି ଚଢାଇଦିଅ, ମୋତେ ଫରକ ପଡିବନି !

ବେଳେବେଳେ ଦେଶରେ ଅନେକ ଧରଣର ଘଟଣା ଘଟେ ଯାହା କଳ୍ପନା ମଧ୍ୟ କରି ହୁଏନାହିଁ । ଅର୍ଥାତ୍ ସ୍ଵାଧୀନତା ଆନ୍ଦୋଳନରେ ଦୁଇ ପକ୍ଷ ଥିଲେ ବୋଲି ଆମେ ଜାଣିଛୁ । ମହାତ୍ମା ଗାନ୍ଧୀ ଅହିଂସା ପଥ ରେ ଥିବା ବେଳେ ସୁବାଷ ବୋଷ ହିଂସା ପଥ ଅନୁସରଣ କରିଥିଲେ । ତେବେ ମହାତ୍ମା ଗାନ୍ଧୀଙ୍କୁ ଜାତିର ଜନକ ବା ଜାତିର ପିତା ବୋଲି କୁହାଯାଏ ।

ତେବେ ଏକ ଘଟଣା ଯାହାକି ଛତିଶଗଡର ରାଜଧାନୀ ରାୟପୁରରେ ଅନୁଷ୍ଠିତ ଧର୍ମ ସଭାରେ ମହାତ୍ମା ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ପଶ୍ଚାତାପ କରୁନି ବୋଲି କାଳୀଚରଣ କହିଛନ୍ତି ଓ ଏଥିପାଇଁ ତାଙ୍କର କୌଣସି ଅନୁତାପ ନାହିଁ । ସେ କହିଛନ୍ତି ମୁଁ ଯାହା କହିଛି ଠିକ୍ କହିଛି । କିଛି ବି ଭୁଲ କରିନି । ଏହି ଘଟଣାରେ ସେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ଛତିଶଗଡର ରାଜଧାନୀ ରାୟପୁରରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା । ସେଠାରେ ସେ ମହାତ୍ମା ଗାନ୍ଧୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ । ତେବେ ସେହି ଘଟଣା ରେ ସେ ପଶ୍ଚାତାପ କରୁନାହାନ୍ତି ବୋଲି କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ଜାତିର ଜନକ କିପରି ମହାତ୍ମା ଗାନ୍ଧୀ ହୋଇପାରିବେ ।

କାରଣ ଦେଶ ତ ଅନେକ ବର୍ଷ ପୂର୍ବରୁ ଆବିଷ୍କୃତ । ତେବେ ମାତ୍ର ୨୦୦ ବର୍ଷ ପୂର୍ବେ ଆସିଥିବା ଇଂରେଜ ମାନଙ୍କ ପାଇଁ ମହାତ୍ମା ଗାନ୍ଧୀ କିପରି ଦେଶ ର ପିତା ହୋଇପାରିବେ । ସେ କହିଛନ୍ତି ଯେ ତୁମେ ଯଦି ଭାବୁଛ ମୁଁ ମୃ-ତ୍ୟୁ ଦ-ଣ୍ଡ ଭୋଗିବାକୁ ରାଜି ଅଛି । ଦରକାର ପଡିଲେ ଫାଶୀ ଦ-ଣ୍ଡରେ ଦ-ଣ୍ଡିତ ହେବାକୁ ରାଜି ଅଛି । କିନ୍ତୁ ମୋର ସ୍ୱର , ମୋର ମତ ପରିବର୍ତ୍ତନ ହେବ ନାହିଁ । ଆଉ ମଧ୍ୟ ନାଥୁରାମ ଗଡସେଙ୍କୁ ଧନ୍ୟବାଦ ଦେବାକୁ ଯାଇ ଏକଥା ବି କହିଛନ୍ତି ଯେ ଆପଣଙ୍କୁ କୋଟି କୋଟି ଧନ୍ୟବାଦ୍ ।

ଧର୍ମର ସୁରକ୍ଷା ତଥା ଜାତି ରକ୍ଷା କରିବା ପାଇଁ ସେମାନେ ମୃ-ତ୍ୟୁକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ମାହାତ୍ମ୍ୟ ଗାନ୍ଧୀଙ୍କ ହ-ତ୍ୟାକାରୀ ନାଥୁରାମ ଗଡସେଙ୍କୁ ଅଭିବାଦନ ଜଣାଇ ତାଙ୍କୁ ପ୍ରଶଂସା କରିଥିଲେ । ଏହାପରେ ଛତିଶଗଡ ସମେତ ଦେଶର ରାଜନୀତି ହୁଲସ୍ତୁଲ ହୋଇଥିଲା ।

ତେବେ ଏ ଘଟଣାକୁ ନେଇ ଅନେକ ରାଜନୈତିକ ଦଳ ନିଜ ନିଜ ଭିତରେ ଫାଇଦା ପାଇଁ ଲାଗିପଡିଛନ୍ତି । ରାଜ୍ୟ କଂଗ୍ରେସ କମିଟିର ସଭାପତି ମୋହନ ମାର୍କମ୍ ସିଭିଲ୍ ଲାଇନ୍ସ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ଅଧ୍ୟକ୍ଷ ପ୍ରମୋଦ ଦୁବେଙ୍କ ନିକଟରେ ଟିକ୍ରାପରା ଥାନାରେ ଏ ଘଟଣାରେ ଅଭି-ଯୋଗ କରିଛନ୍ତି । କିନ୍ତୁ ଏବେ କାଳୀଚରଣ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସେୟାର କରି ନିଆଁରେ ଘିଅ ଢାଳିବା ସଦୃଶ୍ କରିଦେଇଛନ୍ତି । ତେବେ ବିଭିନ୍ନ ରାଜନୈତିକ ଦଳ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *